Posted inଫୁରସତ

ସରକାରଙ୍କ ନୀତିକୁ ସୁନିଶ୍ଚିତ କରନ୍ତି ପ୍ରଶାସନିକ ଅଧିକାରୀ

ସରକାର ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ନୀତିର ପ୍ରଣୟନ କରିଥାନ୍ତି। ତେବେ ପ୍ରତିଟି ନୀତିର ସଫଳ ରୂପାୟନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ। ପ୍ରଶାସନିକ ଅଧିକାରୀମାନେ ସରକାରଙ୍କ ନୀତିକୁ ସୁନିଶ୍ଚିତ କରିଥାନ୍ତି। ତେଣୁ ସମାଜ ପ୍ରତି ସେମାନଙ୍କର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୨୧ରେ ଜାତୀୟ ନାଗରିକ ସେବା ଦିବସ ବା ସିଭିଲ ସର୍ଭିସ ଡେ ପାଳନ କରାଯାଇଥାଏ। ପ୍ରଶାସନିକ ଅଧିକାରୀ ନାଗରିକଙ୍କ ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଥାଏ ଏବଂ ଜନସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଏହି ଦିବସ ପାଳନ ଅବସରରେ ପୂରଣ କରିବା ନେଇ ଉତ୍ତରଦାୟୀ ରହିଥାନ୍ତି। ପ୍ରଶାସନିକ ଅଧିକାରୀ ସରକାରୀ କାର୍ଯ୍ୟକ୍ରମର ସୁଗମ କାର୍ଯ୍ୟକାରିତା କ୍ଷେତ୍ର ପାଇଁ ଉପାୟ ସୃଷ୍ଟି କରନ୍ତି ଏବଂ ହିତାଧିକାରୀଙ୍କ ନିକଟରେ ଏହି ସୁବିଧା ପହଞ୍ଚାଇବାକୁ ସୁନିଶ୍ଚିତ କରିଥାନ୍ତି। ଏହି ଦିବସ ସାଧାରଣ ପ୍ରଶାସନରେ ଉତ୍କର୍ଷ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ।
ଭାରତର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୨୧ ଏପ୍ରିଲ ୧୯୪୭ରେ ନୂଆଦିଲ୍ଲୀର ମେଟକାଲ୍‌ଫ ହାଉସରେ ପ୍ରଶାସନିକ ସେବା ଅଧିକାରୀଙ୍କୁ ସମ୍ବୋଧିତ କରିଥିଲେ। ପଟେଲ ତାଙ୍କ ଅଭିଭାଷଣରେ ପ୍ରଶାସନିକ ଅଧିକାରୀମାନଙ୍କୁ ‘ଇସ୍ପାତ ଫ୍ରେମ୍‌ ଅଫ୍‌ ଇଣ୍ଡିଆ’ ବୋଲି କହିଥିଲେ। ଏହି ସ୍ମୃତିକୁ ମନେରଖିବା ପାଇଁ ପ୍ରଥମ ଜାତୀୟ ନାଗରିକ ସେବା ଦିବସ କାର୍ଯ୍ୟ ୨୧ ଏପ୍ରିଲ ୨୦୦୬ ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଥିଲା।ଜାତୀୟ ସିଭିଲ ସର୍ଭିସ ଡେରେ ସିଭିଲ ସର୍ଭିସ୍‌ର ମହତ୍ତ୍ୱ ନେଇ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌), ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଏବଂ ଅଲ ଇଣ୍ଡିଆ ସର୍ଭିସେସ୍‌ ତଥା ସେଣ୍ଟ୍ରାଲ ସର୍ଭିସେସ୍‌ ଗ୍ରୁପ୍‌ ଏ ଏବଂ ଗ୍ରୁପ୍‌ ବି ର ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କରେ ସଚେତତନା ସୃଷ୍ଟି କରାଯାଇଥାଏ। ଏହା ସହ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଏବଂ ଆଦର୍ଶ ଜାଗ୍ରତ କରିବାର ପ୍ରୟାସ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri