ପ୍ରଶ୍ନପତ୍ର ଲିକ୍ କଲେ ୧ କୋଟି ଟଙ୍କା ଜୋରିମାନା, ଦଶ ବର୍ଷ ଜେଲ୍: ବିଲ୍ ଆଣିବେ ସରକାର

ନୂଆଦିଲ୍ଲୀ,୩୧।୧: ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କିମ୍ବା କୌଣସି ପ୍ରକାର ଠକାମୀ ରୋକିବାକୁ ସଂସଦର ବଜେଟ୍ ଅଧିବେଶନରେ ଏକ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏଭଳି ଖଳ ପ୍ରକୃତିର ଲୋକମାନଙ୍କ ପାଇଁ ଅନେକ ମେଧାବୀ ଛାତ୍ରୀଛାତ୍ରମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି।

ସୂତ୍ରରୁ ପ୍ରକାଶ ଯେ ସର୍ବସାଧାରଣ ପରୀକ୍ଷା ବିଲରେ ଏଭଳି କାର୍ଯ୍ୟକୁ ରୋକିବାକୁ ସରକାର କଡ଼ା ଦଣ୍ଡବିଧାନ କରିବାକୁ ଯୋଜନା କରୁଛନ୍ତି। ଅତୀତରେ ବିଭିନ୍ନ ରାଜ୍ୟର ଛାତ୍ରମାନେ ପ୍ରଶ୍ନପତ୍ର ଲିକ୍ ସମେତ ଅପବ୍ୟବହାର ପାଇଁ ପରୀକ୍ଷା ବାତିଲ ହେତୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ପ୍ରତିଯୋଗିତାମୂଳକ ତଥା ପ୍ରବେଶିକା ପରୀକ୍ଷାକୁ ଲକ୍ଷ୍ୟ ରଖି ଏହି ବିଲ୍ ଏକ ଉଚ୍ଚ ସ୍ତରୀୟ ବୈଷୟିକ କମିଟି ଗଠନ କରି ସାଧାରଣ ପରୀକ୍ଷାରେ ସାଇବର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରିବ। ବର୍ତ୍ତମାନ ସମୟରେ ଏଭଳି ସମସ୍ୟାର ମୁକାବିଲା କରିବା ପାଇଁ ଜାତୀୟ ସ୍ତରରେ କୌଣସି ନିର୍ଦ୍ଦିଷ୍ଟ ପ୍ରମୂଖ ଆଇନ ନାହିଁ ଯାହା ବ୍ୟକ୍ତି, ସଂଗଠିତ ଗୋଷ୍ଠୀ କିମ୍ବା ଅନ୍ୟ କୌଣସି ଏଜେନ୍ସି କିମ୍ବା ସଂଗଠନ ଦ୍ୱାରା ଗ୍ରହଣ କରାଯାଇଥିବା କିମ୍ବା ଅପରାଧର ମୁକାବିଲା କରିପାରିବ।

ସୂତ୍ରରୁ ପ୍ରକାଶ ଯେ ଏହି ନୂତନ ବିଲ୍ ଆଇନରେ ପରିଣତ ହେଲେ ଅପରାଧୀଙ୍କୁ ୧୦ ବର୍ଷ କାରାଦଣ୍ଡ ଏବଂ ଏକ କୋଟି ଟଙ୍କା ଜୋରିମାନା କରାଯିବ। ଅପରାଧ ଜାମିନ ବିହୀନ ହେବାର ସମ୍ଭାବନା ରହିଛି। ଏହି ବିଲ୍ ଆସନ୍ତା ସପ୍ତାହରେ ସଂସଦରେ ଆଗତ ହୋଇପାରେ। ତେବେ ଏହା ଛାତ୍ରୀଛାତ୍ରଙ୍କୁ କୌଣସି ପ୍ରକାର ସମସ୍ୟାରେ ପକାଇବ ନାହିଁ। ଏହାଦ୍ୱରା ବିଭିନ୍ନ ପରୀକ୍ଷାରେ ଅଧିକ ସ୍ୱଚ୍ଛତା, ନ୍ୟାୟ ଆଣିବା ଏହି ବିଲ୍‌ର ଉଦ୍ଦେଶ୍ୟ ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?