ଦିଲ୍ଲୀରୁ ଆସିଲା ଖୁସି ଖବର: ୭୩ ଦିନ ମଧ୍ୟରେ ମାଗଣାରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ, ୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଇତିମଧ୍ୟରେ ଦିଲ୍ଲୀରୁ ଖୁସି ଖବର ଆସିଛି। ଆସନ୍ତା ୭୮୩ ଦିନ ମଧ୍ୟରେ ଭାରତରେ କରୋନା ଟୀକା ମିଳିବ ବୋଲି କୁହାଯାଉଛି। ଏଥି୍‌ପାଇଁ ଏବେ କାଉଣ୍ଟ୍‌ଡାଉନ୍‌ ଆରମ୍ଭ ହୋଇଛି। ପୁଣେର ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋଟା ଟୀକା କୋଭିଶିଲ୍ଡ ବଜାରରେ ମିଳିବାକୁ ଯାଉଛି। ରାଷ୍ଟ୍ରୀୟ ଟୀକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତ ସରକାର ମାଗଣାରେ ଟୀକା ଦେଶର ଜନସାଧାରଣଙ୍କୁ ଦେବେ। ଇତିମଧ୍ୟରେ କ୍ଲିନିକାଲ୍‌ ଟ୍ରାଏଲ୍‌ର ତୃତୀୟ ପର୍ଯ୍ୟାୟ ଟୀକାକରଣର ପ୍ରଥମ ଡୋଜ୍‌ ଆରମ୍ଭ ହୋଇ ସାରିଛି। ଏବେ ୨୯ ଦିନ ପରେ ଦ୍ୱିତୀୟ ଡୋଜ୍‌ ଦିଆଯିବ। ଭାରତର ଜନସଂଖ୍ୟା ୧୩୦ କୋଟିରୁ ଅଧିକ ରହିଛି। ସିରମ୍‌ ଇନଷ୍ଟିଚ୍ୟୁଟ୍‌ଠାରୁ ଭାରତ ସରକାର ୨୦୨୨ ମଧ୍ୟରେ ୬୮ କୋଟି ଡୋଜ୍‌ ଟୀକା କିଣିବେ। ଏଥିପାଇଁ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପ୍ରତିମାସରେ ୬ କୋଟି ଟୀକା ପ୍ରସ୍ତୁତ କରିବ। ୨୦୨୧ ବେଳକୁ ପ୍ରତିମାସରେ ୧୦ କୋଟି ଟୀକା ପ୍ରସ୍ତୁ କରିବା ଲାଗି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଉଦ୍ୟମ କରିବ। ଅବଶିଷ୍ଟ ଟୀକା ଭାରତ ସରକାର ଅନ୍ୟ ଔଷଧ କମ୍ପାନୀଠାରୁ କିଣିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

ହ୍ୟାକ ହୋଇପାରିବନି ଇଭିଏମ, କରାଯାଇ ପାରିବନି ଟ୍ୟାମ୍ପରିଂ, ସୁପ୍ରିମକାର୍ଟରେ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ଉତ୍ତର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।...

‘ଦକ୍ଷିଣ ଭାରତରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ନୂଆଦିଲ୍ଲୀ,୧୮।୪: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦଳ ତଥା ବିରୋଧୀ ଦଳ ପକ୍ଷରୁ ଅନେକ ଦାବି କରାଯାଉଛି। ଗୋଟିଏ ପଟେ ଏନଡିଏ ୪୦୦ଟି ସିଟ...

କଂଗ୍ରେସର ‘ରାହୁଲୟାନ’ ନା ଲଞ୍ଚ ହୋଇପାରିଲା ନା ଲ୍ୟାଣ୍ଡ କରିପାରିଲା: ରାଜନାଥ

ପନ୍ତନମଥିଟ୍ଟା,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଶଙ୍ଖନାଦ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ହେବ। ସେପଟେ କେନ୍ଦ୍ର ପ୍ରତିରକ୍ଷା...

ଟିକେଟ୍‌ ମିଳିବାର ୮ ଦିନ ପରେ ଦଳରୁ ବହିଷ୍କୃତ ହେଲେ ପ୍ରାର୍ଥୀ

ଲକ୍ଷ୍ନୌ,୧୮।୪: ବହୁଜନ ସମାଜ ପାର୍ଟୀ ପ୍ରାର୍ଥୀ ରାକେଶ କୁମାର କୁଶୱାହା ବାରୁଆଙ୍କୁ ଝାନସୀ-ଲଲିତପୁର ଲୋକ ସଭା ଆସନରୁ ଟିକେଟ୍‌ ଦେବାର ୮ ଦିନ ପରେ ଦଳରୁ...

ମୋ ଭୋଟ ବି ମ୍ୟାଡାମଙ୍କ ବୁଥକୁ ଟ୍ରାନ୍ସଫର କରି ଦିଅନ୍ତୁ, ଭାଇରାଲ ହେଉଛି ଏହି ନିର୍ବାଚନ ଅଧିକାରୀଙ୍କ ଫଟୋ

ନୂଆଦିଲ୍ଲୀ,୧୮।୪: ଦେଶରେ ଗଣତନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଆସନ୍ତାକାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri