ଏଚ-୧ ବି ଭିଜା ଧାରକଙ୍କ ପାଇଁ ଖୁସି ଖବର: କାନାଡ଼ାରେ ମିଳିବ ଓପନ ଓ୍ବାର୍କ ପରମିଟ…

ଟରଣ୍ଟୋ,୨୮।୬ : ଆମେରିକୀୟ ଏଚ -୧ ବି ଭିଜା ଧାରକଙ୍କ ପାଇଁ କାନାଡା ଏକ ବଡ ପଦକ୍ଷେପ ନେଇଛି। ୧୦ ହଜାର ଏଚ -୧ ବି ଭିଜା ଧାରକଙ୍କୁ କାନାଡାକୁ ଯାଇ କାର୍ଯ୍ୟ କରିବାକୁ ଅନୁମତି ଦେବା ପାଇଁ ଏକ ଓପନ ଓ୍ବାର୍କ ପରମିଟ ବର୍ତ୍ତମାନ ସୃଷ୍ଟି ହେବ ।

କାନାଡାର ଇମିଗ୍ରେଶନ ମନ୍ତ୍ରୀ ସଚିନ ଫ୍ରେଜର ଏହା ଘୋଷଣା କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ କାନାଡାର ଇମିଗ୍ରେଶନ, ଶରଣାର୍ଥୀ ଏବଂ ନାଗରିକତ୍ୱ ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମ ଅଧୀନରେଏଚ -୧ ବି ଭିଜା ଧାରକଙ୍କ ପରିବାର ସଦସ୍ୟଙ୍କୁ କାର୍ଯ୍ୟ ଅନୁମତି ମଧ୍ୟ ପ୍ରଦାନ କରାଯିବ।

ମନ୍ତ୍ରଣାଳୟ କହିଛି ହାଇ-ଟେକ ସେକ୍ଟରରେ ହଜାର ହଜାର କର୍ମଚାରୀ କମ୍ପାନୀ ଦ୍ୱାରା ନିୟୋଜିତ ଅଛନ୍ତି ଯେଉଁମାନଙ୍କର ଉଭୟ କାନାଡା ଏବଂ ଆମେରିକାରେ କାର୍ଯ୍ୟ ରହିଛି। ଯୁକ୍ତରାଷ୍ଟ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ପ୍ରାୟତଃ ଏଚ -୧ ବି ସ୍ପେସିଆଲିଟି ବୃତ୍ତି ଭିଜା ରଖିଥାନ୍ତି। ୧୬ ଜୁଲାଇ ୨୦୨୩ ସୁଦ୍ଧା ଆମେରିକାରେ ଏଚ -୧ ବି ସ୍ବତନ୍ତ୍ର ବୃତ୍ତି ଭିଜାଧାରୀ ଏବଂ ପରିବାର ସଦସ୍ୟଙ୍କ ସହ କାନାଡାକୁ ସ୍ଥାନାନ୍ତର ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ।

କାନାଡା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିଷ୍ପତ୍ତି ଅନୁଯାୟୀ, ଅନୁମୋଦିତ ଆବେଦନକାରୀଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ଅନୁମତି ଦିଆଯିବ। ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି ଆମେରିକାର ଭିଦ୍ଜାଧାରୀମାନେ କାନାଡାର ଯେକୌଣସି ସ୍ଥାନରେ ଯେକୌଣସି ନିଯୁକ୍ତିଦାତାଙ୍କ ପାଇଁ କାମ କରିପାରିବେ।

କାନାଡା ଭିତ୍ତିକ କେବିସି ନ୍ୟୁଜ ଅନୁଯାୟୀ, ଫ୍ରେଜର କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା କେନ୍ଦ୍ର ସରକାର ବିଶ୍ୱର କେତେକ ପ୍ରତିଭାବାନ ବ୍ୟକ୍ତିଙ୍କ ପାଇଁ ଇମିଗ୍ରେଶନ ଷ୍ଟ୍ରିମ ବିକାଶ କରିବେ ଯେଉଁମାନେ କାନାଡାକୁ ଟେକ କମ୍ପାନୀରେ କାମ କରିବାକୁ ଚାହୁଁଛନ୍ତି। ତେବେ ଏହି ଇମିଗ୍ରେଶନ ଷ୍ଟ୍ରିମ ପାଇଁ କିଏ ଯୋଗ୍ୟ ହେବ ଏବଂ କେତେ ଲୋକଙ୍କୁ ଏହି ସ୍ରୋତରେ ପ୍ରବେଶ ଅନୁମତି ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ଚକିତ: ୨୦ରୁ ଅଧିକରୁ ପ୍ଲଟ୍‌ ସହ ଘରୁ ମିଳିଲା…

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ…

ବଢିଲା ରବି ଧାନ ସଂଗ୍ରହ ଅବଧି: ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୩୦।୬: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା…

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

‘ମୋଦିଙ୍କୁ ଫୋନ କର, ସେ ଉଠି ସାରିଥିବେ’,ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଶୁଣି ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri