ଜବରଦଖଲରେ ସରକାରୀ ଜାଗା

ପଟ୍ଟାମୁଣ୍ଡାଇ,୯।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସରକାରୀ ଜାଗାକୁ ଜବରଦଖଲକାରୀମାନେ କବ୍‌ଜା କରିବାରେ ଲାଗିଛନ୍ତି। ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ବିଭାଗର ଜାଗା ଜବରଦଖଲ ହେଉଛି। ଜଳସମ୍ପଦ ବିଭାଗ ଅଧୀନରେ ଥିବା ଅନେକ ସ୍ଥାନରେ ଲୋକେ ଘର ନିର୍ମାଣ କରି ନିଜେ ରହିବା ସହ ଭଡା ଲଗାଇ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ଚଳାଇଛନ୍ତି। ପୌରଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ବିଭିନ୍ନ ଆଳରେ ବହୁ ମୂଲ୍ୟବାନ ସରକାରୀ ଜମି ହାତେଇ ନେଇଛନ୍ତି। ଫଳରେ ବିଭିନ୍ନ ସରକାରୀ ଅଫିସ କରିବାକୁ ଜାଗା ଖଣ୍ଡେ ମିଳୁନାହିଁ। ଏହାକୁ ନେଇ ଅଞ୍ଚଳବାସୀ, ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରୀ ଜମିକୁ ଉଦ୍ଧାର କରିବା ଲାଗି କେତେଜଣ ବ୍ୟକ୍ତି ହାଇକୋର୍ଟରେ ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଛନ୍ତି।
ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ମୌଜାର କେତେଜଣ ବ୍ୟକ୍ତି ପୋତା ଗୋବରୀ ନଦୀର ଦୁଇପାର୍ଶ୍ୱ ଜମିକୁ ୧୯୩୦ ମସିହାରେ ହୋଇଥିବା ବନ୍ଦୋବସ୍ତରେ ବ୍ୟାପକ ହେରଫେର ଓ ଚଞ୍ଚକତା କରିଛନ୍ତି। ସେମାନେ ବହୁ ମୂଲ୍ୟବାନ ସରକାରୀ ଜମି ଓ ଡିଷ୍ଟବୋର୍ଡ ଜାଗା ହଡପ କରି ନେଇଛନ୍ତି। ପୋତି ହୋଇପଡିଥିବା ଗୋବରୀ ନଦୀ ଜାତୀୟ ସମ୍ପତ୍ତି ହୋଇଥିଲେ ମଧ୍ୟ ଜମିଦାରଙ୍କ ପୁଅ ଓ ଗୁମାସ୍ତାଙ୍କଠାରୁ ହାତ ଲେଖା ଆଣି ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗ ଦଖଲ କରିବା ସହ ଜଳାଶୟକୁ ବିକ୍ରି ବଟ୍ଟା କରିଛନ୍ତି। ବିଶେଷକରି ପୋତା ଗୋବରୀ ନଦୀର ଏକ ପାଖ ସ୍ଥାନୀୟ ବେଲତଳ ଗଁାର ରାଧାରମଣ ଜୀଉଙ୍କ ଚାପଖେଳ ପୋଖରୀ ଥିବା ବେଳେ ତାହା ଏବେ ଜବରଦଖଲ ହୋଇଯାଇଛି। ଜମିଦାରଙ୍କ ହାତଲେଖା ଦେଖାଇ ତହସିଲରେ ନାମ ଦରଜ କରିଥିବା ଲୋକେ ପରବର୍ତ୍ତୀ ସମୟରେ ୧୯୮୪ ଚକବନ୍ଦୀରେ ନିଜ ନାମରେ ପଟ୍ଟା କରାଇ ନେବାକୁ ସକ୍ଷମ ହୋଇଛନ୍ତି। ଏ ସମ୍ପର୍କରେ ତହସିଲଦାର ଜାଣି ମଧ୍ୟ କିପରି ଜମି ରେକର୍ଡ କରି ଦେଲେ ତାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି। ପୋତାନଦୀ କିସମ ଜଳାଶୟ ଥିବାବେଳେ ଏହା କିପରି ପୋତା ଯାଇ ପକ୍କା ଘର ନିର୍ମାଣ ହୋଇଛି ବୋଲି ଅଭିଯୋଗ ହେଉଛି। ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଛି। ଫଳରେ ଗୋବରୀ ନଦୀ ଉପରେ ନିର୍ଭର କରୁଥିବା ଉଭୟପାର୍ଶ୍ୱର ଶତାଧିକ ଗ୍ରାମର ଅଧିବାସୀ ହଇରାଣ ହେଉଛନ୍ତି। ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡିଆ ପଡୁଛି। ଏହି ଅଞ୍ଚଳରେ ଭୂତଳ ଜଳସ୍ତର କମୁଥିବାରୁ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ ଏବେ ଜନସଂଖ୍ୟା ବଢିଛି। ସହରରେ ଜନସଂଖ୍ୟା ବଢିବା ଦ୍ୱାରା ଲୋକ ରହିବା ସକାଶେ ପର୍ଯ୍ୟାପ୍ତ ବାସଗୃହର ଆବଶ୍ୟକତା ରହିଛି। ହେଲେ ସରକାରୀ ନଦୀ, ନାଳ, ନୟନଯୋରୀ ଏପରିକି ଜଳାଶୟକୁ ପୋତି ଲୋକେ ରାତାରାତି କୋଠା ଛିଡା କରିଦେଉଛନ୍ତି। ଯାହାକି ସ୍ଥାନୀୟ ପ୍ରଶାସନ, ପୌରପାଳିକା ଏବଂ ଟାଉନ ପ୍ଲାନିଂ କର୍ତ୍ତୃପକ୍ଷଙ୍କର ଦୁର୍ବଳତାକୁ ପଦାରେ ପକାଇଛି। ସାଧାରଣ ଲୋକଟିଏ ଜାଗା ଖଣ୍ଡେ କିଣି ଘର ଖଣ୍ଡେ ତୋଳିବାକୁ ପ୍ରଶାସନ ପାଖରେ ଅନୁମତି ଲୋଡୁଛନ୍ତି। ହେଲେ ପ୍ରଶାସନ ବିଭିନ୍ନ କଟକଣା ଦେଖାଇ ଲୋକଙ୍କ ପ୍ଲାନ ଅନୁମୋଦନ କରୁ ନ ଥିବା ଅଭିଯୋଗ ହେଉଛି। ଖାଲୁଆ ସ୍ଥାନରେ ଘର ଯୋଗୁ ସହରର ବର୍ଷାଜଳ ଡ୍ରେନ ଦେଇ ପୁରୁଣା ଗୋବରୀ ନଦୀକୁ ନିଷ୍କାସିତ ନ ହୋଇପାରି କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳରୁ ଜବରଦଖଲ ଉଚ୍ଛେଦ ସହ ବେଆଇନ ନିର୍ମାଣ ଉପରେ ପ୍ରଶାସନ ନଜର ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଆଗାମୀ ସପ୍ତାହରେ ଜବରଦଖଲ ହୋଇଥିବା ସ୍ଥାନ ବୁଲି ଦେଖିବା ପରେ ଉଚ୍ଛେଦ ପାଇଁ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭୁବନେଶ୍ୱରରୁ ୪ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୨ ଜଣ...

ଉପାଧ୍ୟକ୍ଷ ପଦ ହାତେଇବାକୁ କଂଗ୍ରେସର ରଣନୀତି

ଜଗତ୍‌ସିଂହପୁର ଅଫିସ, ୬ା୪: ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ଓ କାଉନ୍‌ସିଲର ନିର୍ବାଚନ ପରେ ପୌର ଉପାଧ୍ୟକ୍ଷ ପଦକୁ ନେଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ କିଛିଦିନ ହେଲା...

ସିଲ୍‌ ପଡିଛି, ମଦ କାରବାର ଚାଲିଛି

ଜୟପୁର,୧୪ା୫(ଡି.ଏନ.ଏ )-କୋରାପୁଟ ଜିଲା ଜୟପୁର ସହର ଏବଂ ଆଖପାଖ ଅଞ୍ଚଳରେ ୧୮ଟି ବିଦେଶୀ ମଦ ଦୋକାନ ରହଛି। ସେଥିରୁ ୧୨ଟି ଠିପିବନ୍ଦ ଦୋକାନ ଏବଂ ୬ଟି...

ଷଡ଼ଯନ୍ତ୍ରରୁ ମୁକୁଳିବ ବ୍ୟାସନଗର

ଯାଜପୁର ରୋଡ,୨୦ା୧୨(ଡି.ଏନ.ଏ.):ରାଜନୈତିକ ଓ ପ୍ରଶାସନିକ ଅବହେଳାର ଶିକାର ହୋଇଆସିଛି ବ୍ୟାସନଗର ପୌରପରିଷଦ ଅଞ୍ଚଳ। ଏଠାକାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ୟାସନଗର ନାଗରିକ କମିଟି ଅଣ୍ଟା...

ମାଗୁରାଣି ଚାଞ୍ଚରାରେ ଛେଳି, ମେଣ୍ଢା ମଡ଼କ

ବେଗୁନିଆପଡ଼ା,୯ା୭(ଡି.ଏନ.ଏ.): ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ. ଛଚିନା ପଞ୍ଚାୟତ ମାଗୁରାଣି ଚାଞ୍ଚରା ଗ୍ରାମରେ ଛେଳି ଓ ମେଣ୍ଢା ମଡ଼କ ଦେଖାଦେଇଛି। ଗତ ସପ୍ତାହକ ମଧ୍ୟରେ ଗ୍ରାମର...

ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୪୩ କୁ ବୃଦ୍ଧି...

ମାତୃ, ଶିଶୁମଙ୍ଗଳ ହସ୍ପିଟାଲ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ, ୨୮।୧୦: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ଥିବା ୨୨୪ ଡାକ୍ତରଙ୍କ ମଧ୍ୟରୁ ୧୩୪ ପଦବୀ ଫାଙ୍କା ଅଛି। ଏଥିସହ ଭିତ୍ତିଭୂମି ସୁଦୃଢ଼...

ଏସ୍‌ସିବିରୁ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

କଟକ ଅଫିସ,୧୦।୭: ଏସ୍‌ସିବି ମେଡିକାଲ ଅଡିଟୋରିୟମରୁ ପ୍ରାୟ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। କେବେଠୁ ଏହି ଚୋରି ହେଲାଣି ସେ ସମ୍ପର୍କରେ ମେଡିକାଲ...

Advertisement
Archives

Model This Week