Posted inଜାତୀୟ

ସରକାର ଲୋକଙ୍କ ଧ୍ୟାନ ହଟାଇ ଲୁଟ୍‌ କରୁଛନ୍ତି: ରାହୁଲ

ଲଖନପୁର,୨୧।୧: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶେଷ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏଠାରେ ଏକ ସଭାକୁ ସମ୍ବୋଧନ କରିବା ଅବସରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରକୁ ସେ ଗଣଲୁଟେରା କରିଛନ୍ତି। ଲୋକଙ୍କ ଧ୍ୟାନ ହଟାଇବା ପରେ ସେମାନଙ୍କୁ ଲୁଟାଯାଉଛି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଶେଷରେ କଶ୍ମୀରରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ ରାହୁଲ ହଜାର ହଜାର ଲୋକଙ୍କ ସହ କଥା ହୋଇଛନ୍ତି। ପ୍ରବଳ ଥଣ୍ଡାରେ ତାଙ୍କ ସହ ହଜାର ହଜାର ଲୋକ ଚାଲିଛନ୍ତି। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଦେଶରେ ଘୃଣାର ପ୍ରସାର କରୁଛନ୍ତି। ଦେଶବାସୀ ଘୃଣା, ହିଂସା, ବେରୋଜଗାରି ଏବଂ ମୂଲ୍ୟବୃଦ୍ଧି ଆଦିକୁ ଦୈନନ୍ଦିନ ସାମ୍‌ନା କରୁଛନ୍ତି। ହେଲେ ଗଣମାଧ୍ୟମ ସେଗୁଡ଼ିକର ପ୍ରଚାର କରୁ ନ ଥିବାରୁ ରାହୁଲ ଏହାର ନିନ୍ଦା କରିଥିଲେ। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବଲିଉଡ୍‌ ଷ୍ଟାର୍‌ ଐଶ୍ୱର୍ଯ୍ୟା ରାୟ ଏବଂ ଅକ୍ଷୟ କୁମାରଙ୍କ ବିଷୟକୁ ଗଣମାଧ୍ୟମ ପ୍ରଚାର କରୁଛନ୍ତି ବୋଲି ରାହୁଲ କହିଥିଲେ।
ଜମ୍ମୁ-କଶ୍ମୀରର ସୀମାନ୍ତ କଠଓ୍ବା ଜିଲାରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଥିଲାବେଳେ ଏଥିରେ ଶିବସେନା (ୟୁବିଟି)ର ସଞ୍ଜୟ ରାଉତଙ୍କ ସମେତ ଅନେକ ନେତା ସାମିଲ ହୋଇଛନ୍ତି। ଦଳ ତରଫରୁ ସେ ଯାତ୍ରାରେ ଯୋଗଦେଇଥିବା କହିଛନ୍ତି। ଦେଶର ରାଜନୈତିକ ବାତାବରଣ ଦ୍ରୁତ ଗତିରେ ବଦଳୁଛି। ବାସ୍ତବ ପ୍ରସଙ୍ଗ ଉପରେ କଂଗ୍ରେସ ନେତା ରାହୁଲ ହିଁ ସ୍ବର ଉଠାଉଥିବା ସେ ଦେଖୁଛନ୍ତି ବୋଲି ସଞ୍ଜୟ କହିଛନ୍ତି। ପ୍ରବଳ ଥଣ୍ଡା ଯୋଗୁ ଶୁକ୍ରବାର ସକାଳେ ଘଣ୍ଟାଏ ୧୫ ମିନିଟ୍‌ ବିଳମ୍ବରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଗତବର୍ଷ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ପଞ୍ଜାବ ଅତିକ୍ରମ କରି ଗୁରୁବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଥିଲା। ଆସନ୍ତା ୩୦ ତାରିଖରେ ଶ୍ରୀନଗରଠାରେ ପଦଯାତ୍ରା ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri