ଜବରଦଖଲରେ ସରକାରୀ ଜାଗା

ପଟ୍ଟାମୁଣ୍ଡାଇ,୯।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସରକାରୀ ଜାଗାକୁ ଜବରଦଖଲକାରୀମାନେ କବ୍‌ଜା କରିବାରେ ଲାଗିଛନ୍ତି। ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ବିଭାଗର ଜାଗା ଜବରଦଖଲ ହେଉଛି। ଜଳସମ୍ପଦ ବିଭାଗ ଅଧୀନରେ ଥିବା ଅନେକ ସ୍ଥାନରେ ଲୋକେ ଘର ନିର୍ମାଣ କରି ନିଜେ ରହିବା ସହ ଭଡା ଲଗାଇ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ଚଳାଇଛନ୍ତି। ପୌରଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ବିଭିନ୍ନ ଆଳରେ ବହୁ ମୂଲ୍ୟବାନ ସରକାରୀ ଜମି ହାତେଇ ନେଇଛନ୍ତି। ଫଳରେ ବିଭିନ୍ନ ସରକାରୀ ଅଫିସ କରିବାକୁ ଜାଗା ଖଣ୍ଡେ ମିଳୁନାହିଁ। ଏହାକୁ ନେଇ ଅଞ୍ଚଳବାସୀ, ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରୀ ଜମିକୁ ଉଦ୍ଧାର କରିବା ଲାଗି କେତେଜଣ ବ୍ୟକ୍ତି ହାଇକୋର୍ଟରେ ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଛନ୍ତି।
ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ମୌଜାର କେତେଜଣ ବ୍ୟକ୍ତି ପୋତା ଗୋବରୀ ନଦୀର ଦୁଇପାର୍ଶ୍ୱ ଜମିକୁ ୧୯୩୦ ମସିହାରେ ହୋଇଥିବା ବନ୍ଦୋବସ୍ତରେ ବ୍ୟାପକ ହେରଫେର ଓ ଚଞ୍ଚକତା କରିଛନ୍ତି। ସେମାନେ ବହୁ ମୂଲ୍ୟବାନ ସରକାରୀ ଜମି ଓ ଡିଷ୍ଟବୋର୍ଡ ଜାଗା ହଡପ କରି ନେଇଛନ୍ତି। ପୋତି ହୋଇପଡିଥିବା ଗୋବରୀ ନଦୀ ଜାତୀୟ ସମ୍ପତ୍ତି ହୋଇଥିଲେ ମଧ୍ୟ ଜମିଦାରଙ୍କ ପୁଅ ଓ ଗୁମାସ୍ତାଙ୍କଠାରୁ ହାତ ଲେଖା ଆଣି ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗ ଦଖଲ କରିବା ସହ ଜଳାଶୟକୁ ବିକ୍ରି ବଟ୍ଟା କରିଛନ୍ତି। ବିଶେଷକରି ପୋତା ଗୋବରୀ ନଦୀର ଏକ ପାଖ ସ୍ଥାନୀୟ ବେଲତଳ ଗଁାର ରାଧାରମଣ ଜୀଉଙ୍କ ଚାପଖେଳ ପୋଖରୀ ଥିବା ବେଳେ ତାହା ଏବେ ଜବରଦଖଲ ହୋଇଯାଇଛି। ଜମିଦାରଙ୍କ ହାତଲେଖା ଦେଖାଇ ତହସିଲରେ ନାମ ଦରଜ କରିଥିବା ଲୋକେ ପରବର୍ତ୍ତୀ ସମୟରେ ୧୯୮୪ ଚକବନ୍ଦୀରେ ନିଜ ନାମରେ ପଟ୍ଟା କରାଇ ନେବାକୁ ସକ୍ଷମ ହୋଇଛନ୍ତି। ଏ ସମ୍ପର୍କରେ ତହସିଲଦାର ଜାଣି ମଧ୍ୟ କିପରି ଜମି ରେକର୍ଡ କରି ଦେଲେ ତାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି। ପୋତାନଦୀ କିସମ ଜଳାଶୟ ଥିବାବେଳେ ଏହା କିପରି ପୋତା ଯାଇ ପକ୍କା ଘର ନିର୍ମାଣ ହୋଇଛି ବୋଲି ଅଭିଯୋଗ ହେଉଛି। ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଛି। ଫଳରେ ଗୋବରୀ ନଦୀ ଉପରେ ନିର୍ଭର କରୁଥିବା ଉଭୟପାର୍ଶ୍ୱର ଶତାଧିକ ଗ୍ରାମର ଅଧିବାସୀ ହଇରାଣ ହେଉଛନ୍ତି। ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡିଆ ପଡୁଛି। ଏହି ଅଞ୍ଚଳରେ ଭୂତଳ ଜଳସ୍ତର କମୁଥିବାରୁ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ ଏବେ ଜନସଂଖ୍ୟା ବଢିଛି। ସହରରେ ଜନସଂଖ୍ୟା ବଢିବା ଦ୍ୱାରା ଲୋକ ରହିବା ସକାଶେ ପର୍ଯ୍ୟାପ୍ତ ବାସଗୃହର ଆବଶ୍ୟକତା ରହିଛି। ହେଲେ ସରକାରୀ ନଦୀ, ନାଳ, ନୟନଯୋରୀ ଏପରିକି ଜଳାଶୟକୁ ପୋତି ଲୋକେ ରାତାରାତି କୋଠା ଛିଡା କରିଦେଉଛନ୍ତି। ଯାହାକି ସ୍ଥାନୀୟ ପ୍ରଶାସନ, ପୌରପାଳିକା ଏବଂ ଟାଉନ ପ୍ଲାନିଂ କର୍ତ୍ତୃପକ୍ଷଙ୍କର ଦୁର୍ବଳତାକୁ ପଦାରେ ପକାଇଛି। ସାଧାରଣ ଲୋକଟିଏ ଜାଗା ଖଣ୍ଡେ କିଣି ଘର ଖଣ୍ଡେ ତୋଳିବାକୁ ପ୍ରଶାସନ ପାଖରେ ଅନୁମତି ଲୋଡୁଛନ୍ତି। ହେଲେ ପ୍ରଶାସନ ବିଭିନ୍ନ କଟକଣା ଦେଖାଇ ଲୋକଙ୍କ ପ୍ଲାନ ଅନୁମୋଦନ କରୁ ନ ଥିବା ଅଭିଯୋଗ ହେଉଛି। ଖାଲୁଆ ସ୍ଥାନରେ ଘର ଯୋଗୁ ସହରର ବର୍ଷାଜଳ ଡ୍ରେନ ଦେଇ ପୁରୁଣା ଗୋବରୀ ନଦୀକୁ ନିଷ୍କାସିତ ନ ହୋଇପାରି କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳରୁ ଜବରଦଖଲ ଉଚ୍ଛେଦ ସହ ବେଆଇନ ନିର୍ମାଣ ଉପରେ ପ୍ରଶାସନ ନଜର ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଆଗାମୀ ସପ୍ତାହରେ ଜବରଦଖଲ ହୋଇଥିବା ସ୍ଥାନ ବୁଲି ଦେଖିବା ପରେ ଉଚ୍ଛେଦ ପାଇଁ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?