ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍ ‌

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଟାଇମ୍ସ ହାୟର ଏଜୁକେଶନ ଇମ୍ପାକ୍ଟ ର଼୍ୟାଙ୍କିଙ୍ଗ-୨୦୨୧ ପ୍ରକାଶ ପାଇଛି। ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ପୂର୍ବବର୍ଷ କିଟ୍‌ ସାମଗ୍ରିକ ଇମ୍ପାକ୍ଟ ର଼୍ୟାଙ୍କିଙ୍ଗରେ ୫୦୧+ ସ୍ଥାନରେ ରହିଥିବାବେଳେ ଚଳିତ ବର୍ଷ ୨୦୧+ ର଼୍ୟାଙ୍କ୍‌ ମିଳିଛି।
ପ୍ରତିବର୍ଷ ଟାଇମ୍ସ ହାୟର ଏଜୁକେଶନ ପକ୍ଷରୁ ବିଶ୍ୱର ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ବିଭିନ୍ନ ର଼୍ୟାଙ୍କିଙ୍ଗ କରିଆସୁଛି। ଏଥିରେ ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥାନ୍ତି। ବିଶ୍ୱରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ (ଏସ୍‌ଜିଡି) ହାସଲ ଦିଗରେ କେତେ ପରିମାଣରେ କାର୍ଯ୍ୟ କରୁଛନ୍ତି ତାହାକୁ ଭିତ୍ତିକରି ଟାଇମ୍ସ ହାୟର ଏଜୁକେଶନ ପକ୍ଷରୁ ଇମ୍ପାକ୍ଟ ର଼୍ୟାଙ୍କିଙ୍ଗ କରାଯାଇଥାଏ। ଏସ୍‌ଜିଡିର ଉଦ୍ଦେଶ୍ୟକୁ ପୂରଣ କରୁଥିବାରୁ କିଟ୍‌କୁ ଏହି ର଼୍ୟାଙ୍କ ପ୍ରଦାନ କରାଯାଇଛି। ସାମଗ୍ରିକ ଇମ୍ପାକ୍ଟ ର଼୍ୟାଙ୍କିଙ୍ଗରେ କିଟ୍‌କୁ ୨୦୧+ ର଼୍ୟାଙ୍କ ମିଳିଥିବାବେଳେ ଏସ୍‌ଜିଡିର ‘ରିଡ୍ୟୁସ୍‌ଡ ଇନ୍‌ଇକ୍ୱାଲିଟିଜ୍‌’ ମାନଦଣ୍ଡରେ କିଟ୍‌ ସମଗ୍ର ବିଶ୍ୱରେ ୮୬ତମ ସ୍ଥାନରେ ରହିଛି। ଏହା ଦ୍ୱାରା ଅତିକମ୍‌ରେ ଗୋଟିଏ ମାନଦଣ୍ଡରେ ବିଶ୍ୱର ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିପାରିଛି କିଟ୍‌। ସେହିପରି ପାର୍ଟନର୍‌ ଫର୍‌ ଦି ଗୋଲ୍‌ସ ମାନଦଣ୍ଡରେ ବିଶ୍ୱ ତାଲିକାର ୧୦୧+ ର଼୍ୟାଙ୍କ, ଗୁଣାତ୍ମକ ଶିକ୍ଷା ମାନଦଣ୍ଡରେ ୨୦୧+ ଏବଂ ପିସ୍‌, ଜଷ୍ଟିସ୍‌ ଆଣ୍ଡ୍‌ ଷ୍ଟ୍ରଙ୍ଗ ଇନ୍‌ଷ୍ଟିଚ୍ୟୁସନ୍‌ସ ମାନଦଣ୍ଡରେ କିଟ୍‌ ୨୦୧+ ର଼୍ୟାଙ୍କରେ ରହିଛି। ଭାରତର ପୂର୍ବାଞ୍ଚଳରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‌ ଏହି ର଼୍ୟାଙ୍କ୍‌ ପାଇବାର ଗୌରବ ଅର୍ଜନ କରିଛି। ଗତବର୍ଷ ମଧ୍ୟ ଟାଇମ୍ସ ହାୟର୍‌ ଏଜୁକେଶନ ପକ୍ଷରୁ କିଟ୍‌କୁ ‘ୱାର୍କ ପ୍ଲେସ୍‌ ଅଫ୍‌ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମ୍ମାନଜନକ ବିଶ୍ୱ ର଼୍ୟାକିଙ୍ଗ୍‌ରେ କିଟ୍‌ ସ୍ଥାନ ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଗବେଷଣା, ଆଉଟ୍‌ରିଚ୍‌, ଷ୍ଟିୱାର୍ଡଶିପ୍‌ ଓ ଶିକ୍ଷାଦାନ ଭଳି ୪ଟି ପ୍ରମୁଖ ମାନଦଣ୍ଡକୁ ନେଇ ଟାଇମ୍ସ ହାୟର୍‌ ଏଜୁକେଶନ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା। ଏହି ସଫଳତାରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି, କିଟ୍‌ ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ସହ ସାମାଜିକ ଗୁରୁଦାୟିତ୍ୱ ନିଭାଇ ଆସୁଥିବାରୁ ଆଜି ଏହା ସମ୍ଭବ ହୋଇପାରିଛି। ବିଶ୍ୱବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତ ପ୍ରଦର୍ଶନ ଦିଗରେ କିଟ୍‌ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି। ସେହିଭଳି କିଟ୍‌ର ସମସ୍ତ ଛାତ୍ରୀଛାତ୍ର, ଅଭିଭାବକ ଓ କର୍ମଚାରୀ ମଧ୍ୟ ଆନନ୍ଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri