Posted inଫୁରସତ

୫୦ ଭରି ଓଜନର ସୁନା ପିନ୍ଧି କୁଲ୍‌ଫି ବିକୁଛନ୍ତି ଏହି ଗୋଲ୍ଡେନ ମ୍ୟାନ୍‌

ଜଣେ ସାଧାରଣ କୁଲ୍‌ଫି ବିକାଳି ଯେ ଏତେ ସୁନା ପିନ୍ଧି ପାରିବେ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ମାତ୍ର ଏହା ସତ। କୁଲ୍‌ଫି ବିକାଳି ଜଣକ ପ୍ରଥମେ ଆଙ୍ଗୁଠିରେ ଏକ ସୁନା ମୁଦି ପିନ୍ଧୁଥିଲେ। ପରେ ସେ ସୁନାର ଏକ ଚେନ୍‌ ପିନ୍ଧିଲେ ଆଉ ଏବେ ୫୦ ଭରି ଓଜନର ସୁନା ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ନାଁ ନଟବର ନେମା। ବର୍ତ୍ତମାନ ସେ ସବୁ ଆଙ୍ଗୁଠିରେ ମୁଦି, ବେକରେ ୪/୫ଟା ହାର, ହାତରେ ସୁନାର ବଳା ଏବଂ ବ୍ରେସଲେଟ୍‌ ପିନ୍ଧିଛନ୍ତି। ସୁନା ପ୍ରତି ତାଙ୍କର ବହୁତ ରୁଚି। ଖାଲି ଏତିକି ନୁହେଁ, ସୁନା ଏତେ ପସନ୍ଦ ଯେ ତାଙ୍କର ଦାନ୍ତ ଭାଙ୍ଗିଲେ ବି ସେ ସୁନାର ଦାନ୍ତ ଲଗାଇଥାନ୍ତି।

ମଧ୍ୟପ୍ରଦେଶର ଇନ୍ଦୋର ସୁସ୍ବାଦୁ ଖାଦ୍ୟ ପାଇଁ ବେଶ୍‌ ଜଣାଶୁଣା। ଇନ୍ଦୋରକୁ ଆସୁଥିବା ଲୋକେ ଯେମିତି ହେଲେ ଥରେ ସରାଫା ଚୌପାଟୀ ନିହାତି ଯାଇଥାନ୍ତି। ସରାଫା ଚୌପାଟୀ ବଜାରରେ ନଟବର ଏକ କୁଲ୍‌ଫି ଦୋକାନ କରିଛନ୍ତି। ଏଠାକୁ ଯିଏ ଆସନ୍ତି ସେ କୁଲ୍‌ଫି ନେବା ସହ ଗୋଲ୍ଡେନ ମ୍ୟାନ ନଟବରଙ୍କ ସହ ସେଲ୍‌ଫି ନେବାକୁ ଆଦୌ ଭୁଲନ୍ତି ନାହିଁ। କାରଣ ସେ ଏତେ ସୁନା ପିନ୍ଧିଥାନ୍ତି ଯେ ଲୋକଙ୍କୁ ଦେଖିବା ପାଇଁ ଖୁସି ଲାଗେ। ଯିଏ ବି ଦେଖିବ ସେ ପ୍ରଥମେ ଭାବିବ ସାଧାରଣ କୁଲ୍‌ଫି ବିକୁଥିବା ଏହି ମଣିଷ ଜଣକ କ’ଣ ସତରେ ଏତେ ସୁନା ପିନ୍ଧିଛନ୍ତି। ଆଜ୍ଞା ହଁ ନଟବର ଯାହା ବି ପିନ୍ଧିଥାନ୍ତି ସବୁ ସୁନା। ତାଙ୍କର ସୁନା ବହୁତ ପସନ୍ଦ। ତେଣୁ ସେ ରୋଜଗାର କରୁଥିବା ଏହି ଟଙ୍କାରେ କେବଳ ସୁନା କିଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା!

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ…

ଚିନିକୁ ନେଇ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି…

ନୂଆଦିଲ୍ଲୀ, ୨୧ା୮ (ପି.ଟି.):ପାର୍ବଣ ଋତୁ ପୂର୍ବରୁ ବଜାରରେ ଚିନି ଦର ବୃଦ୍ଧି ଓ ଯୋଗାଣ ହ୍ରାସକୁ ରୋକିବା ପାଇଁ କେନ୍ଦ୍ର ସରକାର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

୨ ଜାହାଜ ହାଇଜ୍ୟାକ୍‌: ଥିଲେ ୨୨ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୨୧।୮: ୟେମେନ ଏବଂ ସୋମାଲିଆ ଉପକୂଳ ନିକଟରେ ଦୁଇଟି ପୃଥକ ଘଟଣାରେ ଜଳଦସ୍ୟୁମାନେ ମୋଟ ୨୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦୁଇଟି ବାଣିଜି୍ୟକ ଜାହାଜକୁ ଅପହରଣ…

‘ଆଶୁତୋଷ ରାଙ୍କାଙ୍କ ଜୀବନ ପଛରେ ପଡିଛନ୍ତି ଭାଜପାର ଗୁଣ୍ଡା’, ଅଭିଜିତ ଦୀପକେଙ୍କ ଏଭଳି ଅଭିଯୋଗକୁ ନେଇ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୧।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ‘କକରୋଚ ଜନତା ପାର୍ଟି’ (CJP) ନେତା ଆଶୁତୋଷ ରାଙ୍କାଙ୍କ ସହ ଘଟିଥିବା ଘଟଣାକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ…

ଆଶୁତୋଷ ରାଙ୍କାଙ୍କୁ ଘଉଡ଼ାଇଲେ ଗ୍ରାମବାସୀ: CJP କର୍ମୀ – ଲୋକଙ୍କ ମଧ୍ୟରେ ତୁମୁଳ ବିବାଦ

ନୂଆଦିଲ୍ଲୀ, ୨୧।୮: ଜୟପୁରରେ କଥିତ ଭାବେ ‘କକରୋଚ ଜନତା ପାର୍ଟି’ (CJP)ର ପ୍ରବକ୍ତା ଆଶୁତୋଷ ରାଙ୍କାଙ୍କୁ ଗ୍ରାମବାସୀ ଘଉଡ଼ାଇ ଦେଇଥିବା ଦାବି କରାଯାଇଛି। CJP କର୍ମୀ ଓ…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ପୁଣି ଆଜିଠୁ ଜୋର୍‌ଦାର ଆନ୍ଦୋଳନ: ଜନ୍ତର-ମନ୍ତରରେ ପହଞ୍ଚୁଛନ୍ତି ଶତାଧିକ ଲୋକ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୧।୮: ଦିଲ୍ଲୀରେ ପେପର ଲିକ୍‌କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ପରେ ଏବେ ‘ସଂରକ୍ଷଣ ହଟାଅ ଆନ୍ଦୋଳନ’ ଜୋର ଧରିଛି। ସଂରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri