Posted inଜାତୀୟ

ଭଗଓ୍ବନ୍ତ ମାନଙ୍କୁ ଝଟ୍‌କା: ବଜେଟ ଅଧିବେଶନ ପାଇଁ ମଞ୍ଜୁରୀ ଦେଲେନି ରାଜ୍ୟପାଳ

ଚଣ୍ଡିଗଡ଼,୨୪।୨: ପଞ୍ଜାବର ରାଜ୍ୟପାଳ ବନଓ୍ବାରୀ ଲାଲ ପୁରୋହିତ ଭଗଓ୍ବନ୍ତ ମାନ ସରକାରଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଚଳିତ ଥର ବଜେଟ ଅଧିବେଶନକୁ ରାଜ୍ୟପାଳ ଅନୁମୋଦନ ଦେବାକୁ ମନା କରିଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟପାଳ ଭଗଓ୍ବନ୍ତ ମାନଙ୍କୁ ନିୟମିତ ଚିଠି ଲେଖିଛନ୍ତି। ବଜେଟ ଅଧିବେଶନକୁ ଅନୁମୋଦନ ଦେବା ପୂର୍ବରୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟିକରଣ ମାଗିଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବ କ୍ୟାବିନେଟ ଫେବୃୟାରୀ ୨୧ରେ ଏକ ବୈଠକ କରି ମାର୍ଚ୍ଚ ୩ ରୁ ମାର୍ଚ୍ଚ ୨୪ପର୍ଯ୍ୟନ୍ତ ବଜେଟ ଅଧିବେଶନ ଡକାଇବାକୁ ସୁପାରିଶ କରିଥିଲା ଏବଂ ଏହାକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲା। ହେଲେ ଶୁକ୍ରବାର ରାଜ୍ୟପାଳ ଏହାକୁ ଅନୁମୋଦନ ଦେବାକୁ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଦଖଲରେ ଗୁଜରାଟର ୬ ପୌର ନିଗମ

ଅହମଦାବାଦ, ୨୪।୨ : ଗୁଜରାଟ ପୌର ନିର୍ବାଚନ ଭୋଟଗଣତି ମଙ୍ଗଳବାର ଜାରି ରହିଥିବାବେଳେ ଭାଜପା ୬ଟି ଯାକ ମହାନଗର ନିଗମ ଦଖଲ କରିଛି। ରାତି ୧୧ଟା...

ବିରୋଧୀଙ୍କ ଉପରେ ବର୍ଷିଲେ ବାବୁଲ ସୁପ୍ରିଓ; କହିଲେ ମୁଁ ସବୁକିଛି ହୋଇପାରେ,ହେଲେ…

କୋଲକାତା,୬।୪: ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ବାବୁଲ ସୁପ୍ରିୟୋଙ୍କୁ ଜଣେ ଦଳବଦଳକାରୀ ନେତା ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ। ବୁଧବାର ଏହି ଉକ୍ତିର ଜବାବ ରଖି...

ରାହୁଲଙ୍କ ପରାଜୟକୁ ନେଇ ମୁହଁ ଖୋଲିଲେ ମାନେକା: କହିଲେ, ‘ରାଜନୀତି ପିଲାଖେଳ ନୁହେଁ’

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପରମ୍ପରାଗତ ଆସନ ଅମେଠିରୁ ପରାଜିତ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଖୁଡୀ ତଥା ଭାଜପା...

ତାମିଲନାଡୁ: ଅବିଭାବକଙ୍କ ଉପରେ ନିର୍ଭର କରେ ସ୍କୁଲ ଖୋଲିବ କି ନାହିଁ

ଚେନ୍ନାଇ,୫ା୧- ପୋଙ୍ଗଲ ଉତ୍ସବ ପରେ ଦଶମ ଓ ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବାକୁ ଚିନ୍ତା କରୁଛନ୍ତି ତାମିଲନାଡୁ ସରକାର। ଏ ନେଇ ସରକାର ସ୍କୁଲ...

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଆସନ୍ତା ୧୦ ଦିନ ମଧ୍ୟରେ ଟିକାକରଣ

ନୂଆଦିଲ୍ଲୀ,୫।୧: ଆଗାମୀ ୧୦ ଦିନ ମଧ୍ୟରେ ଟିକାକରଣ ଆରମ୍ଭ ହୋଇପାରେ। ଏନେଇ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିତ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇଛନ୍ତି।...

ଟିକା ନେବା ପରେ ୪୦ ହଜାର ସଂକ୍ରମିତ

ନୂଆଦିଲ୍ଲୀ,୧୧।୮: କେରଳରେ କୋଭିଡ୍‌ ଟିକାର ୨ଟି ଡୋଜ୍‌ ନେଇଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି। ସମସ୍ତ ମାମଲାର ନମୁନା ଜିନୋମ୍‌...

ପାହାଡ଼ ଉପରେ ଫସିରହିଥିଲେ ବିଦେଶୀ ଦମ୍ପତ୍ତି: ଡ୍ରୋନ୍‌ ଜରିଆରେ ମିଳିଲା ସନ୍ଧାନ

ଚେନ୍ନାଇ,୨୦।୪: ତାମିଲନାଡୁର ତିରୁନବନ୍ନାମଲାଇ ଜିଲାରେ ଥିବା ଏକ ପାହାଡ ଉପରୁ ପୋଲିସ ଜଣେ ଯୁବା ବିଦେଶୀ ଦମ୍ପତ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କିଛି ଦିନ...

କଶ୍ମୀର ସ୍ଥିତି ସ୍ବାଭାବିକ: ଡୋଭାଲଙ୍କ ରିପୋର୍ଟ

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେଠାକୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ଯାଇଛନ୍ତି। ମଙ୍ଗଳବାର ସେ ରିପୋର୍ଟ ଦେଇଛନ୍ତି ଯେ, ଅନୁଚ୍ଛେଦ-୩୭୦ର...

Advertisement
Archives

Model This Week