Posted inଫୁରସତ

ଗୁଗ୍‌ଲ ମ୍ୟାପ୍‌ କରିଦେଲା ଗଡ଼ବଡ଼, ଭୁଲ କନ୍ୟାଙ୍କୁ ବିବାହ କରିବାକୁ ପହଞ୍ଚିଲେ ବର; ଆଉ ତା’ ପରେ…

ଟେକ୍ନୋଲୋଜି ଆମ ଜୀବନକୁ ଆହୁରି ସହଜ ସରଳ କରିଦେଇଛି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗୁଗ୍‌ଲ ମ୍ୟାପ। ଗୁଗ୍‌ଲ ମ୍ୟାପ୍‌ ସାହାଯ୍ୟରେ ଆପଣ ଅଜଣା ସ୍ଥାନକୁ ସହଜରେ ଯାଇପାରିବେ ଏବଂ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ। କିନ୍ତୁ ବେଳେବେଳେ ଟେକ୍ନୋଲୋଜି ମଧ୍ୟ ଆପଣଙ୍କୁ ଅଡ଼ୁଆରେ ପକାଇଥାଏ। ଯାହାଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏମିତି ଏକ ଘଟଣା ଘଟିଛି ଇଣ୍ଡୋନେସିଆରେ। ଯେଉଁଠି ଗୁଗ୍‌ଲ ମ୍ୟାପ ଭୁଲ ଯୋଗୁ ଜଣେ ଯୁବକ ବରଯାତ୍ରୀ ସହ ବିବାହ ଦିନ ଭୁଲ ଠିକଣାରେ ଆଉ ଜଣେ କନ୍ୟା ଘରେ ପହଞ୍ଚିଥିଲେ।

କନ୍ୟାଘର ପକ୍ଷ ସେଠାରେ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଏବଂ ଜଳଖିଆ ମଧ୍ୟ ଖାଇବାକୁ ଦେଇଥିଲେ। ପରିବାର ସଦସ୍ୟଙ୍କ ମଧ୍ୟରେ ବାର୍ତ୍ତାଳପରୁ ସୌଭାଗ୍ୟବଶତଃ କନ୍ୟାଙ୍କ ପରିବାର ଲୋକେ କିଛି ଭୁଲ ଅନୁଭବ କଲେ। ଫଳରେ ଏକ ଲଜ୍ଜାଜନକ ପରିସ୍ଥିତି ଉଭୟ ପକ୍ଷଙ୍କୁ ବଞ୍ଚାଇଦେଲା।

ଏକ ରିପୋର୍ଟ ଅନୁଯାୟୀ, ସେହିଦିନ ଦୁଇଟି ବିବାହ ଉତ୍ସବ ଥିଲା। ଗୋଟିଏ ବିବାହ ଏବଂ ଆଉ ଗୋଟିଏ ନିର୍ବନ୍ଧ। ଗୋଟିଏ ଗାଁରେ ଏହି କାର୍ଯ୍ୟକ୍ରମ ହେଉଥିବାରୁ ଦ୍ୱନ୍ଦ୍ୱ ଉପୁଜିଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ, କନ୍ୟା ଆରମ୍ଭରେ ମେକ୍‌ଅପ ହେବାରେ ବ୍ୟସ୍ତ ଥିବାରୁ ପରିସ୍ଥିତି ବିଷୟରେ ଜାଣିପାରି ନ ଥିଲେ। ବର୍ତ୍ତମାନ ଏହି ଘଟଣାର ଏକ ଭିଡିଓ ଖୁବ୍‌ ତୀବ୍ର ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଏକ ପରିବାର କିଛି ଉପହାର ସହିତ ଅଜବ ସ୍ଥିତିରେ ଯାଉଛନ୍ତି।

ରିପୋର୍ଟ ଅନୁଯାୟୀ, ଜଣେ ଯୁବକ ତାଙ୍କ ବିବାହ ମଣ୍ଡପକୁ ଯିବା ପାଇଁ ଗୁଗ୍‌ଲ ମ୍ୟାପ୍‌ ବ୍ୟବହାର କରିଥିଲେ। ଏଥିରେ ଦିଆଯାଇଥିବା ରାସ୍ତା ଅନୁଯାୟୀ ସେ କେନ୍ଦ୍ରୀୟ ଜାଭାର ପାକିସ ଜିଲାର ଲୋସାରି ଗାଁରେ ପହଞ୍ଚିବାର ଥିଲା। କିନ୍ତୁ ଗୁଗ୍‌ଲ ମ୍ୟାପ୍‌ରେ ଭୁଲ ହେତୁ ଜେଙ୍ଗକୋଲ ଗାଁରେ ପହଞ୍ଚିଗଲେ। ଯାହାକି ଲୋସାରି ଗାଁଠାରୁ ଅଳ୍ପ ଦୂର ଥିଲା। ସେଠାରେ ମାରିୟା ଉଲ୍‌ଫା ଏବଂ ତାଙ୍କ ଭାବି ସ୍ବାମୀ ବୁରହାନ ସିଦ୍ଦିକ୍‌ଙ୍କ ନିର୍ବନ୍ଧ ହେଉଥିଲା। କିନ୍ତୁ ସେହ ସେହି ସ୍ଥାନରେ ପହଞ୍ଚିଥିଲେ ବିବାହ କରିବାକୁ ଯାଇଥିବା ଯୁବକ। ଏଠାରେ ଯେଉଁ ଯୁବତୀଙ୍କ ନିର୍ବନ୍ଧ ହେଉଥିଲା ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେମାନେ ଯେଉଁଠି ପହଞ୍ଚିଥିଲେ କାହାକୁ ଚିହ୍ନି ନ ଥିଲେ କି ଜାଣି ନ ଥିଲେ। ପରେ ବରଙ୍କ କାକା ଏହା ଜାଣିପାରିଲେ ଯେ, ସେମାନେ କୌଣସି ଏକ ଭୁଲ ଜାଗାରେ ଆସି ପହଞ୍ଚିଯାଇଛନ୍ତି। ପରେ ଏହି ଯୁବକଙ୍କ ଘର ଲୋକଙ୍କ ପକ୍ଷରୁ ନିର୍ବନ୍ଧ ହେଉଥିବା କନ୍ୟାଙ୍କ ପରିବାର ଲୋକଙ୍କୁ ଭୁଲ ମଗାଯାଇଥିଲା। ଉଲ୍‌ଫାଙ୍କ ପରିବାର ଲୋକଙ୍କ ସହାୟତାରେ ବିବାହ କରିବାକୁ ଯାଇଥିବା ଯୁବକ ଠିକଣା ସ୍ଥାନରେ ଅର୍ଥାତ୍‌ ତାଙ୍କ କନ୍ୟାଙ୍କ ଘରେ ପହଞ୍ଚିଥିଲେ। ପରେ ବିବାହ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri