Posted inଜାତୀୟ

ଟୁଇଟରକୁ ଚେତାବନୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୨ ।୧୦: ଭାରତର ଭୁଲ୍ ମାନଚିତ୍ର ଦେଖାଇବା ଅଭିଯୋଗରେ କେନ୍ଦ୍ର ସରକାର ଟୁଇଟରକୁ କଡା ଚେତାବନୀ ଦେଇଛନ୍ତି । ସରକାର କହିଛନ୍ତି ଦେଶର ସାର୍ବଭୌମତ୍ନ ଓ ଅଖଣ୍ଡତାକୁ ଅବମାନନା କରିବା ପାଇଁ ଟୁଇଟରର ପ୍ରାୟସ ଗ୍ରହଣୀୟ ନୁହେଁ । ଏହାପରେ ଟୁଇଟର କହିଛି ସେ ଭାବନାକୁ ସମ୍ମାନ କରେ ଓ ସରକାରଙ୍କ ସହ କାମ କରିବାକୁ ପ୍ରତିଶ୍ରୁତି ବଦ୍ଧ । ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ(ଆଇଟି) ର ସଚିବ ଅଜୟ ସାହାଣୀ ଏହାକୁ ନେଇ ଟୁଇଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜ୍ୟାକ ଡୋର୍ସିଙ୍କୁ କଡା ଶବ୍ଦରେ ଏକ ପତ୍ର ଲେଖିଛନ୍ତି । ସାହାଣୀ କହିଛନ୍ତି ଯେ ଏଭଳି କୌଣସି ପ୍ରୟାସ କେବଳ ଟୁଇଟର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବା ସହ ଟୁଇଟରର ନିରପେକ୍ଷତାକୁ ଏକ ମାଧ୍ୟମ ଭାବେ ସନ୍ଦେହଜନକ କରିଥାଏ । ସୂଚନାଯୋଗ୍ୟ, ଟୁଇଟର ଲେହର ଭୌଗୋଳିକ ସ୍ଥିତିକୁ ଦର୍ଶାଇବାକୁ ଯାଇ ଜମ୍ମୁ-କଶ୍ମୀରକୁ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ଅଂଶ ବୋଲି ଦର୍ଶାଇଥିଲା । ଉକ୍ତ ପ୍ରତ୍ର ମାଧ୍ୟମରେ ସାହାଣୀ ଦର୍ଶାଇଛନ୍ତି କି ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଙ୍କଟରେ ଭାରତ ପାଖରେ ରହିଛି ଶ୍ରେଷ୍ଠ ମାନବ ସମ୍ବଳ: ଜୟଶଙ୍କର

ନୂଆଦିଲ୍ଲୀ,୧୫।୬: କରୋନା ସଙ୍କଟ ସମୟରେ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ତେବେ ଭାରତ ପାଖରେ ଶ୍ରେଷ୍ଠ ମାନବ ସମ୍ବଳ ରହିଛି। ଯାହାକିି ଆଗାମୀ...

ମା’ କରୋନା ଆକ୍ରାନ୍ତ ଜାଣିବା ପରେ ୪ ପୁଅ ନେଲେ ଏମିତି ନିଷ୍ପତ୍ତି

ହାଇଦ୍ରାବାଦ୍‌,୮।୯: କରୋନା ମହାମାରୀ ସମୟରେ ମଣିଷର ଅମାନବୀୟ ଚେହେରା ପୁଣି ଥରେ ଦେଖିବାକୁ ମିଳିଛି। ବୃଦ୍ଧା ମା କରୋନା ସଂକ୍ରମିତ ଜଣାପଡିବା ପରେ ଚାରି ପୁଅ...

ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଭାରତ ବାହ୍ୟ ମଳମୁକ୍ତ

ଅହମଦାବାଦ,୩ା୧୦(ପି.ଟି.): ଭାରତ ଏବେ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଘୋଷଣା କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଗୁଜରାଟର...

ବାଘ-ମଣିଷ ଲଢେଇ ରୋକିବ ସୁଗନ୍ଧିତ ଗଛ

ବାଘ-ମଣିଷ ଲଢେଇ ଅଭୟାରଣ୍ୟରେ କିଛିନୂଆ କଥା ନୁହେଁ। ଏମିତି ଲଢେଇ ଉତ୍ତରପ୍ରଦେଶର ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ବେଶି ହେଉଛି। ସୀମାବର୍ତ୍ତୀ ଗାଁମାନଙ୍କରେ ଚାଷୀମାନେ ବେଶି...

ଡାଲା ଅଟୋ-ଟ୍ରଲି ମୁହାଁମୁହିଁ ଧକ୍କା: ଚାଲିଗଲା ୯ ଜୀବନ, ୧୭ ଆହତ

ହାଇଦ୍ରାବାଦ୍‌,୯।୫: ତେଲେଙ୍ଗାନାର କାମାରେଡି ଜିଲାର ନିଜାମସାଗରର ହାସନପାଲି ଫାଟକରେ ଏକ ଡାଲା ଅଟୋ ଟ୍ରଲି ସହ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୯...

ନରମିଲେ ରାଓ୍ବତ

ନୂଆଦିଲ୍ଲୀ,୨୩।୧୨: କଂଗ୍ରେସ ନେତା ହରିଶ ରାୱତ ବୁଧବାର ତାଙ୍କ ହାତ ଓ ପାଦ ବନ୍ଧା ଯାଇଥିବା ଟୁଇଟ୍‌ କରିବା ପରେ ଗୁରୁବାର ସ୍ବର ବଦଳାଇଛନ୍ତି। ସେ...

କରୋନା ଆକ୍ରାନ୍ତ ଛାତ୍ରୀଛାତ୍ର ପରେ ଦେଇପାରିବେ ପ୍ରାକ୍ଟିକାଲ ପରୀକ୍ଷା

ନୂଆଦିଲ୍ଲୀ,୩୧।୩: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) କର୍ତ୍ତୃପକ୍ଷ ବୋର୍ଡ ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁ...

ସିଏଏକୁ ବିରୋଧ କରି କବର ସ୍ଥାନରେ କଲେ ପ୍ରାର୍ଥନା

ପ୍ରୟାଗରାଜ,୨୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ଓ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଉତ୍ତର ପ୍ରଦେଶର କଂଗ୍ରେସ ନେତା ଭିନ୍ନ ଢଙ୍ଗରେ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ନେତା...

Advertisement
Archives

Model This Week