Posted inଜାତୀୟ

ଆଧାର କାର୍ଡ ନେଇ ସରକାରଙ୍କ ଆଡଭାଇଜରୀ, ମାସ୍କଡ୍‌ କାର୍ଡ ବ୍ୟବହାର କରିବାକୁ ପରାମର୍ଶ..

ନୂଆଦିଲ୍ଲୀ, ୨୯।୫ : ଆଧାର କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। କୌଣସି ସରକାରୀ ଯୋଜନାର ଲାଭ ଉଠାଇବା କିମ୍ବା ଆର୍ଥିକ କାରବାର କରିବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଆଧାର କାର୍ଡ ହେଉଛି ଜଣେ ବ୍ୟକ୍ତିଙ୍କର ପରିଚୟର ପ୍ରମାଣ। ଏଥିରେ ଥିବା ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଂଖ୍ୟାଗୁଡ଼ିକ କାର୍ଡ ଧାରକଙ୍କର ବାୟୋମେଟ୍ରିକ ପରିଚୟ ନିଶ୍ଚିତ କରିଥାଏ। ଆଧାର କାର୍ଢ ନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି। ସରକାର କେବଳ ମାସ୍କଡ୍‌ ଆଧାର କାର୍ଡ୍‌ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ସରକାର କହିଛନ୍ତି ଯେ ଯଦି ଆଧାର କାର୍ଡର ଏକ ନକଳ କପି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ସହିତ ଶେୟାର କରାଯାଏ, ତେବେ ଏହାର ଅପବ୍ୟବହାର ମଧ୍ୟ ହେବାର ଆଶଙ୍କା ରହିଥାଏ। ଏପରି ପରିସ୍ଥିତିରେ ବେଳେବେଳେ କାର୍ଡ ଧାରକଙ୍କୁ ବଡ କ୍ଷତିର ସାମ୍ନା ମଧ୍ୟ କରିବାକୁ ପଡିପାରେ। ଲୋକଙ୍କୁ ନିର୍ଦ୍ଦେଶାବଳୀ ପ୍ରଦାନ କରି ସରକାର କହିଛନ୍ତି ଯେ ସର୍ବଦା କେବଳ ମାସ୍କଡ ଆଧାର କାର୍ଡ ଅନ୍ୟ ଲୋକ କିମ୍ବା ସଂଗଠନ ସହିତ ଶେୟାର କରନ୍ତୁ। ଆଓାର କାର୍ଡର ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ସମ୍ପୂର୍ଣ୍ଣ ଭାବେ ମାସ୍କଡ ଆଧାର କାର୍ଡରେ ଦୃଶ୍ୟମାନ ହୁଏ ନାହିଁ। ମାସ୍କଡ ଆଧାରରେ କେବଳ ଆଧାର ନମ୍ବରର ଶେଷ ୪ ଅଙ୍କ ଦୃଶ୍ୟମାନ ହୁଏ। ସହଜରେ ମାସ୍କଡ ଆଧାର କାର୍ଡକୁ ଅନଲାଇନରେ ଡାଉନଲୋଡ କରାଯାଇ ପାରିଥାଏ।

ତେବେ ସାଇବର କାଫେରୁ ଆଧାର କାର୍ଡ ଡାଉନଲୋଡ କରିବା ସମୟରେ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଯଦି ନ୍‌ସାଇବର କାଫେରୁ ଆଧାର କାର୍ଡ ଡାଉନଲୋଡ କରୁଛନ୍ତି, ତେବେ ଏହି ପରିସ୍ଥିତିରେ କମ୍ପ୍ୟୁଟରରେ ଆଧାର କାର୍ଡର ଡାଉନଲୋଡ ହୋଇଥିବା ଫାଇଲକୁ ଡିଲିଟ କରିବା ଜରୁରୀ ବୋଲି ସରକାର ସତର୍କ ସୂଚନା ଜାରି କରିଛନ୍ତି।

ମାସ୍କଡ ଆଧାର କାର୍ଡ ଡାଉନଲୋଡ କରିବା ଲାଗି ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ https://uidai.gov.in/ କୁ ଯାଇ ଆଧାର ଡାଉନଲୋଡ ବିକଳ୍ପ ଚୟନ କରିବାକୁ ପଡିବ। ତା’ପରେ ଆଧାର / ଭିଆଇଡି/ ନାମାଙ୍କନ ଆଇଡି ଅପସନ୍‌ ଉପରେ କ୍ଲିକ କରି ‘ମାସ୍କେଡ ଆଧାର କାର୍ଡ’ ଅପସନ୍‌ ଉପରେ କ୍ଲିକ କରିବାକୂ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ପରେ ଆଧାର ନମ୍ବର ଇତ୍ୟାଦି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପୂରଣ କରିବାକୁ ପଡିବ ଏବଂ ତା’ପରେ ‘ଓଟିପି ରିକ୍ୱେଷ୍ଟ’ ଅପସନ ଉପରେ କ୍ଲିକ କରିବାକୁ ପଡିବ। ବର୍ତ୍ତମାନ ଓ୍ବାନ ଟାଇମ୍‌ ପାସୱାର୍ଡ ଧାରକଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଆସିବ। ଯାହାକୁ ଆପଣଙ୍କୁ ପୂରଣ କରିବାକୁ ପଡିବ। ଏହା ପରେ ‘ଆଧାର ଡାଉନଲୋଡ’ ଉପରେ କ୍ଲିକ କଲେ ମାସ୍କଡ ଆଧାର କାର୍ଡ ସହଜରେ ଡାଉନଲୋଡ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?