Posted inଫୁରସତ

ଆରଡ଼ିରେ ଶିବ ବିବାହ

ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। ଏହି ପାରମ୍ପରିକ ଧାରାକୁ ବଜାୟ ରଖିବା ପାଇଁ କାହିଁ କେଉଁକାଳରୁ ପାଳିତ ହୋଇଆସୁଛି ପବିତ୍ର ଶୀତଳଷଷ୍ଠୀ। ଏହି ପବିତ୍ର ଦିବସରେ ଦେବ ଦେବ ମହାଦେବ ମାତା ସତୀଙ୍କୁ ବିବାହ କରିଥାନ୍ତି। ସେଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠରେ ଏହି ଉତ୍ସବକୁ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ମଧ୍ୟ ପ୍ରତିବର୍ଷ ଶିବବିବାହ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଜୁନ୍‌ ୪ ତାରିଖ ଶନିବାର ପବିତ୍ର ଶୀତଳଷଷ୍ଠୀରେ ଏଠାରେ ସମ୍ପୂର୍ଣ୍ଣ ବୈଦିକ ରୀତି ଅନୁସାରେ ଦେବ ଦେବ ମହାଦେବ ଶୈଳସୁତା ମାତା ପାର୍ବତୀଙ୍କ ହାତ ଧରିବେ। ନିୟମାନୁସାରେ ପୂର୍ବଦିନ ଅର୍ଥାତ୍‌ ଶୁକ୍ରବାର ବାବା ମଣିଙ୍କର ମଙ୍ଗଳକୃତ୍ୟ ସମ୍ପନ୍ନ ହେବ। ବାବାଙ୍କୁ ୭ ଜଣ ପତିବ୍ରତା ନାରୀ ହଳଦୀ ପାଣିରେ ସ୍ନାନ କରାଇ ମଙ୍ଗଳକୃତ୍ୟ କାର୍ଯ୍ୟ ସମାପନ କରିବେ।

ସୁସଜ୍ଜିତ ବିମାନରେ ବରଧରା ଆସେ- ବାହାଘର ଦିନ ପୂର୍ବାହ୍ନରେ କନ୍ୟାପିତାଙ୍କ ବାସଭବନରୁ ପବନସୁତ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରାଯାଇ ଢୋଲ, ମହୁରି, ଘଣ୍ଟ, ଦୁଲ୍‌ଦୁଲି ବାଦ୍ୟର ତାଳେ ତାଳେ ବରପିତାଙ୍କ ଗୃହାଭିମୁଖେ ପଠା ଯାଇଥାଏ। ସେଠାରେ ବରଧରାଙ୍କ ସମେତ ଅନ୍ୟମାନଙ୍କୁ ଭବ୍ୟସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥାଏ ।

ରାଜରାଜେଶ୍ୱର ଓ ରାଜରାଜେଶ୍ୱରୀ ବେଶ- ବିବାହ ଉତ୍ସବର ଅପରାହ୍ନରେ ବାବା ଆଖଣ୍ଡଳମଣିଙ୍କୁ ରାଜରାଜେଶ୍ୱର ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥାଏ। କଥିତ ଅଛି, ଯେଉଁ ବାଡ଼ୁଅ ପୁଅ କିମ୍ବା ଝିଅଙ୍କର ବାହାଘର ହୋଇପାରୁ ନାହିଁ ସେମାନେ ଏହି ବେଶ ଦେଖିଲେ ସେମାନଙ୍କର ବିବାହ ଅଳ୍ପଦିନ ମଧ୍ୟରେ ସମାପନ ହୋଇଥାଏ। ତେଣୁ ଏହି ବେଶ ଦେଖିବା ପାଇଁ ପୀଠରେ ନାହିଁ ନ ଥିବା ଭିଡ଼ ଜମେ।

ବିରାଟ ପଟୁଆରରେ ବରାନୁଗମନ- ସେହି ଦିନ ସନ୍ଧ୍ୟାରେ ଏକ ବିରାଟ ପଟୁଆରରେ ବାବାଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବସ୍‌ଷ୍ଟାଣ୍ଡରୁ କନ୍ୟାପିତାଙ୍କ ଗୃହକୁ ନିଆଯାଇଥାଏ। ଲୌକିକ ପରମ୍ପରା ରୀତି ଅନୁସାରେ, ବାଣରୋଶଣି, ଆତସବାଜିରେ ଶୈବପୀଠ ଆରଡ଼ି ଝଲସି ଉଠିଥାଏ ା ଏହି ଶୋଭାଯାତ୍ରାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ନୃତ୍ୟ ଓ ବାଦ୍ୟ ଓ କୀର୍ତ୍ତନ ଆଦି ପରିବେଷିତ ହୋଇଥାଏ।

ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ- ପ୍ରଭୁଙ୍କ ବରାନୁଗମନ ଶୋଭାଯାତ୍ରାରେ ସେବାୟତମାନେ ନିଜକୁ ବିଭିନ୍ନ ଦେବାଦେବୀ, ଦାନବ ଓ କିନ୍ନର ବେଶରେ ସଜ୍ଜିତ କରି ବରଯାତ୍ରୀ ରୂପେ ଯାଇଥାନ୍ତି। ଶୋଭାଯାତ୍ରାରେ ହନୁମାନ ବେଶଧାରୀ ସେବାୟତଙ୍କ ଅଭିନୟ ଖୁବ୍‌ ଉଚ୍ଚକୋଟୀର ହୋଇଥାଏ।

ଅର୍ଦ୍ଧରାତ୍ରରେ ହୁଏ ବିବାହ ସମ୍ପନ୍ନ- ବିବାହ ମହୋତ୍ସବ ଦେଖିବାକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ଅନ୍ତ ଘଟେ ଅର୍ଦ୍ଧରାତ୍ରରେ। ଫୁଲବେଦିରେ ସ୍ବୟଂ ଶିବଶମ୍ଭୁ ଭୋଳାଶଙ୍କର ଜଗତ୍‌ଜନନୀ ମାତା ପାର୍ବତୀଙ୍କ ହାତ ଧରନ୍ତି। ପୁରୋହିତଙ୍କ ବିବାହ ମନ୍ତ୍ର ପଠନରେ ସାରା ଆରଡ଼ି ପ୍ରକମ୍ପିତ ହୋଇ ଉଠେ। ବରପିତା ଓ କନ୍ୟାପିତା ଲୋକାଚାର ମତରେ ସମୁଦି ମିଳନ ପରେ ପରସ୍ପର କୋଳାଗ୍ରତ ହୁଅନ୍ତି। ଯୌତୁକ ବାବଦରେ କନ୍ୟାପିତା ୨ ଏକର ଶ୍ମଶାନ ଜମି, ୧୦ ହଳ ନାଗ, ୨୫ ଗୋଟି ବୃଷଭ ଏବଂ ଅନ୍ୟାନ୍ୟ ସ୍ବର୍ଣ୍ଣ ଓ ରୌପ୍ୟନିର୍ମିତ ଅଳଙ୍କାର ପ୍ରଦାନ କରିଥାନ୍ତି।

ଖାଦ୍ୟ ସହ ମୃଦୁପାନୀୟ ବଣ୍ଟନ- ଏହି ଦିନ ପୀଠରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ସେବାୟତ ଓ କେତେକ ବଦାନ୍ୟ ବ୍ୟକ୍ତି ମାଗଣାରେ ଖାଦ୍ୟ ଓ ପାନୀୟ ବଣ୍ଟନ କରିଥାନ୍ତି । ତେବେ ଏହି ମହୋତ୍ସବକୁ ଲୋକାଭିମୁଖୀ ତଥା ସଫଳ କରିବା ପାଇଁ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ।

-ଦୀପ୍ତିରଞ୍ଜନ ନାୟକ

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri