ନୀଳାଚଳ ଅକ୍ସିଜେନ୍‌ ପ୍ଲାଣ୍ଟ ଅଚଳ

ଯାଜପୁର ଅଫିସ,୨୩।୪: କରୋନା ସଂକ୍ରମଣର ମହାବିପତ୍ତି ସମୟରେ ଦେଶବ୍ୟାପୀ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି । ନାସିକ କୋଭିଡ୍‌ ହସ୍ପିଟାଲରେ ବୁଧବାର ଅକ୍ସିଜେନ ଅଭାବରୁ ୨୨ ରୋଗୀଙ୍କ ମୃତ୍ୟୁ ହୋଇଛି। ଏଭଳିସ୍ଥିତିରେ ଅଧିକାଂଶ ଡାକ୍ତରଖାନାରେ ଗଚ୍ଛିତ ଅକ୍ସିଜେନ ସରିବାକୁ ବସିଛି। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସରକାର ଅକ୍ସିଜେନ ସୃଷ୍ଟି ପାଇଁ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଯଦିଓ ଓଡ଼ିଶାରେ ସମ୍ପ୍ରତି ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇ ନାହିଁ, ତେବେ ଆଗାମୀ ଦିନ ପାଇଁ ବନ୍ଦ ପଡିଥିବା ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଗଲେ ନାସିକ ଭଳି ପରିସ୍ଥିତିକୁ ଏଡ଼ାଯାଇ ପାରିବ ବୋଲି ଦାବି ଉଠିଛି।

ଯାଜପୁର ଜିଲା କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ ଲିଃ(ଏନ୍‌ଆଇଏନ୍‌ଏଲ୍‌)କୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ରାଜ୍ୟରେ ଏକାଧିକ ଷ୍ଟିଲ୍‌ ପ୍ଲାଣ୍ଟ ଗଢି ଉଠିଛି। ପ୍ରତି ଷ୍ଟିଲ୍‌ ପ୍ଲାଣ୍ଟରେ ଅକ୍ସିଜେନ୍‌ର ପ୍ରମୁଖ ଭୂମିକା ରହୁଥିବାରୁ ସେମାନେ ଅକ୍ସିଜେନ ପ୍ଲାଣ୍ଟ ସ୍ବତନ୍ତ୍ର ଭାବେ ନିର୍ମାଣ କରିଥାନ୍ତି। ଏହିକ୍ରମରେ ଯାଜପୁର ଜିଲାର କଳିଙ୍ଗନଗରରେ ପ୍ରତିଷ୍ଠିତ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଆଇଏନ୍‌ଏଲ୍‌ ସମେତ ଟାଟା ଷ୍ଟିଲ୍‌ ଓ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ୍‌ ପ୍ରମୁଖ କାରଖାନାରେ ଅକ୍ସିଜେନ ପ୍ରସ୍ତୁତ କରିବାକୁ ପ୍ଲାଣ୍ଟ ବସାଯାଇଛି। ତେବେ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ନୀଳାଚଳ କାରଖାନା ବନ୍ଦ ପଡିଥିବାରୁ ଅକ୍ସିଜେନ ସେଠାରୁ ଆଉ ମିଳି ପାରୁନାହିଁ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଆଇଏନ୍‌ଏଲ୍‌ରେ ୨୦୧୨ରେ ଏକ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିଲା। ଦୈନିକ ୪୧୮ ଟନ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରୁ ୫ ପ୍ରତିଶତ ଅକ୍ସିଜେନ ହସ୍ପିଟାଲମାନଙ୍କୁ ବିକ୍ରି କରିବାକୁ ଚୁକ୍ତି ରହିଥିଲା। ତଦନୁସାରେ ସ୍ବତନ୍ତ୍ର ବୈଷୟିକ ଯନ୍ତ୍ରପାତି ସ୍ଥାପନ ହୋଇଥିଲା। ବାକି ଅକ୍ସିଜେନ କାରଖାନା କାମରେ ଲାଗୁଥିଲା। ଏହି ପ୍ଲାଣ୍ଟ ପାଇଁ ୩୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ୨୦୨୦ ମାର୍ଚ୍ଚ ୩୦ରୁ ଏହି କାରଖାନା ବନ୍ଦ ରହିଥିବାରୁ ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ ବନ୍ଦ ରହିଛି। ଏହି ବର୍ଷକ ମଧ୍ୟରେ ନୀଳାଚଳରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ପୁନଃ କାରଖାନା ଚଳାଇବାକୁ ଦାବି, ଆନ୍ଦୋଳନ କରି ଆସୁଛନ୍ତି। ତେବେ ଅକ୍ସିଜେନ କାରଖାନା ବନ୍ଦ ରହିଥିବାରୁ ହସ୍ପିଟାଲମାନଙ୍କୁ ନୀଳାଚଳର ଉପତ୍ାଦନ କ୍ଷମତାର ୫ ପ୍ରତିଶତ ଅକ୍ସିଜେନ ଆଉ ମିଳୁ ନାହିଁ। ଏଭଳିସ୍ଥିତିରେ ନୀଳାଚଳ କାରଖାନାର ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଗଲେ ବର୍ତ୍ତମାନର ଜଟିଳ ପରିସ୍ଥିତିରେ ଯାଜପୁର ଜିଲାର କିଛିଟା ଅକ୍ସିଜେନ ଅଭାବ ପୂରଣ ହୋଇପାରନ୍ତା ବୋଲି ବିଭିନ୍ନସ୍ତରରେ ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ୪ଟି ପର୍ଯ୍ୟାୟରେ ହେବ ମତଦାନ

ଜୟପୁର,୩।୧୦: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।…

ଭାଜପାକୁ ଲାଗିବ ଶକ୍ତ ଧକ୍କା, ବିଦ୍ରୋହୀ MLC ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀ SPରେ ଯୋଗ ଦେଲେ

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶରେ ଆଗାମୀ MLC ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP), ଭାରତୀୟ ଜନତା ପାର୍ଟି (BJP) କୁ ଏକ ବଡ଼ ଝଟକା ଦେଇଛି। ଗୋରଖପୁର-ଫୈଜାବାଦ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?