Posted inଖେଳ

ସ୍ପେନ୍‌କୁ ସ୍ବର୍ଣ୍ଣ, କଲମ୍ବିଆ ରୌପ୍ୟ

ଭୁବନେଶ୍ୱର, ୩୧।୧୦ ,(କ୍ରୀଡ଼ା ପ୍ରତିନିଧି): ଗତଥରର ଚାମ୍ପିୟନ ସ୍ପେନ୍‌ ଏଥର ମଧ୍ୟ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ କଡ଼ା ଟକ୍କର ଦେଇଥିଲା କଲମ୍ବିଆ। ପୂରା ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରିଥିଲା। ମାତ୍ର ଭାଗ୍ୟ ସାଥ୍‌ ଦେଲାନି। ସ୍ପେନ୍‌ର କୌଣସି ଖେଳାଳିଙ୍କ ଗୋଲ ପାଇଁ ନୁହେଁ ବରଂ ୮୨ତମ ମିନିଟରେ ନିଜ ଦଳର ଆନା ମାରିଆ ଗୁଜମାନ ଜାପଟାଙ୍କ ଆତ୍ମଘାତୀ ଗୋଲ ମହଙ୍ଗା ପଡ଼ିଲା। ୧-୦ ଗୋଲରେ ବିଜୟ ସହ ସ୍ପେନ୍‌ ଚାମ୍ପିୟନ ଟ୍ରଫି ହାସଲ କଲା। ରନର ଅପ୍‌ରେ ସନ୍ତୁଷ୍ଟ ରହିଲା କଲମ୍ବିଆ।

ଫଳରେ ସ୍ପେନ୍‌ ସ୍ବର୍ଣ୍ଣ ଏବଂ କଲମ୍ବିଆ ରୌପ୍ୟ ପଦକ ହାସଲ କଲା। ପ୍ଲେ-ଅଫ୍‌ରେ ଜର୍ମାନୀକୁ ହରାଇ ନାଇଜେରିଆ ହାସଲ କଲା ବ୍ରୋଞ୍ଜ ପଦକ। ତେବେ ଟୁର୍ନାମେଣ୍ଟରେ କଲମ୍ବିଆର ଏହା ହେଉଛି ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ୪ଥର ଟୁର୍ନାମେଣ୍ଟ ଖେଳିଥିଲେ ହେଁ ସବୁଥର ଅର୍ଥାତ୍‌ ୨୦୦୮, ୨୦୧୨, ୨୦୧୪ ଓ ୨୦୧୮ରେ ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା। ପୂରା ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ ପାଇଁ ସ୍ପେନ୍‌ର ସାଣ୍ଡ୍ରା ଭିଲାଫାନେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ ଏବଂ ଏସିଆନ ଫୁଟବଲ ଫେଡେରେଶନ (ଏଏଫ୍‌ସି) ଓ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ)ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଭାରତରେ ପ୍ରଥମଥର ପାଇଁ ଆୟୋଜନ ହୋଇଥିବା ଏହି ପ୍ରତିଯୋଗିତାର ସଫଳ ପରିସମାପ୍ତି ଘଟିଛି। ମ୍ୟାଚ୍‌ଗୁଡ଼ିକ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ ଏବଂ ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା। ଟୁର୍ନାମେଣ୍ଟ ଅକ୍ଟୋବର ୧୧ରେ ଆରମ୍ଭ ହୋଇଥିଲା। ଟୁର୍ନାମେଣ୍ଟରେ ମୋଟ ୩୨ଟି ମ୍ୟାଚ ଖେଳାଯାଇଥିବାବେଳେ ୯୫ଟି ଗୋଲ ସ୍କୋର ହୋଇଛି। କଲମ୍ବିଆର ଲିଣ୍ଡା କାଇସେଡୋ, ଜର୍ମାନୀର ଲୋରେନ ବେଣ୍ଡେର ଓ ଜାପାନର ମୋମୋକା ତାନିକାଓ୍ବା ୪ଟି ଲେଖାଏ ଗୋଲ ଦେଇ ମିଳିତଭାବେ ଟପ୍‌ ସ୍କୋରର ହୋଇଥିଲେ। ତେବେ ବେଣ୍ଡେରଙ୍କୁ ଗୋଲ୍ଡେନ ବୁଟ୍‌, ତାନିକାଓ୍ବାଙ୍କୁ ସିଲ୍‌ଭର ବୁଟ୍‌ ଏବଂ କାଇସେଡୋଙ୍କୁ ବ୍ରୋଞ୍ଜ ବୁଟ୍‌ ପ୍ରଦାନ କରାଯାଇଥିଲା।

ସ୍ପେନ୍‌ର ଭିକି ଲୋପେଜ, କଲମ୍ବିଆର କାଇସେଡୋ ଓ ଜର୍ମାନୀର ମାରା ଆଲବର ଯଥାକ୍ରମେ ଗୋଲ୍ଡେନ, ସିଲ୍‌ଭର ଓ ବ୍ରୋଞ୍ଜ ବଲ୍‌ ପାଇଥିଲେ। ସ୍ପେନ୍‌ର ସୋଫିଆ ଫୁଏଣ୍ଟେ ଗୋଲ୍ଡେନ ଗ୍ଲୋଭ୍ସ ହାସଲ କରିଥିବାବେଳେ ଫେୟାର ପ୍ଲେ ଟ୍ରଫି ହାସଲ କରିଥିଲା ଜାପାନ। ଆୟୋଜକ ଦେଶ ଭାବେ ଭାରତ ପ୍ରଥମଥର ପାଇଁ ଏହି ମେଗା ଟୁର୍ନାମେଣ୍ଟରେ ଅଂଶଗ୍ରହଣର ସୁଯୋଗ ପାଇଥିଲା। ତେବେ ଗ୍ରୁପ୍‌ ପର୍ଯ୍ୟାୟରେ ସମସ୍ତ ୩ଟି ଯାକ ମ୍ୟାଚ ହାରି ବିଦାୟ ନେଇଥିଲା। ୧୬ ଦଳବିଶିଷ୍ଟ ପ୍ରତିଯୋଗିତାର ଷ୍ଟାଣ୍ଡିଂରେ ଭାରତ ନିମ୍ନରେ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?