କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଏବେ ଅଚଳ

ପାରାଦୀପ, ୧୦ା୮(ଶରତ ରାଉତ)ମହାମାରୀ କରୋନା ପାଇଁ ପାରାଦୀପର ବେଳାଭୂମି ରାସ୍ତା ପାଖରେ ୨୦୨୦ରେ କୋଭିଡ୍‌ ହସ୍ପିଟାଲ ସରକାର ଖୋଲିଥିଲେ। ଏବେ କରୋନା ସଂକ୍ର୍ରମଣ ହ୍ରାସ ପାଇଥିବାରୁ ଉକ୍ତ ହସ୍ପିଟାଲକୁ ସରକାର ୨୦୨୩ ଏପ୍ରିଲ ୧୩ରେ ବନ୍ଦ କରିଛନ୍ତି। କିନ୍ତୁ ସେହି ହସ୍ପିଟାଲ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଥିରେ କୋଟିଏରୁ ଅଧିକ ଟଙ୍କାର ହସ୍ପିଟାଲ ସାମଗ୍ରୀ ଅଚଳ ହୋଇଗଲାଣି। ସେହି ହସ୍ପିଟାଲକୁ ଜଗିବାକୁ ଏବେ ମାତ୍ର ଜଣେ ସିକ୍ୟୁରିଟି ଅଛନ୍ତି।
କରୋନା ଯେତେବେଳେ କାୟା ବିସ୍ତାର କରୁଥିଲା, ସେତେବେଳେ ସରକାର ଲୋକଙ୍କ ଜୀବନ ବଞ୍ଚାଇବାକୁ ଅନେକ ଜାଗାରେ କୋଭିଡ୍‌ ହସ୍ପିଟାଲ ଖୋଲିଥିଲେ। ଏହି କ୍ରମରେ ଜଗତ୍‌ସିଂହପୁର ଜିଲା ପାଇଁ ପାରାଦୀପର ବିଜୁ ଯାତ୍ରୀ ନିବାସକୁ ହସ୍ପିଟାଲ କରାଯାଇଥିଲା। ସେତେବେଳେ ୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଆନୁଷଙ୍ଗିକ ହସ୍ପିଟାଲ ଉପକରଣ କିଣି ଲଗାଯାଇଥିଲା। ଏହି ଟଙ୍କାକୁ ସେତେବେଳେ ପାରାଦୀପ ବନ୍ଦର ୩ କୋଟି ଓ ସ୍ବାସ୍ଥ୍ୟ ବିଭାଗ ୨ କୋଟି ଦେଇଥିଲେ ବୋଲି କୁହାଯାଇଥିଲା। ଏହାବାଦ୍‌ ବିଭିନ୍ନ କମ୍ପାନୀ ମଧ୍ୟ କେତେକ ସାମଗ୍ରୀ ଯୋଗାଇ ଦେଇଥିଲେ। ହସ୍ପିଟାଲଟି ୬୦ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ୩ ଆଇସିୟୁ କରାଯାଇଥିଲା। ଏଥିରେ ଡିଜିଟାଲ ଏକ୍ସ-ରେ, କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ଅକ୍ସିଜେନ ପ୍ଲାଣ୍ଟ, ୪ଟି ବଡ଼ ଜେନେରେଟର, ୧୭ଟି ଏସି, ଟିଭି, ଲାବୋରାଟୋରି, ଡାକ୍ତର ବସିବା ପାଇଁ ଚୌକି, ଟେବୁଲ, କମ୍ପ୍ୟୁଟର, ଆଲମାରୀ, ମେଡିସିନ ଷ୍ଟୋର ସମେତ ଅନେକ ସାମଗ୍ରୀ କିଣାଯାଇଥିଲା। ସେହିପରି ମଧୁବନସ୍ଥ ଏନ୍‌ଏସି ବାଳିକା ବିଦ୍ୟାଳୟରେ କୋଭିଡ୍‌ ନର୍ସିଂ ଷ୍ଟାଫ ରହଣି, ପାରାଦୀପ କଲେଜ ବାଳିକା ହଷ୍ଟେଲରେ ଷ୍ଟାଫ୍‌, ପାନ୍ଥନିବାସରେ ଡାକ୍ତରମାନଙ୍କ ରହଣି ବ୍ୟବସ୍ଥା କରାଯାଇଥିଲା। ମଧୁବନରେ ଥିବା ପାରାଦୀପ ବନ୍ଦରର ୩ ମହଲା ବିଶିଷ୍ଟ ବୃହତ୍‌ ବାଣିଜ୍ୟ କେନ୍ଦ୍ରକୁ କୋଭିଡ୍‌ କେୟାର ସେଣ୍ଟର କରାଯାଇଥିଲା। ସେଠାରେ ୩୦୦ରୁ ଅଧିକ ବେଡ୍‌ ଓ ଅନ୍ୟ ଉପକରଣ ସବୁ ରଖାଯାଇଥିଲା। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସବୁ ବନ୍ଦ ହୋଇଥିଲେ ହେଁ କେବଳ ହସ୍ପିଟାଲ ଖୋଲାଥିଲା, ଯାହା ଏପ୍ରିଲଠାରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ବୋଲି ବିଜୁ ମେମୋରିଆଲ ହସ୍ପିଟାଲ ସିଏମ୍‌ଓ ଡା. ବସନ୍ତ ରାଉତ କହିଛନ୍ତି। ହସ୍ପିଟାଲ ବନ୍ଦ ହେବା ପରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ସ୍ବାସ୍ଥ୍ୟ କର୍ମଚାରୀ, ସିକ୍ୟୁରିଟି ପଳେଇ ଯାଇଛନ୍ତି। ଅକ୍ସିଜେନ ପ୍ଲାଣ୍ଟଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ସବୁ ଅଚଳ ହୋଇଯାଇଛି। ଏସବୁ ସାମଗ୍ରୀ ରଖିବା ପାଇଁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବିଜୁ ମେମୋରିଆଲ ହସ୍ପିଟାଲରେ ଜାଗା ନାହିଁ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କ୍ଷେତ୍ରବାସୀ ଦାସ କହିଛନ୍ତି। ଏହାକୁ ଚଳିତ ମାସରେ ମଣିଜଙ୍ଗା ହସ୍ପିଟାଲ ପାଖରେ ଥିବା ଏକ ଘରେ ରଖାଯିବ ବୋଲି ସେ କହିଛନ୍ତି। ମେଡିକାଲ ସାମଗ୍ରୀକୁ ଖୋଲି ସ୍ଥାନାନ୍ତର କରିବାକୁ ଏବେ ପ୍ରାୟ ୧ଲକ୍ଷ ୬୦ ହଜାର ଟଙ୍କା ଆବଶ୍ୟକ ବୋଲି ଏଷ୍ଟିମେଟ୍‌ କରାଯାଇଛି। ଏବେ ପାରାଦୀପ ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ଯାତ୍ରୀ ନିବାସକୁ ତାଙ୍କୁ ହସ୍ତାନ୍ତର କରାଯିବ। ସେଠାରେ ଏକ ପ୍ରତିଷ୍ଠିତ ହୋଟେଲ ଖୋଲାଯିବ ବୋଲି ଯୋଜନା ଚାଲିଥିବା ଜଣାପଡ଼ିଛି। ଉକ୍ତ ହସ୍ପିଟାଲରେ କେହି ନ ରହିବା ଯୋଗୁ ନିଶାସକ୍ତ ଲୋକଙ୍କ ଆସର ବସୁଥିବା ଜଣାପଡ଼ିଛି। ଏପରିକି କେତେକ ସାମଗ୍ରୀ ଚୋରି ହୋଇଗଲାଣି ବୋଲି ଜଣେ ମେଡିକାଲ ଷ୍ଟାଫ କଥା ପ୍ରସଙ୍ଗରେ କହିଥିଲେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦାସଙ୍କୁ ପଚାରିବାରେ ସମସ୍ତ ସାମଗ୍ରୀ ଲିଷ୍ଟ କରାଯାଇ ଜଣେ ଷ୍ଟାଫ୍‌ଙ୍କ ତତ୍ତ୍ୱାବଧାନରେ ଦିଆଯାଇଛି। ଯଦି ସେମିତି କିଛି ଆପରାଧିକ ଗୋଷ୍ଠୀ ସେଠାରେ ପଶୁଥିବେ, ପୋଲିସକୁ ସୂଚନା ଦେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?