Posted inଜାତୀୟ

ସରକାରଙ୍କ ଉଦାସୀନତା ଦାୟୀ

ନୂଆଦିଲ୍ଲୀ,୧୦।୧: ଜୋଷୀମଠ ଓ ଏହାର ଆଖପାଖ ଅଞ୍ଚଳ ବିପଦପୂର୍ଣ୍ଣ ଜୋନ୍‌ରେ ଥିବା ନେଇ ଉତ୍ତରାଖଣ୍ଡ ସରକାରଙ୍କୁ ୨୦୦୧ରେ ରିପୋର୍ଟ ଦିଆଯାଇଥିଲା ବୋଲି ପରିବେଶ ବିଜ୍ଞାନୀ ଚଣ୍ଡି ପ୍ରସାଦ ଭଟ୍ଟ କହିଛନ୍ତି। ରିମୋଟ୍‌ ସେନ୍ସିଂ ଏବଂ ଜିଓଗ୍ରାଫିକ୍‌ ଇନ୍‌ଫର୍ମେଶନ ସିଷ୍ଟମ୍‌ (ଜିଆଇଏସ୍‌) ବ୍ୟବହାର କରାଯାଇ ଏହି ଅଧ୍ୟୟନ ହୋଇଥିଲା। ଏଥିରେ ନ୍ୟାଶନାଲ ରିମୋଟ ସେନ୍ସିଂ ଏଜେନ୍ସି ସମେତ ୧୨ଟି ପ୍ରମୁଖ ବିଜ୍ଞାନ ସଂଗଠନ ସାମିଲ ହୋଇଥିଲେ। ଜୋଷୀମଠର ୧୨୪.୫୪ ବର୍ଗ କିଲୋମିଟର ଅଞ୍ଚଳକୁ ଜୋନ୍‌ ଅନୁଯାୟୀ ମ୍ୟାପିଙ୍ଗ୍‌ କରାଯାଇଥିଲା ଏବଂ ଏହାର ୯୯ ପ୍ରତିଶତ ଅଞ୍ଚଳ ଭୂସ୍ଖଳନ ପ୍ରବଣ ବୋଲି ସତର୍କ କରିଦିଆଯାଇଥିଲା। ସେଥିରୁ ୩୯ ପ୍ରତିଶତ ସବୁଠୁ ବିପଜ୍ଜନକ ଜୋନ୍‌ରେ ଥିବାବେଳେ ୨୮ ପ୍ରତିଶତ ମଧ୍ୟମ ଓ ୨୯ ପ୍ରତିଶତ କମ୍‌ ବିପଦପୂର୍ଣ୍ଣ ବୋଲି ଦର୍ଶାଯାଇଥିଲା। ତେବେ ସରକାରୀ ଉଦାସୀନତା ଯୋଗୁ ଉକ୍ତ ଅଞ୍ଚଳର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଯାଇପାରି ନ ଥିଲା। ୨୦୧୩ରେ କେଦାରନାଥରେ ପ୍ରଳୟଙ୍କର ବର୍ଷାରେ ବହୁ ଲୋକଙ୍କ ଜୀବନ ଯିବା ପରେ ସରକାର ସମାଲୋଚିତ ହୋଇଥିଲେ। ସରକାର ଯଦି କାର୍ଯ୍ୟ ନ କରନ୍ତି, ତେବେ ଅଧ୍ୟୟନ ପରେ ଅଧ୍ୟୟନ କରାଗଲେ ମଧ୍ୟ କିଛି ଫଳ ହେବ ନାହିଁ ବୋଲି ଭଟ୍ଟ କହିଛନ୍ତି।
ବୃହତ୍‌ ଉନ୍ନୟନମୂଳକ ପ୍ରକଳ୍ପ ଯୋଗୁ ଉତ୍ତରାଖଣ୍ଡ ଜୋଷୀମଠ ଭୂମି ଦବୁଥିବା କୁହାଯାଉଛି। ତେବେ ସରକାର ପୂର୍ବ ରିପୋର୍ଟଗୁଡ଼ିକୁ ଅଣଦେଖା କରିଥିଲେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ହିମାଳୟ ଅଞ୍ଚଳରେ ଅବସ୍ଥିତ ଏହି ସହରର ବିଭିନ୍ନ ଘରେ ଓ ରାସ୍ତାରେ ବିଶାଳ ଫାଟ ସୃଷ୍ଟି ହେବା ପରେ ବିଶେଷଜ୍ଞମାନେ ଏହାର କାରଣ ଖୋଜିବାରେ ଲାଗିପଡ଼ିଛନ୍ତି। ଜୋଷୀମଠ ଦବିବା ନେଇ ବହୁ ଦଶନ୍ଧି ପୂର୍ବରୁ ସତର୍କ କରାଯାଇଥିଲା। ଜଳରସାୟନ ଅଧ୍ୟୟନରୁ ସହର ଦବିବା ସମ୍ପର୍କରେ ମୂଳ ତଥ୍ୟ ଜାଣିବାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗତବର୍ଷଠାରୁ ଜୋଷୀମଠରେ ଫାଟ ଦେଖାଦେଲାଣି। ଡେରାଡୁନ୍‌ର ଓ୍ବାଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଳୟାନ ଜିଓଲୋଜିର ଭୂତତ୍ତ୍ୱବିଜ୍ଞାନୀ ଡ. ମନୀଷ ମେହେଟ୍ଟାଙ୍କ କହିବା ଅନୁଯାୟୀ ୧୯୭୬ରେ ପ୍ରକାଶିତ ଜୋଷୀମଠ ରିପୋର୍ଟରେ କୁହାଯାଇଥିଲା ପର୍ବତ ଉପରୁ ଖସିଥିବା ମାଟି ଓ ଶିଳାଖଣ୍ଡରେ ଜୋଷୀମଠ ଗଠିତ ହୋଇଛି। ସେହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ନ କରିବାକୁ ମିଶ୍ର କମିଟି ରିପୋର୍ଟରେ କୁହାଯାଇଥିଲା। ଏକାଦଶ ଏବଂ ଦ୍ୱାଦଶ ଶତାବ୍ଦୀରେ ଜୋଷୀମଠ ପ୍ରତିଷ୍ଠା ହୋଇଥିଲା। ଏହା ଦୁଇଟି ଡ୍ରେନେଜ୍‌ ଏଟି କମ୍ପାନୀ ନାଲା ଏବଂ ସିଙ୍ଗଧର ନାଲା ମଧ୍ୟଭାଗରେ ଅବସ୍ଥିତ। ଏହା ତଳେ ଧୂଳି ଓ ଭଗ୍ନାବଶେଷ ରହିଛି। ଏଥିସହିତ ସେଠାରେ କାଦୁଅ ଥିବାରୁ ବହୁବର୍ଷ ପୂର୍ବେ ଏହାର ମାଟି ତଳେ ଗ୍ଲାସିୟର ଥିତ୍ଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜୋଷୀମଠ ସହର ଉପଯୁକ୍ତ ଯୋଜନାରେ ନିର୍ମାଣ ହୋଇ ନ ଥିବାରୁ ସେଠାରେ ଡ୍ରେନେଜ୍‌ ବ୍ୟବସ୍ଥା ନାହିଁ। ଏନ୍‌ଟିପିସି ସୁଡଙ୍ଗ ମାଟି ଦବିବାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ ଜିଏସ୍‌ଆଇ, ଆଇଆଇଟି ରୁର୍‌କୀ, ଡବ୍ଲ୍ୟୁଆଇଏଚ୍‌ଜିର ବିଶେଷଜ୍ଞମାନେ ଏନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?