ଭୁଶୁଡ଼ିବାରେ ଲାଗିଛି ଆୟୁର୍ବେଦ ଚିକିତ୍ସା ଭିତ୍ତିଭୂମି

ସୁନାବେଡ଼ା/ସେମିଳିଗୁଡ଼ା, ନନ୍ଦପୁର, ୨୨।୩(ସ୍ବ.ପ୍ର./ଡି.ଏନ୍‌.ଏ.): ଦିନ ଥିଲା ଆୟୁର୍ବେଦ ଚିକିତ୍ସାକୁ ଅଧିକ ପ୍ରାଧାନ୍ୟ ମିଳୁଥିଲା। ଏବେ ଏଲୋପାଥି ଯୁଗରେ ଆୟୁର୍ବେଦ ଚିକିତ୍ସା ନିଜର ସ୍ଥିତି ହରାଇବାକୁ ବସିଲାଣି। ସରକାର ଆୟୁର୍ବେଦ ଚିକିତ୍ସାଳୟ ଖୋଲିଛନ୍ତି ସତ ମାତ୍ର ଏହାର ଭିତ୍ତିିଭୂମିର ଉନ୍ନତି, ଡାକ୍ତର, କର୍ମଚାରୀ ନିଯୁକ୍ତି ଏବଂ ଔଷଧ ଯୋଗାଣ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଅବିଭକ୍ତ କୋରାପୁଟ ଜିଲାରେ ଥିବା ୬୭ଟି ଆୟୁର୍ବେଦ ଚିକିତ୍ସାଳୟର ଭିତ୍ତିଭୂମି ଭୁଶୁଡ଼ିବାରେ ଲାଗିଛି। ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତ ହାଟଗୁଡ଼ା ଗ୍ରାମରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଅବସ୍ଥାରୁ ଏହା ବେଶ୍‌ ଅନୁମେୟ।
ଏହି ବ୍ଲକର ୨୩ ପଞ୍ଚାୟତବାସୀଙ୍କ ପାଇଁ ହାଟଗୁଡ଼ାରେ ଗୋଟିଏ ମାତ୍ର ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ରହିଛି। ଦୀର୍ଘଦିନ ହେଲା ଡାକ୍ତରଖାନାର କାନ୍ଥ, ଆଜବେଷ୍ଟସ ଛପର ଭାଙ୍ଗିରୁଜି ପଡ଼ିଛି। ଦୈନିକ ଏଠାକୁ ବିଭିନ୍ନ ପ୍ରକାର ରୋଗୀ ଆସୁଥିଲେ ମଧ୍ୟ ଉପଯୁକ୍ତ ଔଷଧ ଅଭାବରୁ ଚିକିତ୍ସା ସମ୍ଭବ ହୋଇପାରୁନାହିଁ ବୋଲି କହିଛନ୍ତି ଏଠାକାର କାର୍ଯ୍ୟରତ ଡାକ୍ତର ଶିବରାମ ମୁର୍ମୁ। ତାଙ୍କ ନିଯୁକ୍ତି ହାଟଗୁଡ଼ା ଡାକ୍ତରଖାନା ପାଇଁ ହୋଇଥିବା ବେଳେ ଜିଲାରେ ଡାକ୍ତର ଅଭାବରୁ ମୁର୍ମୁଙ୍କୁ ଲମତାପୁଟ ବ୍ଲକ ଦେବଗନ୍ଧନା ଚିକିତ୍ସାଳୟ ଦାୟିତ୍ୱ ମଧ୍ୟ ତୁଲାଇବାକୁ ପଡୁଛି। ଏଥିପାଇଁ ସେ ପାଳିକରି ଦୁଇଟି ଚିକିତ୍ସାଳୟରେ ରୋଗୀ ଚିକିତ୍ସା କରୁଛନ୍ତି। ଯେଉଁଦିନ ଯେଉଁ ଚିକିତ୍ସାଳୟରେ ଡାକ୍ତର ଅନୁପସ୍ଥିତ ରହୁଛନ୍ତି ସେଠାରେ କର୍ମଚାରୀମାନେ ଫୋନ୍‌ ଯୋଗେ ଡାକ୍ତରଙ୍କ ପରାମର୍ଶ ନେଇ ରୋଗୀଙ୍କୁ ଚିକିତ୍ସା କରୁଥିବା ପାନ୍ଥଲୁଙ୍ଗ ସରପଞ୍ଚ ପୂଜା ଖିଲ କହିଛନ୍ତି। ତୁରନ୍ତ ହାଟଗୁଡ଼ା ଆୟୁର୍ବେଦ ଚିକିତ୍ସାଳୟର ଭିତ୍ତିଭୂମିରେ ସୁଧାର ଆଣିବାକୁ ସରପଞ୍ଚ ଖିଲ ଦାବି କରିଛନ୍ତି।
ଏ ସମ୍ପର୍କରେ ଅବିଭକ୍ତ କୋରାପୁଟ ଜିଲା ପାଇଁ ରାୟଗଡ଼ାରେ ରହିଥିବା ବିଭାଗୀୟ ନିର୍ଦ୍ଦେଶକ କାଶୀ ବିଶ୍ୱନାଥ ସୋରେନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ, ଏହା କେବଳ ନନ୍ଦପୁର ବ୍ଲକର ସମସ୍ୟା ନୁହେଁ, କୋରାପୁଟ ଜିଲାର ୧୪ ବ୍ଲକ ପାଇଁ ଥିବା ୧୮ଟି, ଅବିଭକ୍ତ କୋରାପୁଟ ଜିଲାର ନବରଙ୍ଗପୁରର ୨୨ଟି, ମାଲକାନଗିରିର ୭ଟି ଏବଂ ରାୟଗଡ଼ାର ୨୦ଟି ଏହିପରି ମୋଟ ୬୭ଟି ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଅବସ୍ଥା ଏପରି ବୋଲି ସେ କହିଛନ୍ତି। ସବୁ ଆୟୁର୍ବେଦ ଡାକ୍ତରଖାନା ପୁରୁଣା। ସବୁଠି ଆବଶ୍ୟକ ଭିତ୍ତିଭୂମି, ଡାକ୍ତର ଓ କର୍ମଚାରୀ ଅଭାବ ଲାଗିରହିଛି। କୋରାପୁଟ ଜିଲାର ୧୮ ଚିକିତ୍ସାଳୟରେ ୯ ଜଣ ଡାକ୍ତର, ୧୧ ସହାୟକ, ୨ ପିଅନ ପଦବୀ ଖାଲି ପଡ଼ିଛି। ମାଲକାନଗିରି ଜିଲାରେ ୭ଟି ଚିକିତ୍ସାଳୟ ଥିବା ବେଳେ ୨ଡାକ୍ତର, ୩ ସହାୟକ ଓ ୩ ପିଅନ ପଦବୀ ଖାଲି ରହିଛି। ନବରଙ୍ଗପୁର ଜିଲାରେ ୨୨ଟି ଚିକିତ୍ସାଳୟ ଥିବାବେଳେ ୧୦ ଡାକ୍ତର, ୮ ସହାୟକ ଓ ୫ ପିଅନ ପଦବୀ ଖାଲି ପଡ଼ିଛି। ସେହିଭଳି ରାୟଗଡ଼ା ଜିଲାରେ ୨୦ଟି ଆୟୁର୍ବେଦ ଚିକିତ୍ସାଳୟ ଥିବାବେଳେ ୬ ଡାକ୍ତର, ୧୩ ସହାୟକ ଓ ୪ ପିଅନ ପଦବୀ ଖାଲି ରହିଛି। ଅବିଭକ୍ତ କୋରାପୁଟ ଜିଲାରେ କାର୍ଯ୍ୟରତ ୧୫ଜଣ ଡାକ୍ତରଙ୍କୁ ପିଜି ପାଠ୍ୟକ୍ରମ ଆଳରେ ଉପକୂଳ ଅଞ୍ଚଳ ଯଥା ପୁରୀ, ଖୋର୍ଦ୍ଧା, କଟକ ଆଦି ଚିକିତ୍ସାଳୟରେ ରଖାଯାଇଛି। ଡାକ୍ତର ଓ କର୍ମଚାରୀ ନିଯୁକ୍ତି ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୋରେନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଶିକ୍ଷାର ଗୁଣାତ୍ମକ ଉନ୍ନତି ଶିକ୍ଷାର୍ଥୀଙ୍କ ଫଳାଫଳ ସମୀକ୍ଷା ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର, ୧୩।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଥୁଆମୂଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?