ଭଲ ଅଭ୍ୟାସ ଲୋଡ଼ା

ଡ. ନିରଞ୍ଜନ ମିଶ୍ର

ଶ୍ରୀମଦ୍‌ ଭଗବଦ୍‌ଗୀତାରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି, ”ଚଞ୍ଚଳ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍‌ଦୃଢ଼ମ୍‌…“ ଅର୍ଥାତ୍‌ ମଣିଷର ମନ ଅତି ଚଞ୍ଚଳ, ଦୃଢ଼ ଓ ବଳବାନ୍‌; ଏହାକୁ ବଶକରିବା ଅର୍ଥ ବାୟୁକୁ ହାତମୁଠାରେ ଧରିବା ସଙ୍ଗେ ସମାନ(ଷଷ୍ଠ ଅଧ୍ୟାୟ, ଶ୍ଲୋକ ୩୫)। ତା’ପରେ ଭଗବାନ୍‌ କହିଛନ୍ତି , ‘ଅଭ୍ୟାସ’ ଓ ‘ବୈରାଗ୍ୟ’ ଦ୍ୱାରା ଏଠାକୁ ନିୟନ୍ତ୍ରଣରେ ରଖାଯାଇପାରିବ ଓ କର୍ତ୍ତବ୍ୟପଥରେ ଅଗ୍ରସର କରିହେବ। ସେଥିପାଇଁ କୁହାଯାଇଛି, ”ଅଭ୍ୟାସେନ ତୁ କୌନ୍ତେୟ“। ସତରେ ଆମ ମନ ଇନ୍ଦ୍ରିୟମାନଙ୍କୁ ଚଳାଏ ଓ ମୋହଗ୍ରସ୍ତ ହେବା ପାଇଁ ସବୁ ମୁହୂର୍ତ୍ତରେ ଆମକୁ ପ୍ରଲୋଭିତ କରେ। ଭଲ ଅଭ୍ୟାସ ଓ ସଦାଚାର କଲେ ଲୋକେ ଆମକୁ ସତ୍‌ ପୁରୁଷ ବୋଲି କହିବେ; ମନ୍ଦ ଆଚରଣ କରୁଥିବା ଲୋକଟିକୁ ସଇତାନ କୁହାଯିବ। ପୁରାଣରେ ରନତ୍ାକରର ଜୀବନ ଏକ ଜ୍ୱଳନ୍ତ ଉଦାହରଣ। ବାଟୋଇଙ୍କୁ ହତ୍ୟାକରି ଲୁଣ୍ଠନ କରି ସେ ପିଲାକୁଟୁମ୍ବ ଚଳାଉଥିଲା। ଦିନେ ଦେବର୍ଷି ନାରଦ ସେ ବାଟ ଦେଇ ଗଲାବେଳେ ସେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଲା। ଦେବର୍ଷି ତାକୁ ତା’ର ପାପକର୍ମ ବିଷୟ କହିଲେ ଓ ତାଙ୍କ କଥା ମାନି ସେ ତା’ର ପିଲା ଓ ସ୍ତ୍ରୀଙ୍କୁ ଏ ପାପରୁ ଭାଗନେବାକୁ କହିବାରୁ ସେମାନେ ରାଜି ହେଲେ ନାହିଁ। ଏ ପାପରୁ ମୁକ୍ତି ହେବା ପାଇଁ ତାକୁ ନାରଦ ‘ମରା ମରା’ କହି ଜପ କରିବାକୁ କହିଲେ। ପରେ ସେ ବାଲ୍ମୀକି ଋଷିରେ ରୂପାନ୍ତରିତ ହେଲା। ମାଆ ପେଟରୁ ଜନ୍ମ ହେଲାବେଳେ କେହି ହେଲେ ମହାତ୍ମା ବା ପାପାତ୍ମା ହୋଇ ଜନ୍ମଲାଭ କରି ନ ଥାନ୍ତି। ପରିସ୍ଥିତି ଚକ୍ରରେ ପଡ଼ି ତା’ର ଅଭ୍ୟାସ ନିରୂପିତ ହୁଏ।
ଗତ ମାସରେ ମୁଁ ଓ ଆମର ପ୍ରିୟ ଚାଳିଶ ଜଣ ସାଙ୍ଗ ଏବର ସିନିୟର ସିଟିଜେନ-ଭୁବନେଶ୍ୱରରୁ ମଙ୍ଗଳାଯୋଡ଼ି ଅଭିମୁଖେ ବାହାରିଲୁ। ଶୀତଋତୁରେ ଏକାଠିହେବା ଆମର ଅଭ୍ୟାସ। ଆମେ ସମସ୍ତେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ୧୯୭୨ ମସିହାର ଛାତ୍ର ଥିଲୁ। ଏଜି ଅଫିସ ପାଖରେ ବସ୍‌ରେ ଚଢ଼ିବା ଆଗରୁ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଦୁର୍ଗାଚରଣ ସାହୁ ତାଙ୍କର ଲିଖିତ ଦୁଇଟି ବହି ମତେ ଉପହାର ଦେଇଥିଲେ- ‘ଓଡ଼ିଆ ଗୀତଗୋବିନ୍ଦ’ ଓ ‘କିଛି କଥା’। ଯାହାହେଉ ବିଲେଇ କପାଳକୁ ଶିକା ଛିଡ଼ିଲା। ପ୍ରଥମ ବହିଟିରେ ଜୟଦେବଙ୍କ ସଂସ୍କୃତ କାବ୍ୟ ଗୀତଗୋବିନ୍ଦର ଓଡ଼ିଆରେ ପୁରାତନ ଶୈଳୀରେ ସୁନ୍ଦର ଅନୁବାଦ ରଚନା ପଢ଼ି ମୋ ଆତ୍ମା ଶାନ୍ତି ହେଲା। ‘କିଛି କଥା’ ବହିଟି ସମାଲୋଚନାତ୍ମକ କୌତୂହଳପ୍ରଦ ରମ୍ୟରଚନାଗୁଡ଼ିକର ସମାହାର। ଏଥିରୁ ମୁଁ ତିନୋଟି ବିଷୟ ବସ୍‌ରେ ମନଦେଇ ପଢ଼ିଲି- ‘ପଣ୍ଡିତଙ୍କ ଅପାଣ୍ଡିତ୍ୟ’, ନେତାଙ୍କ ଅଦ୍ଭୁତ ବାହାଦୁରି’, ଅଦ୍ଭୁତ ପାଓ୍ବାର ଅଫ୍‌ ଆଟର୍ନି’। ଆମେ ସମସ୍ତେ ପରସ୍ପରକୁ ପଚାଶବର୍ଷ ପରେ ଦେଖି ଆଶ୍ଚର୍ଯ୍ୟ ଓ ଭାବବିହ୍ବଳ ହେଲୁ। ଆମେରିକାର ବିଖ୍ୟାତ କ୍ଷୁଦ୍ରଗଳ୍ପ ରଚୟିତା ଓ ହେନ୍‌ରୀ ଥରେ ଏକ ଗଳ୍ପ ଲେଖିଥିଲେ, ତା’ର ନାମ ‘ଆଫ୍‌ଟର ଟ୍ବେଣ୍ଟି ଇଅର୍ସ’। ଯଦି ସେ ଆମ ଗହଣରେ ଥାଆନ୍ତେ ମୁଁ ତାଙ୍କୁ ଆଉ ଏକ ଗପ ଆମ ଉପରେ ଲେଖିବା ପାଇଁ ଅନୁରୋଧକରି ଓ ତା’ର ନାମ ହୋଇଥାଆନ୍ତା ‘ଆଫ୍‌ଟର ଫିପ୍‌ଟି ଇୟର୍ସ’।
ସ୍ବାଧୀନତାର ପଞ୍ଚସ୍ତରୀ ବର୍ଷ ଆମେ ପାଳନକଲୁ ଓ ଭାରତର ବିଭିନ୍ନ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେପକାଇଲୁ। କିନ୍ତୁ ଏବର ରାଜନୀତିରେ ତ୍ୟାଗ କାହଁି ? ଆମର ଅଭ୍ୟାସ ବଦଳିଲା ନାହିଁ। ପ୍ରତି ଏକ ଟଙ୍କାରେ ପଞ୍ଚାଅଶୀ ପଇସା ବାଟମାରଣା ହେଉଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ। ନେତାମାନେ ହିମାଳୟର ଏଭରେଷ୍ଟ ଶୃଙ୍ଗକୁ ସ୍ପର୍ଶକଲା ଭଳି କଥା କହୁଛନ୍ତି ବୋଲି ବୟୋଜ୍ୟେଷ୍ଠ ରାଷ୍ଟ୍ରନୀତିଜ୍ଞ ସ୍ବର୍ଗତ ହରେକୃଷ୍ଣ ମହତାବ ତାଙ୍କର ନିୟମିତ ସ୍ତମ୍ଭ ‘ଗଁା