ଶାସନ ବ୍ୟବସ୍ଥା ହାଇଜାକ୍‌ ହୋଇଛି: ଭାଜପା

ଭୁବନେଶ୍ୱର,୧୮।୬(ଅନିଲ ଦାସ): ଓଡ଼ିଶାର ବିଭିନ୍ନ ଜିଲା ଏବଂ ସଂସଦୀୟ କ୍ଷେତ୍ର ବୁଲିଲା ବେଳେ ଜନସାଧାରଣଙ୍କ ଗୋଟିଏ ପ୍ରଶ୍ନ ଆମ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଶାସନ କରୁଛନ୍ତି ନା ନିର୍ଦ୍ଦିଷ୍ଟ ସରକାରୀ ବାବୁଙ୍କ ଚଞ୍ଚକତାର ଶିକାର ହୋଇ ସାରିଛନ୍ତି। ବର୍ତ୍ତମାନ ଏହି ନିର୍ଦ୍ଦିଷ୍ଟ ସମସ୍ୟା ରାଜ୍ୟରେ ବ୍ୟାପକ ଭାବେ କାୟାବିସ୍ତାର କରିଛି । ରାଜ୍ୟ ବାହାରେ ମଧ୍ୟ ଏହା ଉପରେ ଆଲୋଚନା ଆରମ୍ଭ ହେଲାଣି । ଏହା ଓଡ଼ିଆମାନଙ୍କ ଆତ୍ମସମ୍ମାନ ଉପରେ କୁଠାରାଘାତ ବୋଲି ଭୁବନେଶ୍ୱର ଏମ୍‌ପି ତଥା ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
ଶନିବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅପରାଜିତା କହିଛନ୍ତି, ଭାରତର ସମ୍ବିଧାନ ଅନୁଯାୟୀ ନିର୍ବାଚିତ ପ୍ରତିନିଧିମାନେ ଜନସାଧାରଣଙ୍କ ଆବଶ୍ୟକତା ଏବଂ କଲ୍ୟାଣ ପାଇଁ ନିୟମ ପ୍ରଣୟନ କରିବା ସହ ଏହାର ସଫଳ ରୂପାୟନ ପାଇଁ ପ୍ରୟାସ କରିଥାନ୍ତି । ମୋର ହ୍ବାଟ୍ସଆପ୍‌ ନମ୍ବରରେ ବହୁ ଫଟୋ ଏବଂ ଭିଡିଓ ଜନସାଧାରଣଙ୍କଠାରୁ ମିଳିଛି, ଯେଉଁଥିରେ ନିର୍ଦ୍ଦିଷ୍ଟ ଅଧିକାରୀ ରାଜ୍ୟ ସାରା ସରକାରୀ ଉଡ଼ାଜାହାଜରେ ବୁଲୁଛନ୍ତି, ପ୍ରାୟୋଜିତ ଭାବେ ପ୍ରସ୍ତୁତ ହୋଇଥିବା ସମ୍ବର୍ଦ୍ଧନା ଗ୍ରହଣ କରୁଛନ୍ତି, ଜନସଭାକୁ ସମ୍ବୋଧନ ଦେଉଛନ୍ତି, ସରକାରଙ୍କ ନୂତନ ଯୋଜନା ଘୋଷଣା କରୁଛନ୍ତି ଏବଂ ନିଜେ ଏହାର ଯଥାର୍ଥତା ଦର୍ଶାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବୋଲି ଯୁକ୍ତି ବାଢ଼ୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ବୋଲି ଅପରାଜିତା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କ’ଣ ସମ୍ପୃକ୍ତ ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଏବଂ ଯୋଜନା ଘୋଷଣା କରିବା ପାଇଁ ବିଧିବଦ୍ଧ ଅଧିକାର ପ୍ରଦାନ କରିଛନ୍ତି କି? ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକପ୍ରତିନିଧି ବିଧାୟକ, ଏମ୍‌ପି ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ମଧ୍ୟରେ ଜଣେ ହେଲେ ଓଡ଼ିଆ ଅଧିକାରୀ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ, ଉପଦେଶ ଦେବା ପାଇଁ କିମ୍ବା ରାଜ୍ୟର ସ୍ବାର୍ଥକୁ ଆଗକୁ ନେବା ପାଇଁ କ’ଣ କୌଣସି ଓଡ଼ିଆ ଅଧିକାରୀ ଯୋଗ୍ୟ ନୁହନ୍ତି କି? ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛତା ଉପରେ ଏହା ପ୍ରଶ୍ନ ଉଠାଉଛି ବୋଲି ସେ କହିଛନ୍ତି। ଖଣି ପରିଚାଳନା କ୍ଷେତ୍ରରେ ଯୋଡ଼ା ବଡ଼ବିଲର ଘରୋଇ ଖଣି ମାଲିକମାନେ ଦକ୍ଷିଣ ଭାରତୀୟ ନିର୍ଦ୍ଦିଷ୍ଟ ଖଣି ବ୍ୟବସାୟୀଙ୍କୁ ଡେଭଲପର-କମ୍‌-ଅପରେଟର ଭାବେ ବ୍ୟବହାର କରିବା ପାଇଁ ଅଘୋଷିତ ନିର୍ଦ୍ଦେଶ ଦିଆଯାଇଛି । କେଉଁ ପରିସ୍ଥିତିରେ ସମସ୍ତ କାମ ଦକ୍ଷିଣ ଭାରତୀୟ ବ୍ୟବସାୟୀମାନେ ପାଉଛନ୍ତି ଏବଂ ଓଡ଼ିଶା ବ୍ୟବସାୟୀମାନେ କାମ ପାଇପାରୁନାହାନ୍ତି । ରାଜ୍ୟବାସୀଙ୍କ ସାମୂହିକ ସ୍ବାର୍ଥ ଏବଂ ଭବିଷ୍ୟତ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ଅପରାଜିତା କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?