Posted inଫୁରସତ

ଆରଡ଼ିରେ ଶିବ ବିବାହ

ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। ଏହି ପାରମ୍ପରିକ ଧାରାକୁ ବଜାୟ ରଖିବା ପାଇଁ କାହିଁ କେଉଁକାଳରୁ ପାଳିତ ହୋଇଆସୁଛି ପବିତ୍ର ଶୀତଳଷଷ୍ଠୀ। ଏହି ପବିତ୍ର ଦିବସରେ ଦେବ ଦେବ ମହାଦେବ ମାତା ସତୀଙ୍କୁ ବିବାହ କରିଥାନ୍ତି। ସେଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠରେ ଏହି ଉତ୍ସବକୁ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ମଧ୍ୟ ପ୍ରତିବର୍ଷ ଶିବବିବାହ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଜୁନ୍‌ ୪ ତାରିଖ ଶନିବାର ପବିତ୍ର ଶୀତଳଷଷ୍ଠୀରେ ଏଠାରେ ସମ୍ପୂର୍ଣ୍ଣ ବୈଦିକ ରୀତି ଅନୁସାରେ ଦେବ ଦେବ ମହାଦେବ ଶୈଳସୁତା ମାତା ପାର୍ବତୀଙ୍କ ହାତ ଧରିବେ। ନିୟମାନୁସାରେ ପୂର୍ବଦିନ ଅର୍ଥାତ୍‌ ଶୁକ୍ରବାର ବାବା ମଣିଙ୍କର ମଙ୍ଗଳକୃତ୍ୟ ସମ୍ପନ୍ନ ହେବ। ବାବାଙ୍କୁ ୭ ଜଣ ପତିବ୍ରତା ନାରୀ ହଳଦୀ ପାଣିରେ ସ୍ନାନ କରାଇ ମଙ୍ଗଳକୃତ୍ୟ କାର୍ଯ୍ୟ ସମାପନ କରିବେ।

ସୁସଜ୍ଜିତ ବିମାନରେ ବରଧରା ଆସେ- ବାହାଘର ଦିନ ପୂର୍ବାହ୍ନରେ କନ୍ୟାପିତାଙ୍କ ବାସଭବନରୁ ପବନସୁତ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରାଯାଇ ଢୋଲ, ମହୁରି, ଘଣ୍ଟ, ଦୁଲ୍‌ଦୁଲି ବାଦ୍ୟର ତାଳେ ତାଳେ ବରପିତାଙ୍କ ଗୃହାଭିମୁଖେ ପଠା ଯାଇଥାଏ। ସେଠାରେ ବରଧରାଙ୍କ ସମେତ ଅନ୍ୟମାନଙ୍କୁ ଭବ୍ୟସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥାଏ ।

ରାଜରାଜେଶ୍ୱର ଓ ରାଜରାଜେଶ୍ୱରୀ ବେଶ- ବିବାହ ଉତ୍ସବର ଅପରାହ୍ନରେ ବାବା ଆଖଣ୍ଡଳମଣିଙ୍କୁ ରାଜରାଜେଶ୍ୱର ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥାଏ। କଥିତ ଅଛି, ଯେଉଁ ବାଡ଼ୁଅ ପୁଅ କିମ୍ବା ଝିଅଙ୍କର ବାହାଘର ହୋଇପାରୁ ନାହିଁ ସେମାନେ ଏହି ବେଶ ଦେଖିଲେ ସେମାନଙ୍କର ବିବାହ ଅଳ୍ପଦିନ ମଧ୍ୟରେ ସମାପନ ହୋଇଥାଏ। ତେଣୁ ଏହି ବେଶ ଦେଖିବା ପାଇଁ ପୀଠରେ ନାହିଁ ନ ଥିବା ଭିଡ଼ ଜମେ।

