Posted inଜାତୀୟ

ସରକାର ଲୋକଙ୍କ ଧ୍ୟାନ ହଟାଇ ଲୁଟ୍‌ କରୁଛନ୍ତି: ରାହୁଲ

ଲଖନପୁର,୨୧।୧: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶେଷ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏଠାରେ ଏକ ସଭାକୁ ସମ୍ବୋଧନ କରିବା ଅବସରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରକୁ ସେ ଗଣଲୁଟେରା କରିଛନ୍ତି। ଲୋକଙ୍କ ଧ୍ୟାନ ହଟାଇବା ପରେ ସେମାନଙ୍କୁ ଲୁଟାଯାଉଛି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଶେଷରେ କଶ୍ମୀରରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ ରାହୁଲ ହଜାର ହଜାର ଲୋକଙ୍କ ସହ କଥା ହୋଇଛନ୍ତି। ପ୍ରବଳ ଥଣ୍ଡାରେ ତାଙ୍କ ସହ ହଜାର ହଜାର ଲୋକ ଚାଲିଛନ୍ତି। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଦେଶରେ ଘୃଣାର ପ୍ରସାର କରୁଛନ୍ତି। ଦେଶବାସୀ ଘୃଣା, ହିଂସା, ବେରୋଜଗାରି ଏବଂ ମୂଲ୍ୟବୃଦ୍ଧି ଆଦିକୁ ଦୈନନ୍ଦିନ ସାମ୍‌ନା କରୁଛନ୍ତି। ହେଲେ ଗଣମାଧ୍ୟମ ସେଗୁଡ଼ିକର ପ୍ରଚାର କରୁ ନ ଥିବାରୁ ରାହୁଲ ଏହାର ନିନ୍ଦା କରିଥିଲେ। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବଲିଉଡ୍‌ ଷ୍ଟାର୍‌ ଐଶ୍ୱର୍ଯ୍ୟା ରାୟ ଏବଂ ଅକ୍ଷୟ କୁମାରଙ୍କ ବିଷୟକୁ ଗଣମାଧ୍ୟମ ପ୍ରଚାର କରୁଛନ୍ତି ବୋଲି ରାହୁଲ କହିଥିଲେ।
ଜମ୍ମୁ-କଶ୍ମୀରର ସୀମାନ୍ତ କଠଓ୍ବା ଜିଲାରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଥିଲାବେଳେ ଏଥିରେ ଶିବସେନା (ୟୁବିଟି)ର ସଞ୍ଜୟ ରାଉତଙ୍କ ସମେତ ଅନେକ ନେତା ସାମିଲ ହୋଇଛନ୍ତି। ଦଳ ତରଫରୁ ସେ ଯାତ୍ରାରେ ଯୋଗଦେଇଥିବା କହିଛନ୍ତି। ଦେଶର ରାଜନୈତିକ ବାତାବରଣ ଦ୍ରୁତ ଗତିରେ ବଦଳୁଛି। ବାସ୍ତବ ପ୍ରସଙ୍ଗ ଉପରେ କଂଗ୍ରେସ ନେତା ରାହୁଲ ହିଁ ସ୍ବର ଉଠାଉଥିବା ସେ ଦେଖୁଛନ୍ତି ବୋଲି ସଞ୍ଜୟ କହିଛନ୍ତି। ପ୍ରବଳ ଥଣ୍ଡା ଯୋଗୁ ଶୁକ୍ରବାର ସକାଳେ ଘଣ୍ଟାଏ ୧୫ ମିନିଟ୍‌ ବିଳମ୍ବରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଗତବର୍ଷ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ପଞ୍ଜାବ ଅତିକ୍ରମ କରି ଗୁରୁବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଥିଲା। ଆସନ୍ତା ୩୦ ତାରିଖରେ ଶ୍ରୀନଗରଠାରେ ପଦଯାତ୍ରା ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri