‘ସରକାର ମାଗଣାରେ ଟିକା ଦିଅନ୍ତୁ’

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟ ସରକାର ମାଗଣାରେ କୋଭିଡ୍‌ ଟିକା ଦିଅନ୍ତୁ ବୋଲି ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବିରୋଧୀଙ୍କ ଏଭଳି ଦାବିକୁ ଶାସକ ଦଳ ନିନ୍ଦା କରିବା ସହ ବିରୋଧୀ ଟିକାକରଣକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।
ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କୋଭିଡ୍‌ ଟିକାକରଣ ପ୍ରସଙ୍ଗରେ କିଛି ସ୍ବତନ୍ତ୍ର ଅଧିକାର ରହିବା ଦରକାର ବୋଲି ଓଡ଼ିଶା ସରକାର ବାରମ୍ବାର କହିଆସୁଥିଲେ। ଏପରିକି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ସହ କିଛି ପ୍ରସ୍ତାବ ଦେଇଥିଲେ, ଯାହାକି ଗଣମାଧ୍ୟମରେ ପ୍ରଚାର ମଧ୍ୟ କରାଯାଇଥିଲା। ଖୋଲା ବଜାରରେ କୋଭିଡ୍‌ ଟିକା ଉପଲବ୍ଧ ହେଲେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆହୁରି ତ୍ୱରାନ୍ବିତ ହୋଇପାରିବ ବୋଲି ମଧ୍ୟ କହିଥିଲେ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ବିଶେଷଜ୍ଞ, ଡାକ୍ତର, ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ସହ ବିସ୍ତୃତ ଆଲୋଚନା କରି ରାଜ୍ୟ ସରକାର ଏବଂ ଖୋଲା ବଜାରରେ ୫୦ ପ୍ରତିଶତ ଟିକା ଉପଲବ୍ଧ କରାଇବାର ବ୍ୟବସ୍ଥା ଗ୍ରହଣ କଲେ। ଏବେ ରାଜ୍ୟ ସରକାର ନିଜ ଆଡୁ ଆଗେଇ ଆସି ଓଡ଼ିଶା ପାଇଁ ଆବଶ୍ୟକ ପରିମାଣର ଟିକା କ୍ରୟ କରି ମାଗଣାରେ ଯୋଗାଇଦେବାର ଘୋଷଣା କରନ୍ତୁ ବୋଲି ପୃଥ୍ବୀରାଜ ଦାବି କରିଛନ୍ତି। କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ଓଡ଼ିଶାରେ ପ୍ରାୟ ୭୦ ଭାଗରୁ ଅଧିକ ଲୋକ ଗରିବ ସୀମାରେଖା ତଳେ ଅଛନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ କୋଭିଡ୍‌ ଟିକା ମାଗଣାରେ ଦିଆଯିବାର ଆବଶ୍ୟକତା ରହିଛି। ଏହି ଦାବି ସରକାର ତୁରନ୍ତ ପୂରଣ କରିବାକୁ ଘୋଷଣା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଉଥିବା ସେ କହିଛନ୍ତି। ଅପରପକ୍ଷରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, କୋଭିଡ୍‌ ରୋଗୀଙ୍କୁ ସରକାର ମାଗଣାରେ ଚିକିତ୍ସା ଯୋଗାଇ ଦେଉଛନ୍ତି। ଲୋକଙ୍କ ସୁବିଧା ଲାଗି ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଯଦି ସମ୍ବଳ ଭିତରେ ଲୋକଙ୍କୁ ଟିକା ଯୋଗାଇ ଦିଆଯାଇପାରିବ ତେବେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ୪ଟି ପର୍ଯ୍ୟାୟରେ ହେବ ମତଦାନ

ଜୟପୁର,୩।୧୦: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।…

ଭାଜପାକୁ ଲାଗିବ ଶକ୍ତ ଧକ୍କା, ବିଦ୍ରୋହୀ MLC ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀ SPରେ ଯୋଗ ଦେଲେ

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶରେ ଆଗାମୀ MLC ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP), ଭାରତୀୟ ଜନତା ପାର୍ଟି (BJP) କୁ ଏକ ବଡ଼ ଝଟକା ଦେଇଛି। ଗୋରଖପୁର-ଫୈଜାବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?