Posted inଫୁରସତ

୫୦ ଭରି ଓଜନର ସୁନା ପିନ୍ଧି କୁଲ୍‌ଫି ବିକୁଛନ୍ତି ଏହି ଗୋଲ୍ଡେନ ମ୍ୟାନ୍‌

ଜଣେ ସାଧାରଣ କୁଲ୍‌ଫି ବିକାଳି ଯେ ଏତେ ସୁନା ପିନ୍ଧି ପାରିବେ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ମାତ୍ର ଏହା ସତ। କୁଲ୍‌ଫି ବିକାଳି ଜଣକ ପ୍ରଥମେ ଆଙ୍ଗୁଠିରେ ଏକ ସୁନା ମୁଦି ପିନ୍ଧୁଥିଲେ। ପରେ ସେ ସୁନାର ଏକ ଚେନ୍‌ ପିନ୍ଧିଲେ ଆଉ ଏବେ ୫୦ ଭରି ଓଜନର ସୁନା ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ନାଁ ନଟବର ନେମା। ବର୍ତ୍ତମାନ ସେ ସବୁ ଆଙ୍ଗୁଠିରେ ମୁଦି, ବେକରେ ୪/୫ଟା ହାର, ହାତରେ ସୁନାର ବଳା ଏବଂ ବ୍ରେସଲେଟ୍‌ ପିନ୍ଧିଛନ୍ତି। ସୁନା ପ୍ରତି ତାଙ୍କର ବହୁତ ରୁଚି। ଖାଲି ଏତିକି ନୁହେଁ, ସୁନା ଏତେ ପସନ୍ଦ ଯେ ତାଙ୍କର ଦାନ୍ତ ଭାଙ୍ଗିଲେ ବି ସେ ସୁନାର ଦାନ୍ତ ଲଗାଇଥାନ୍ତି।

ମଧ୍ୟପ୍ରଦେଶର ଇନ୍ଦୋର ସୁସ୍ବାଦୁ ଖାଦ୍ୟ ପାଇଁ ବେଶ୍‌ ଜଣାଶୁଣା। ଇନ୍ଦୋରକୁ ଆସୁଥିବା ଲୋକେ ଯେମିତି ହେଲେ ଥରେ ସରାଫା ଚୌପାଟୀ ନିହାତି ଯାଇଥାନ୍ତି। ସରାଫା ଚୌପାଟୀ ବଜାରରେ ନଟବର ଏକ କୁଲ୍‌ଫି ଦୋକାନ କରିଛନ୍ତି। ଏଠାକୁ ଯିଏ ଆସନ୍ତି ସେ କୁଲ୍‌ଫି ନେବା ସହ ଗୋଲ୍ଡେନ ମ୍ୟାନ ନଟବରଙ୍କ ସହ ସେଲ୍‌ଫି ନେବାକୁ ଆଦୌ ଭୁଲନ୍ତି ନାହିଁ। କାରଣ ସେ ଏତେ ସୁନା ପିନ୍ଧିଥାନ୍ତି ଯେ ଲୋକଙ୍କୁ ଦେଖିବା ପାଇଁ ଖୁସି ଲାଗେ। ଯିଏ ବି ଦେଖିବ ସେ ପ୍ରଥମେ ଭାବିବ ସାଧାରଣ କୁଲ୍‌ଫି ବିକୁଥିବା ଏହି ମଣିଷ ଜଣକ କ’ଣ ସତରେ ଏତେ ସୁନା ପିନ୍ଧିଛନ୍ତି। ଆଜ୍ଞା ହଁ ନଟବର ଯାହା ବି ପିନ୍ଧିଥାନ୍ତି ସବୁ ସୁନା। ତାଙ୍କର ସୁନା ବହୁତ ପସନ୍ଦ। ତେଣୁ ସେ ରୋଜଗାର କରୁଥିବା ଏହି ଟଙ୍କାରେ କେବଳ ସୁନା କିଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ପିଛୁଳାକେ ବିଲେଇକୁ ଚକମା ଦେଖାଇଲା ଗୁଣ୍ଡୁଚିମୂଷା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଘୋଡା ଉପରେ ଚଢୁଥିଲେ ଯୁବକ: ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ଏକ ଘୋଡା ଉପରେ ଜଣେ ଯୁବକ ଚଢୁଥିବାବେଳେ ଘୋଡାଟି ପଛରୁ ତାଙ୍କୁ ଲାତ ମାରୁଥିବା...

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ଭାରତମାତା

ବୌଦ୍ଧ ଜିଲାର ଚର୍ଚ୍ଚିତ ବନପାଲି ଗ୍ରାମ। ଏଠାରେ ରହିଛି ଭାରତ ମାତାଙ୍କ ମନ୍ଦିର। ମନ୍ଦିର ଭିତରେ ଥିବା ସିଂହାସନରେ ହାତରେ ତ୍ରିରଙ୍ଗା ଧରି ଭାରତମାତା ପୂଜା...

ଏହା କୌଣସି ରନ୍ନ ନୁହେଁ ବରଂ ମକା

ବିଶାଖାପାଟନମ,୯।୨: ହାଇଦ୍ରାବାଦର ଅଭିନବ ଗଙ୍ଗୁଲମଲ୍ଲା ଓ ରେଣୁ ରାଓଙ୍କ ମୁହଁରେ ହସ ଫୁଟାଇଛି ଦୀର୍ଘ ୭ ବର୍ଷର ପରିଶ୍ରମ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ...

ଆଣ୍ଟାର୍କଟିକାର ବରଫ ସ୍ରୋତରେ ପହଁରିଲେ ୫୦ ବର୍ଷ ବୟସ୍କ ଆଥଲେଟ୍‌

ଲଣ୍ଡନ,୨୮।୧: ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା। ଏଠାରେ ତାପମାତ୍ରା ଅତି ନିମ୍ନ। ତେବେ ଜଣେ ୫୦ ବର୍ଷ ବୟସ୍କ ଆଥଲେଟ୍‌ ଏହାକୁ ଭ୍ରୁକ୍ଷେପ ନ କରି ଦୀର୍ଘ...

କିପରି ହୋଇଥିଲା ଟେଲିଫୋନରେ ‘ହାଲୋ’ର ବ୍ୟବହାର

ପ୍ରାୟ ଆମେ ସମସ୍ତେ ଛୋଟବେଳୁ ଏହା ଦେଖି ଆସୁଛୁ, ଆଉ ଶୁଣି ଆସୁଛୁ ଯେ ଫୋନ୍‌ ଉଠାଇବା କ୍ଷଣି ‘ହାଲୋ’ କୁହାଯାଇଥାଏ। ପରେ ବ୍ୟବହାରକାରୀ ଅନ୍ୟ...

ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଇଥାନ୍ତି ଦମ୍ପତି

ସବୁ ଦମ୍ପତି ସନ୍ତାନ ସୁଖ ଚାହାନ୍ତି। କିନ୍ତୁ କୌଣସି କାରଣବଶତଃ ସମସ୍ତଙ୍କ ଭାଗ୍ୟରେ ଏହା ଜୁଟି ନ ଥାଏ। ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ...

ସମ୍ପତ୍ତି ମୋହରେ ମଣିଷ

ସନ୍ଥ ଜୁନୈଦ ଜଣେ ଉଚ୍ଚ କୋଟିର ମହାତ୍ମା ଥିଲେ l ସଂସାର ପ୍ରତି ସେ ସମ୍ପୂର୍ଣ୍ଣ ନିରାସକ୍ତ ଥିଲେ l ସେ ପରିବ୍ରାଜକ ବ୍ରତ ଧାରଣ...

Advertisement
Archives

Model This Week