ମଜଲିସ୍‌’ରେ ଲେଖିଥିଲେ। ଦୁର୍ନୀତିକୁ ନୀତି କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଆମ ରାଜ୍ୟ ଓ ଦେଶରେ ରାଜନୀତି ଅର୍ଥ କଳେ ବଳେ କୌଶଳେ କ୍ଷମତାର ଚୌକିରେ ବସିବା ଓ ୫ବର୍ଷ ଶାସନ କରିବା। କୌଣସି ସରକାର ତାଙ୍କର ଯୋଜନା ସଫଳ କି ବିଫଳ ହେଲା ସେ ବିଷୟରେ କିଛି କହନ୍ତି ନାହିଁ। ଏବର ରାଜନୀତିର ଗତିବିଧି ଦେଖି ମାଧବ ଚନ୍ଦ୍ର ସ୍ବାଇଁ ଫେସ୍‌ବୁକ୍‌ରେ ଲେଖିଛନ୍ତି, ”ଓଡ଼ିଶା ନେତାଙ୍କ କିଛି କାମ ନାହିଁ/ ମରିଯିବେ ଭୋଟ ବିନା/ ଚବିଶ ମସିହା ଆଗରୁ ଆରମ୍ଭ/ ହୁଏ ପ୍ରସବ ବେଦନା। ଆଜିର ଗଣତନ୍ତ୍ର ମୁଖ୍ୟତଃ ଦଳତନ୍ତ୍ରରେ ପରିଣତ ହେଲାଣି। ଦଳ ମଧ୍ୟରେ ଗଣତନ୍ତ୍ର କମ୍‌। ଏହା ପାର୍ଟି ସୁପ୍ରିମୋଙ୍କ ଦ୍ୱାରା ପରିଚାଳିତ। ଦୁର୍ନୀତି ଓ କଳାଧନ ମହାଦ୍ରୁମ ଆକାର ଧାରଣ କଲାଣି। ଏଭଳି ପରିସ୍ଥିତିରେ ଆମକୁ ସତର୍କ ରହିବାକୁ ପଡ଼ିବ।
ବିଷୟଟିକୁ ଶେଷ କରିବା ପୂର୍ବରୁ ଦୁର୍ଯ୍ୟୋଧନର ଏକ ଉକ୍ତିକୁ ଅନୁଧ୍ୟାନ କରିବା। ସେ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଛି, ”ଜାନାମି ଧର୍ମ ନ ଚ ମେ ପ୍ରବୃତ୍ତି/ ଜାନାମି ଅଧର୍ମ ନ ଚ ମେ ନିବୃତ୍ତି। ତ୍ୱୟା ହୃଷୀକେଶ ହୃଦି ସ୍ଥିତେନ ଯଥା ନିଯୁକ୍ତୋଽସ୍ମି ତଥା କରୋମି। ତା’ ଅର୍ଥ ଧର୍ମ କ’ଣ ଜାଣିଲେ ବି ମୋର ଧର୍ମାଚରଣ କରିବାରେ ଆଗ୍ରହ ନାହିଁ, ଅଧର୍ମରୁ ମୋର ନିବୃତ୍ତି ନାହିଁ। ଆପଣ ତ ମୋ ହୃଦୟରେ ଅବସ୍ଥାନ କରୁଛନ୍ତି। ଆପଣ ଯେମିତି ମୋତେ ବତାଉଛନ୍ତି, ସେଭଳି କାମ ମୁଁ କରୁଛି। ଦୁର୍ଯ୍ୟୋଧନ ଗାଲୁଆମି କରୁଛି। ପଣସ ଖାଇ ଅଠାତକ ଭଗବାନଙ୍କ ଦେହରେ ବୋଳି ଦେଇଛି। ସୁତରାଂ ଆମେ ମଣିଷମାନେ ବିଚାରବନ୍ତ ହୋଇ ସବୁବେଳେ ଭଲ ଅଭ୍ୟାସ କରିବା ଓ ସତ୍‌କର୍ମ କରିବା। ତା’ ଫଳରେ ଆମର ସମାଜ ଓ ଦେଶ ଠିକ୍‌ ଚାଲିବ ଓ ଆମର ମଣିଷ ଜୀବନ ସାର୍ଥକ ହେବ।
ଆଇଆର୍‌ସି ଭିଲେଜ, ଭୁବନେଶ୍ୱର
ମୋ: ୯୪୩୭୨୫୮୯୩୬


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?