Posted inଖେଳ

୧୦୦ ମିଟର ହର୍ଡଲ୍ସରେ ସବିତାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୧୮ା୭ (ସ୍ପୋଟର୍‌ସ ବ୍ୟୁରୋ): ଭୋପାଳସ୍ଥିତ ତାନ୍ତିଆ ଟୋପେ ଷ୍ଟାଡିୟମରେ ୧୭ତମ ନ୍ୟାଶନାଲ ୟୁଥ୍‌ ଚାମ୍ପିୟନଶିପ୍‌ (୧୮ ବର୍ଷରୁ କମ୍‌) ଶନିବାରଠାରୁ ଆରମ୍ଭ ହୋଇଛି। ଏହି ୩ ଦିନିଆ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ୧୦ ଆଥଲେଟ (୩ ବାଳିକା ଓ ୭ ବାଳକ) ଭାଗ ନେଇଛନ୍ତି। ପ୍ରଥମ ଦିବସରେ ଓଡ଼ିଶାର ସବିତା ଟପ୍ପୋ ୧୪.୧୫ ସେକେଣ୍ଡ ଟାଇମିଂରେ ୧୦୦ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ସେ ୪ର୍ଥ ଏସିଆନ ୟୁଥ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଧାର୍ଯ୍ୟ ଯୋଗ୍ୟତା ଅଙ୍କ (୧୪.୪୪ସେକେଣ୍ଡ) ହାସଲ କରିପାରିଛନ୍ତି। ଏହି ଇଭେଣ୍ଟରେ ତାମିଲନାଡୁର ସାଇନି ଗ୍ଲାଡସିଆ ଓ ତେଲେଙ୍ଗାନାର ଏରୋଲା ପ୍ରଣତି ଯଥାକ୍ରମେ ୧୪.୬୭ ଓ ୧୪.୭୨ ସେକେଣ୍ଡ ଟାଇମିଂରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ୧୧୦ ମିଟର ହର୍ଡଲ୍ସରେ ରାଜେନ୍ଦ୍ର ସିଦ୍ଧୁ ୫ମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ମହାରାଷ୍ଟ୍ରର ସନ୍ଦୀପ ବିନୋଦ ଗୋଣ୍ଡ ଓ ନୟନ ପ୍ରଦୀପ ସା ସାର୍ଦ୍ଦେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିବା ବେଳେ ହରିୟାଣାର ଅନୁଜ କୁମାର ବ୍ରୋଞ୍ଜ ପାଇଛନ୍ତି। ବାଳକ ଟ୍ରିପଲ ଜମ୍ପରେ ଓଡ଼ିଶାର ସ୍ବାଗତ ବେହେରା ୭ମ ସ୍ଥାନ ଅଧିକାର କରିଛନ୍ତି। ସବିତା ଟପ୍ପୋ ଓ ଜାନୁନା ଟୁଡୁ ଲଙ୍ଗଜମ୍ପ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେହିପରି ବାଳିକା ୧୦୦ ମିଟରରେ ଡି.ଏମ୍‌. ଜୟରାମ ପ୍ରଥମ ସେମିଫାଇନାଲରେ ପ୍ରଥମ ସ୍ଥାନ ସହ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରବିବାର ଲକ୍ଷ୍ମୀପ୍ରିୟା କିଷାନ, ବାପି ହଁାସଦା ଓ ପଙ୍କଜ ମଣ୍ଡଳ ୮୦୦ ମିଟର ଦୌଡ଼ରେ ଭାଗ ନେବେ। ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୧୩ରୁ ୧୬ ପର୍ଯ୍ୟନ୍ତ କାଠମାଣ୍ଡୁଠାରେ ହେବାକୁଥିବା ୪ର୍ଥ ଏସିଆନ ୟୁଥ୍‌ ଆଥଲେଟିକ୍ସ ପାଇଁ ଏହି ଚାମ୍ପିୟନଶିପ୍‌କୁ ଏକ ସିଲେକ୍ସନ ଟ୍ରାଏଲ୍‌ ଭାବେ ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?