Posted inଜାତୀୟ

ପ୍ରଦୂଷଣମୁକ୍ତ ପରିବେଶ ଦେବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ,୧୯ା୧୧(ପି.ଟି.): ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇଦେବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ଅନ୍ତର୍ଗତ ସମସ୍ତ ରାଜ୍ୟରେ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ (ଜିଆର୍‌ଏପି) ଚତୁର୍ଥ ପର୍ଯ୍ୟାୟ ତୁରନ୍ତ ଲାଗୁ କରିବା ପାଇଁ ସୋମବାର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆର୍‌) ୪୫୦ରୁ ତଳକୁ ଖସିଲେ ମଧ୍ୟ ଉକ୍ତ କଟକଣା ଜାରି ରହିବ। ନିର୍ଦ୍ଦେଶନାମା ଅନୁପାଳନ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବା ପାଇଁ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଜିଆର୍‌ଏପି ୪ ପର୍ଯ୍ୟାୟ କଟକଣା ଉଲ୍ଲଂଘନ ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ କହିଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଦିଲ୍ଲୀ-ଏନ୍‌ସିଆର୍‌ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ବାୟୁ ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଆସିଥିଲେ ମଧ୍ୟ ସରକାର ଏହାର ପ୍ରତିକାର ପାଇଁ କଠୋର ପଦକ୍ଷେପ ନେବାରେ ବିଳମ୍ବ କରିଥିବାରୁ ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଅଗଷ୍ଟାଇନ୍‌ ଜର୍ଜ ମସିହଙ୍କ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଆର୍‌ଏପିର ବିଭିନ୍ନ ପର୍ଯ୍ୟାୟ ଲାଗୁ କରିବାରେ ବିଳମ୍ବ କ’ଣ ପାଇଁ ହେଲା ବୋଲି ଖଣ୍ଡପୀଠ ଦିଲ୍ଲୀ ସରକାର ଏବଂ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍‌)ଙ୍କୁ ପ୍ରଶ୍ନ କରିଛନ୍ତି। ସୋମବାରଠାରୁ ଜିଆର୍‌ଏପି ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥିବା ଦିଲ୍ଲୀ ସରକାରଙ୍କ ଓକିଲ କହିବାରୁ ଏକ୍ୟୁଆଇ ବିପଜ୍ଜନକ ସ୍ତରରେ ପହଞ୍ଚତ୍ବାମାତ୍ରେ ଏହା ଲାଗୁ କରାଯିବା ଆବଶ୍ୟକ ଥିଲା ବୋଲି ଖଣ୍ଡପୀଠ କହିଥିଲେ। ଏକ୍ୟୁଆଇ ୩୦୦ରୁ ୪୦୦ ମଧ୍ୟରେ ପହଞ୍ଚତ୍ବା ପରେ ଜିଆର୍‌ଏପିର ଚତୁର୍ଥ ପର୍ଯ୍ୟାୟ ଲାଗୁ କରାଯିବା କଥା। ପ୍ରଦୂଷଣ ରୋକିବା ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଜରିଆରେ ୨୨ ତାରିଖ ସୁଦ୍ଧା ଜଣାଇବା ପାଇଁ ଖଣ୍ଡପୀଠ ଦିଲ୍ଲୀ ସରକାର ଏବଂ ଏନ୍‌ସିଆର୍‌ ରାଜ୍ୟଗୁଡ଼ିକୁ କହିଛନ୍ତି।
ବାୟୁ ପ୍ରଦୂଷଣ ରୋକିବା ପାଇଁ ଜିଆର୍‌ଏପି ପ୍ରଥମେ ୨୦୧୭ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିଲା। ବାୟୁ ଗୁଣବତ୍ତା ଅନୁଯାୟୀ ଏହାର ବିଭିନ୍ନ ପର୍ଯ୍ୟାୟ ଲାଗୁ କରାଯାଇଥାଏ। ଏକ୍ୟୁଆଇ ୨୦୧ରୁ ୩୦୦ ମଧ୍ୟରେ ରହିଲେ ଜିଆର୍‌ଏପିର ପ୍ରଥମ ପର୍ଯ୍ୟାୟ ଲାଗୁ ହେଉଥିବାବେଳେ ଏହି ସ୍ତର ୩୦୧ରୁ ୪୦୦ ରହିଲେ ଦ୍ୱିତୀୟ ପର୍ଯ୍ୟାୟ, ୪୦୧ରୁ ୪୫୦ ରହିଲେ ତୃତୀୟ ପର୍ଯ୍ୟାୟ ଏବଂ ୪୫୦ ଟପିଲେ ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥାଏ। ରବିବାର ବାୟୁମାନ ୪୫୭ରେ ପହଞ୍ଚତ୍ବା ପରେ ସୋମବାର ସକାଳ ୮ରୁ ଜିଆର୍‌ଏପି ଚତୁର୍ଥ ପର୍ଯ୍ୟାୟ ଲାଗୁ କରିବା ପାଇଁ ସିଏକ୍ୟୁଏମ୍‌ ନିର୍ଦ୍ଦେଶନାମା ଜାରି କରିଥିଲେ। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ କିମ୍ବା ସ୍ବଚ୍ଛ ଇନ୍ଧନ ପରିବହନ କରୁଥିବା ଯାନକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଟ୍ରକ୍‌କୁ ଦିଲ୍ଲୀରେ ପ୍ରବେଶ ଅନୁମତି ଦିଆଯିବ ନାହଁ। ଦିଲ୍ଲୀ ବାହାରେ ପଞ୍ଜୀକୃତ ଅତିଜରୁରୀ ନ ଥିବା ହାଲୁକା ବ୍ୟବସାୟିକ ଯାନ ଉପରେ ମଧ୍ୟ କଟକଣା ଜାରି ହୋଇଛି। କେବଳ ବିଦ୍ୟୁତ୍‌, ସିଏନ୍‌ଜିରେ ଚାଲୁଥିବା ଗାଡ଼ି ଏବଂ ବିଏସ୍‌-୬ ଡିଜେଲ ଗାଡ଼ିକୁ ଅନୁମତି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?