ସରକାରୀ ଯୋଜନାରେ ସାମିଲ କରିବ ‘ଆସ ଖୋଜିବା’

ନବରଙ୍ଗପୁର, ୨୨।୩(ବି.ପ୍ର.): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶାନୁଯାୟୀ ମଙ୍ଗଳବାର ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ଜିଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଜିଲାସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତୀକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଜିଲାପାଳ ଡ. କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ କରାଯାଇଛି। ଏହି ଜିଲାରେ ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷା ଓ ବାଲ୍ୟବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛି। ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲାରେ ସମସ୍ତ ଶିଶୁଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁରକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ବୈଠକ ସହାୟକ ହେବ ବୋଲି ଜିଲାପାଳ କହିଛନ୍ତି। ଏଥିସହିତ ଆଗାମୀ ଦିନରେ ଜିଲାରେ ‘ଆସ ଖୋଜିବା’ ଅଭିଯାନ ଆରମ୍ଭ କରାଯାଇ ବିପଦସଙ୍କୁଳ ଅବସ୍ଥାରେ ଥିବା ପରିବାର ଓ କିଶୋରୀକିଶୋରମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।
ବୈଠକରେ ଏସ୍‌ପି ଏସ୍‌.ସୁଶ୍ରୀ ଯୋଗଦେଇ ଜିଲା ପ୍ରଶାସନ ଓ ପୋଲିସର ମିଳିତ ସହଯୋଗରେ ଆଗାମୀ ଦିନରେ କିଶୋରୀ ଜାଗୃତା ସପ୍ତାହ ପାଳନ କରାଯିବ। ସମସ୍ତ ହାଇସ୍କୁଲ ଓ କଲେଜରେ ମହିଳା ସୁରକ୍ଷା, ବାଲ୍ୟବିବାହ ନିରାକରଣ ଓ ପୋକ୍‌ସୋ ଆକ୍ଟ ଉପରେ ସଚେତନ କରାଯିବ ବୋଲି ସେ କହିଥିଲେ। ଜିଲାର ୧୦ ବ୍ଲକ ଓ ୧୮୯ ପଞ୍ଚାୟତସ୍ତରରେ ଏପରି ବୈଠକ କରାଯାଇଛି ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ କହିଛନ୍ତି। ୨୦୨୦ ଜାନୁୟାରୀରୁ ୨୦୨୩ ଫେବୃୟାରୀ ମଧ୍ୟରେ ଜିଲାରେ ମୋଟ ୬୫୮ ବାଲ୍ୟବିବାହ ବନ୍ଦ କରାଯାଇଛି। ଏବେ ଯାଏ ୪୫୫ ରାଜସ୍ବ ଗ୍ରାମ ଓ ୪୨୬ ପଡ଼ାଗ୍ରାମକୁ ବାଲ୍ୟବିବାହମୁକ୍ତ ଗ୍ରାମଭାବେ ଘୋଷଣା କରାଯାଇଛି ବୋଲି ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ବାସ କହିଛନ୍ତି। ଶିଶୁଙ୍କ ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆକ୍ସନଏଡ୍‌ ଜିଲା ପରାମର୍ଶଦାତା ଫକୀର ଚରଣ ରାଉତ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଇଓ ପ୍ରଦୀପ ନାଗ, ଜିଲା ଚିକିତ୍ସା ଅଧିକାରୀ ଡା. ମଳୟ ମିଶ୍ର, ଜିଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଅଜନ୍ତା ପ୍ରିୟଦର୍ଶିନୀ, ଜିଲା ଶ୍ରମ ଅଧିକାରୀ କୁବେର ବେହେରା, ଜିଲା ନିୟୋଜନ ଅଧିକାରୀ ଆନନ୍ଦ ପଣ୍ଡା, ବାଲ୍ୟବିବାହ ନିଷେଧ ଅଧିକାରୀ ଏସ୍‌. ଗୀତା, ସୁରମା ମହାପାତ୍ର, ଶୈଳେନ୍ଦ୍ରୀ ମହାନନ୍ଦ, ଯମୁନା ଭତ୍ରା, ଗୀତା ମହାରଣା, ସଂଯୁକ୍ତା ବେହେରା, ଗୀତାରାଣୀ ମିଶ୍ର, କାଞ୍ଚନ ପଣ୍ଡା, ବିରଜା ମୋହିନୀ ପାଙ୍ଗୀ, ପିରାମଲ ଫାଉଣ୍ଡେଶନ ଜିଲା ସଂଯୋଜକ ଦେବବ୍ରତ ଆଚାର୍ଯ୍ୟ ଏବଂ ଜିଲା ସମାଜ କଲ୍ୟାଣ ବିଭାଗର ସୁପରଭାଇଜର, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ନନ୍ଦାହାଣ୍ଡି ସିଡିପିଓ ସସ୍ମିତା ମହାନ୍ତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?