ବିରାଟ ପଟୁଆରରେ ବରାନୁଗମନ- ସେହି ଦିନ ସନ୍ଧ୍ୟାରେ ଏକ ବିରାଟ ପଟୁଆରରେ ବାବାଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବସ୍‌ଷ୍ଟାଣ୍ଡରୁ କନ୍ୟାପିତାଙ୍କ ଗୃହକୁ ନିଆଯାଇଥାଏ। ଲୌକିକ ପରମ୍ପରା ରୀତି ଅନୁସାରେ, ବାଣରୋଶଣି, ଆତସବାଜିରେ ଶୈବପୀଠ ଆରଡ଼ି ଝଲସି ଉଠିଥାଏ ା ଏହି ଶୋଭାଯାତ୍ରାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ନୃତ୍ୟ ଓ ବାଦ୍ୟ ଓ କୀର୍ତ୍ତନ ଆଦି ପରିବେଷିତ ହୋଇଥାଏ।

ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ- ପ୍ରଭୁଙ୍କ ବରାନୁଗମନ ଶୋଭାଯାତ୍ରାରେ ସେବାୟତମାନେ ନିଜକୁ ବିଭିନ୍ନ ଦେବାଦେବୀ, ଦାନବ ଓ କିନ୍ନର ବେଶରେ ସଜ୍ଜିତ କରି ବରଯାତ୍ରୀ ରୂପେ ଯାଇଥାନ୍ତି। ଶୋଭାଯାତ୍ରାରେ ହନୁମାନ ବେଶଧାରୀ ସେବାୟତଙ୍କ ଅଭିନୟ ଖୁବ୍‌ ଉଚ୍ଚକୋଟୀର ହୋଇଥାଏ।

ଅର୍ଦ୍ଧରାତ୍ରରେ ହୁଏ ବିବାହ ସମ୍ପନ୍ନ- ବିବାହ ମହୋତ୍ସବ ଦେଖିବାକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ଅନ୍ତ ଘଟେ ଅର୍ଦ୍ଧରାତ୍ରରେ। ଫୁଲବେଦିରେ ସ୍ବୟଂ ଶିବଶମ୍ଭୁ ଭୋଳାଶଙ୍କର ଜଗତ୍‌ଜନନୀ ମାତା ପାର୍ବତୀଙ୍କ ହାତ ଧରନ୍ତି। ପୁରୋହିତଙ୍କ ବିବାହ ମନ୍ତ୍ର ପଠନରେ ସାରା ଆରଡ଼ି ପ୍ରକମ୍ପିତ ହୋଇ ଉଠେ। ବରପିତା ଓ କନ୍ୟାପିତା ଲୋକାଚାର ମତରେ ସମୁଦି ମିଳନ ପରେ ପରସ୍ପର କୋଳାଗ୍ରତ ହୁଅନ୍ତି। ଯୌତୁକ ବାବଦରେ କନ୍ୟାପିତା ୨ ଏକର ଶ୍ମଶାନ ଜମି, ୧୦ ହଳ ନାଗ, ୨୫ ଗୋଟି ବୃଷଭ ଏବଂ ଅନ୍ୟାନ୍ୟ ସ୍ବର୍ଣ୍ଣ ଓ ରୌପ୍ୟନିର୍ମିତ ଅଳଙ୍କାର ପ୍ରଦାନ କରିଥାନ୍ତି।

ଖାଦ୍ୟ ସହ ମୃଦୁପାନୀୟ ବଣ୍ଟନ- ଏହି ଦିନ ପୀଠରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ସେବାୟତ ଓ କେତେକ ବଦାନ୍ୟ ବ୍ୟକ୍ତି ମାଗଣାରେ ଖାଦ୍ୟ ଓ ପାନୀୟ ବଣ୍ଟନ କରିଥାନ୍ତି । ତେବେ ଏହି ମହୋତ୍ସବକୁ ଲୋକାଭିମୁଖୀ ତଥା ସଫଳ କରିବା ପାଇଁ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ।

-ଦୀପ୍ତିରଞ୍ଜନ ନାୟକ

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!

ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?