ସ୍ବତନ୍ତ୍ର ଓଜେଇଇ ଚିନ୍ତା

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ) : ରାଜ୍ୟରେ ଖାଲିପଡ଼ିଛି ୬୦%ରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ସିଟ୍‌। ଏହି ଖାଲି ସିଟ୍‌ରେ ନାମ ଲେଖାଇବା ପାଇଁ ପ୍ରତିବର୍ଷ ସ୍ବତନ୍ତ୍ର ଓଜେଇଇ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏଯାଏ ସେଭଳି କୌଣସି ସ୍ବତନ୍ତ୍ର ଓଜେଇଇ ପାଇଁ ସରକାର ଚିନ୍ତା କରି ନାହାନ୍ତି। ଫଳରେ ଆଶାୟୀ ଛାତ୍ରୀଛାତ୍ର ଆଶଙ୍କା ଭିତରେ ରହିଥିବାବେଳେ ସିଟ୍‌ ପୂରଣ ପାଇଁ ଅଡି ବସିଛି ଓଡ଼ିଶା ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜ ଆସୋସିଏଶନ (ଓପେକା)।
ରାଜ୍ୟରେ ୮୦ ଘରୋଇ ଇଞ୍ଜିନିୟରିଂ କଲେଜ ଓ ୮ ସରକାରୀ ଇଞ୍ଜିନିୟରିଂ କଲେଜ ରହିଛି। ମିଳିଥିବା ସୂଚନାନୁସାରେ, ଘରୋଇ କଲେଜରେ ୩୦ ହଜାରରୁ ଊର୍ଦ୍ଧ୍ୱ ଓ ସରକାରୀ କଲେଜରେ ୪ହଜାରରୁ ଊର୍ଦ୍ଧ୍ୱ ସିଟ୍‌ ରହିଛି। ଏବେ ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ୬୦ ପ୍ରତିଶତରୁ ଅଧିକ ସିଟ୍‌ ଖାଲି ପଡ଼ିଛି। ତେବେ ସରକାରୀ କଲେଜରେ ପ୍ରାୟ ୧୦ ପ୍ରତିଶତ ସିଟ୍‌ ଖାଲି ପଡ଼ିଥିବାବେଳେ ଘରୋଇ କଲେଜରେ ଅଧିକ ସିଟ୍‌ ପଡ଼ିଛି। ତେଣୁ ଡିସେମ୍ବର ୩୧ ମଧ୍ୟରେ ସ୍ବତନ୍ତ୍ର ଓଜେଇଇ କରିବା ପାଇଁ ଓପେକା ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେଠାରୁ ନିରାଶ ହେବା ପରେ ସଂଘ ଏବେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି।
ଓପେକା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ପିଟିଶନ ଦାଖଲ କରାଯାଇଥିଲା। ଗୋଟିଏ ହେଉଛି ନାମଲେଖା ଅବଧି ବୃଦ୍ଧି କରିବା ଓ ଅନ୍ୟଟି ହେଉଛି ସ୍ବତନ୍ତ୍ର  ଓଜେଇଇ କରିବା। ତେବେ ନାମଲେଖା ଅବଧିକୁ ସୁପ୍ରିମକୋର୍ଟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଅନ୍ୟ ପିଟିଶନକୁ ଖାରଜ କରିଦେଇଛନ୍ତି। ଏ ନେଇ ଓପେକାର ଅବୈତନିକ ସଚିବ ବିନୋଦ ଦାସ କହିଛନ୍ତି, ସ୍ବତନ୍ତ୍ର ଓଜେଇଇ କରିବା ପାଇଁ ଆମେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲୁ। ସରକାରୀ ଓକିଲ ଏଥିପାଇଁ ସମୟ ନେଇଥିଲେ। କିନ୍ତୁ ସେହି ସମୟ ମଧ୍ୟରେ ସେ ରାଜ୍ୟ ସରକାରଙ୍କ ପାଖରୁ କୌଣସି ନିର୍ଦ୍ଦେଶ ପାଇଲେ ନାହିଁ। ଏଥିପାଇଁ ମାସେ ସମୟ ଲାଗିବ ବୋଲି ସରକାରୀ ଓକିଲ ସୁପ୍ରିକୋର୍ଟଙ୍କୁ ଜଣାଇଥିଲେ। ତେବେ ଗତ ଶନିବାରଠାରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ବନ୍ଦ ରହିବ। ଯେହେତୁ ସ୍ବତନ୍ତ୍ର ଓଜେଇଇ ପାଇଁ ସମୟ ଗଡ଼ିଯାଉଛି, ତେଣୁ ସୁପ୍ରିମକୋର୍ଟ ଏହି ମାମଲାରେ ଆଉ ହସ୍ତକ୍ଷେପ କରିବେ ନାହିଁ ବୋଲି କହିବା ସହ ପିଟିଶନକୁ ଖାରଜ କରିଦେଇଥିଲେ। ଏଥିସହ କୋର୍ଟ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ପାଇଁ କହିଥିଲେ। ଏହାପରେ ଓପେକା ପକ୍ଷରୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଭେଟି ସ୍ବତନ୍ତ୍ର ଓଜେଇଇ କରିବା ପାଇଁ ଶନିବାର ଚିଠି ଲେଖିଛି। ଇଞ୍ଜିନିୟରିଂ ସିଟ୍‌ ଖାଲି ପଡ଼ିଲେ ସ୍ବତନ୍ତ୍ର ଓଜେଇଇ କରିବା ପାଇଁ ସରକାରଙ୍କ ନିୟମ ରହିଛି। କିନ୍ତୁ ଏଥର କାହିଁକି କରାଯାଉ ନାହିଁ ବୋଲି ଓପେକା ସରକାରଙ୍କୁ ପ୍ରଶ୍ନ କରିଛି। ଏଥିସହିତ ଏହି ସମୟ ମଧ୍ୟରେ କିପରି ସ୍ବତନ୍ତ୍ର ଓଜେଇଇ କରାଯିବ ସେନେଇ ସଂଘ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ପ୍ରସ୍ତାବ ଅନୁସାରେ ୨୧ରେ ସ୍ବତନ୍ତ୍ର ଓଜେଇଇ ନେଇ ବିଜ୍ଞପ୍ତି ପ୍ରକାଶ, ୨୩ ଓ ୨୪ରେ ଅନ୍‌ଲାଇନ୍‌ ଆବେଦନ, ୨୫ରେ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌, ୨୬ କିମ୍ବା ୨୭ରେ ପରୀକ୍ଷା କରାଯାଇପାରିବ। ସେହିଭଳି ୨୯ ତାରିଖରେ ରେଜଲ୍ଟ ପ୍ରକାଶ ଓ ନାମଲେଖା ଶେଷ ପର୍ଯ୍ୟନ୍ତ ର଼୍ୟାଙ୍କ୍‌ କାର୍ଡ ଡାଉନ୍‌ଲୋଡ୍‌ ଏବଂ ନାମଲେଖା ପାଇଁ ୩୦ ଓ ୩୧ ଦୁଇଦିନ ସମୟ ଦେବା ପାଇଁ ଓପେକା ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri