ଭଲ ଅଭ୍ୟାସ ଲୋଡ଼ା

ଡ. ନିରଞ୍ଜନ ମିଶ୍ର

ଶ୍ରୀମଦ୍‌ ଭଗବଦ୍‌ଗୀତାରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି, ”ଚଞ୍ଚଳ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍‌ଦୃଢ଼ମ୍‌…“ ଅର୍ଥାତ୍‌ ମଣିଷର ମନ ଅତି ଚଞ୍ଚଳ, ଦୃଢ଼ ଓ ବଳବାନ୍‌; ଏହାକୁ ବଶକରିବା ଅର୍ଥ ବାୟୁକୁ ହାତମୁଠାରେ ଧରିବା ସଙ୍ଗେ ସମାନ(ଷଷ୍ଠ ଅଧ୍ୟାୟ, ଶ୍ଲୋକ ୩୫)। ତା’ପରେ ଭଗବାନ୍‌ କହିଛନ୍ତି , ‘ଅଭ୍ୟାସ’ ଓ ‘ବୈରାଗ୍ୟ’ ଦ୍ୱାରା ଏଠାକୁ ନିୟନ୍ତ୍ରଣରେ ରଖାଯାଇପାରିବ ଓ କର୍ତ୍ତବ୍ୟପଥରେ ଅଗ୍ରସର କରିହେବ। ସେଥିପାଇଁ କୁହାଯାଇଛି, ”ଅଭ୍ୟାସେନ ତୁ କୌନ୍ତେୟ“। ସତରେ ଆମ ମନ ଇନ୍ଦ୍ରିୟମାନଙ୍କୁ ଚଳାଏ ଓ ମୋହଗ୍ରସ୍ତ ହେବା ପାଇଁ ସବୁ ମୁହୂର୍ତ୍ତରେ ଆମକୁ ପ୍ରଲୋଭିତ କରେ। ଭଲ ଅଭ୍ୟାସ ଓ ସଦାଚାର କଲେ ଲୋକେ ଆମକୁ ସତ୍‌ ପୁରୁଷ ବୋଲି କହିବେ; ମନ୍ଦ ଆଚରଣ କରୁଥିବା ଲୋକଟିକୁ ସଇତାନ କୁହାଯିବ। ପୁରାଣରେ ରନତ୍ାକରର ଜୀବନ ଏକ ଜ୍ୱଳନ୍ତ ଉଦାହରଣ। ବାଟୋଇଙ୍କୁ ହତ୍ୟାକରି ଲୁଣ୍ଠନ କରି ସେ ପିଲାକୁଟୁମ୍ବ ଚଳାଉଥିଲା। ଦିନେ ଦେବର୍ଷି ନାରଦ ସେ ବାଟ ଦେଇ ଗଲାବେଳେ ସେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଲା। ଦେବର୍ଷି ତାକୁ ତା’ର ପାପକର୍ମ ବିଷୟ କହିଲେ ଓ ତାଙ୍କ କଥା ମାନି ସେ ତା’ର ପିଲା ଓ ସ୍ତ୍ରୀଙ୍କୁ ଏ ପାପରୁ ଭାଗନେବାକୁ କହିବାରୁ ସେମାନେ ରାଜି ହେଲେ ନାହିଁ। ଏ ପାପରୁ ମୁକ୍ତି ହେବା ପାଇଁ ତାକୁ ନାରଦ ‘ମରା ମରା’ କହି ଜପ କରିବାକୁ କହିଲେ। ପରେ ସେ ବାଲ୍ମୀକି ଋଷିରେ ରୂପାନ୍ତରିତ ହେଲା। ମାଆ ପେଟରୁ ଜନ୍ମ ହେଲାବେଳେ କେହି ହେଲେ ମହାତ୍ମା ବା ପାପାତ୍ମା ହୋଇ ଜନ୍ମଲାଭ କରି ନ ଥାନ୍ତି। ପରିସ୍ଥିତି ଚକ୍ରରେ ପଡ଼ି ତା’ର ଅଭ୍ୟାସ ନିରୂପିତ ହୁଏ।
ଗତ ମାସରେ ମୁଁ ଓ ଆମର ପ୍ରିୟ ଚାଳିଶ ଜଣ ସାଙ୍ଗ ଏବର ସିନିୟର ସିଟିଜେନ-ଭୁବନେଶ୍ୱରରୁ ମଙ୍ଗଳାଯୋଡ଼ି ଅଭିମୁଖେ ବାହାରିଲୁ। ଶୀତଋତୁରେ ଏକାଠିହେବା ଆମର ଅଭ୍ୟାସ। ଆମେ ସମସ୍ତେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ୧୯୭୨ ମସିହାର ଛାତ୍ର ଥିଲୁ। ଏଜି ଅଫିସ ପାଖରେ ବସ୍‌ରେ ଚଢ଼ିବା ଆଗରୁ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଦୁର୍ଗାଚରଣ ସାହୁ ତାଙ୍କର ଲିଖିତ ଦୁଇଟି ବହି ମତେ ଉପହାର ଦେଇଥିଲେ- ‘ଓଡ଼ିଆ ଗୀତଗୋବିନ୍ଦ’ ଓ ‘କିଛି କଥା’। ଯାହାହେଉ ବିଲେଇ କପାଳକୁ ଶିକା ଛିଡ଼ିଲା। ପ୍ରଥମ ବହିଟିରେ ଜୟଦେବଙ୍କ ସଂସ୍କୃତ କାବ୍ୟ ଗୀତଗୋବିନ୍ଦର ଓଡ଼ିଆରେ ପୁରାତନ ଶୈଳୀରେ ସୁନ୍ଦର ଅନୁବାଦ ରଚନା ପଢ଼ି ମୋ ଆତ୍ମା ଶାନ୍ତି ହେଲା। ‘କିଛି କଥା’ ବହିଟି ସମାଲୋଚନାତ୍ମକ କୌତୂହଳପ୍ରଦ ରମ୍ୟରଚନାଗୁଡ଼ିକର ସମାହାର। ଏଥିରୁ ମୁଁ ତିନୋଟି ବିଷୟ ବସ୍‌ରେ ମନଦେଇ ପଢ଼ିଲି- ‘ପଣ୍ଡିତଙ୍କ ଅପାଣ୍ଡିତ୍ୟ’, ନେତାଙ୍କ ଅଦ୍ଭୁତ ବାହାଦୁରି’, ଅଦ୍ଭୁତ ପାଓ୍ବାର ଅଫ୍‌ ଆଟର୍ନି’। ଆମେ ସମସ୍ତେ ପରସ୍ପରକୁ ପଚାଶବର୍ଷ ପରେ ଦେଖି ଆଶ୍ଚର୍ଯ୍ୟ ଓ ଭାବବିହ୍ବଳ ହେଲୁ। ଆମେରିକାର ବିଖ୍ୟାତ କ୍ଷୁଦ୍ରଗଳ୍ପ ରଚୟିତା ଓ ହେନ୍‌ରୀ ଥରେ ଏକ ଗଳ୍ପ ଲେଖିଥିଲେ, ତା’ର ନାମ ‘ଆଫ୍‌ଟର ଟ୍ବେଣ୍ଟି ଇଅର୍ସ’। ଯଦି ସେ ଆମ ଗହଣରେ ଥାଆନ୍ତେ ମୁଁ ତାଙ୍କୁ ଆଉ ଏକ ଗପ ଆମ ଉପରେ ଲେଖିବା ପାଇଁ ଅନୁରୋଧକରି ଓ ତା’ର ନାମ ହୋଇଥାଆନ୍ତା ‘ଆଫ୍‌ଟର ଫିପ୍‌ଟି ଇୟର୍ସ’।
ସ୍ବାଧୀନତାର ପଞ୍ଚସ୍ତରୀ ବର୍ଷ ଆମେ ପାଳନକଲୁ ଓ ଭାରତର ବିଭିନ୍ନ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେପକାଇଲୁ। କିନ୍ତୁ ଏବର ରାଜନୀତିରେ ତ୍ୟାଗ କାହଁି ? ଆମର ଅଭ୍ୟାସ ବଦଳିଲା ନାହିଁ। ପ୍ରତି ଏକ ଟଙ୍କାରେ ପଞ୍ଚାଅଶୀ ପଇସା ବାଟମାରଣା ହେଉଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ। ନେତାମାନେ ହିମାଳୟର ଏଭରେଷ୍ଟ ଶୃଙ୍ଗକୁ ସ୍ପର୍ଶକଲା ଭଳି କଥା କହୁଛନ୍ତି ବୋଲି ବୟୋଜ୍ୟେଷ୍ଠ ରାଷ୍ଟ୍ରନୀତିଜ୍ଞ ସ୍ବର୍ଗତ ହରେକୃଷ୍ଣ ମହତାବ ତାଙ୍କର ନିୟମିତ ସ୍ତମ୍ଭ ‘ଗଁା ମଜଲିସ୍‌’ରେ ଲେଖିଥିଲେ। ଦୁର୍ନୀତିକୁ ନୀତି କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଆମ ରାଜ୍ୟ ଓ ଦେଶରେ ରାଜନୀତି ଅର୍ଥ କଳେ ବଳେ କୌଶଳେ କ୍ଷମତାର ଚୌକିରେ ବସିବା ଓ ୫ବର୍ଷ ଶାସନ କରିବା। କୌଣସି ସରକାର ତାଙ୍କର ଯୋଜନା ସଫଳ କି ବିଫଳ ହେଲା ସେ ବିଷୟରେ କିଛି କହନ୍ତି ନାହିଁ। ଏବର ରାଜନୀତିର ଗତିବିଧି ଦେଖି ମାଧବ ଚନ୍ଦ୍ର ସ୍ବାଇଁ ଫେସ୍‌ବୁକ୍‌ରେ ଲେଖିଛନ୍ତି, ”ଓଡ଼ିଶା ନେତାଙ୍କ କିଛି କାମ ନାହିଁ/ ମରିଯିବେ ଭୋଟ ବିନା/ ଚବିଶ ମସିହା ଆଗରୁ ଆରମ୍ଭ/ ହୁଏ ପ୍ରସବ ବେଦନା। ଆଜିର ଗଣତନ୍ତ୍ର ମୁଖ୍ୟତଃ ଦଳତନ୍ତ୍ରରେ ପରିଣତ ହେଲାଣି। ଦଳ ମଧ୍ୟରେ ଗଣତନ୍ତ୍ର କମ୍‌। ଏହା ପାର୍ଟି ସୁପ୍ରିମୋଙ୍କ ଦ୍ୱାରା ପରିଚାଳିତ। ଦୁର୍ନୀତି ଓ କଳାଧନ ମହାଦ୍ରୁମ ଆକାର ଧାରଣ କଲାଣି। ଏଭଳି ପରିସ୍ଥିତିରେ ଆମକୁ ସତର୍କ ରହିବାକୁ ପଡ଼ିବ।
ବିଷୟଟିକୁ ଶେଷ କରିବା ପୂର୍ବରୁ ଦୁର୍ଯ୍ୟୋଧନର ଏକ ଉକ୍ତିକୁ ଅନୁଧ୍ୟାନ କରିବା। ସେ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଛି, ”ଜାନାମି ଧର୍ମ ନ ଚ ମେ ପ୍ରବୃତ୍ତି/ ଜାନାମି ଅଧର୍ମ ନ ଚ ମେ ନିବୃତ୍ତି। ତ୍ୱୟା ହୃଷୀକେଶ ହୃଦି ସ୍ଥିତେନ ଯଥା ନିଯୁକ୍ତୋଽସ୍ମି ତଥା କରୋମି। ତା’ ଅର୍ଥ ଧର୍ମ କ’ଣ ଜାଣିଲେ ବି ମୋର ଧର୍ମାଚରଣ କରିବାରେ ଆଗ୍ରହ ନାହିଁ, ଅଧର୍ମରୁ ମୋର ନିବୃତ୍ତି ନାହିଁ। ଆପଣ ତ ମୋ ହୃଦୟରେ ଅବସ୍ଥାନ କରୁଛନ୍ତି। ଆପଣ ଯେମିତି ମୋତେ ବତାଉଛନ୍ତି, ସେଭଳି କାମ ମୁଁ କରୁଛି। ଦୁର୍ଯ୍ୟୋଧନ ଗାଲୁଆମି କରୁଛି। ପଣସ ଖାଇ ଅଠାତକ ଭଗବାନଙ୍କ ଦେହରେ ବୋଳି ଦେଇଛି। ସୁତରାଂ ଆମେ ମଣିଷମାନେ ବିଚାରବନ୍ତ ହୋଇ ସବୁବେଳେ ଭଲ ଅଭ୍ୟାସ କରିବା ଓ ସତ୍‌କର୍ମ କରିବା। ତା’ ଫଳରେ ଆମର ସମାଜ ଓ ଦେଶ ଠିକ୍‌ ଚାଲିବ ଓ ଆମର ମଣିଷ ଜୀବନ ସାର୍ଥକ ହେବ।
ଆଇଆର୍‌ସି ଭିଲେଜ, ଭୁବନେଶ୍ୱର
ମୋ: ୯୪୩୭୨୫୮୯୩୬


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri