Posted inଖେଳ

୧୦୦ ମିଟର ହର୍ଡଲ୍ସରେ ସବିତାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୧୮ା୭ (ସ୍ପୋଟର୍‌ସ ବ୍ୟୁରୋ): ଭୋପାଳସ୍ଥିତ ତାନ୍ତିଆ ଟୋପେ ଷ୍ଟାଡିୟମରେ ୧୭ତମ ନ୍ୟାଶନାଲ ୟୁଥ୍‌ ଚାମ୍ପିୟନଶିପ୍‌ (୧୮ ବର୍ଷରୁ କମ୍‌) ଶନିବାରଠାରୁ ଆରମ୍ଭ ହୋଇଛି। ଏହି ୩ ଦିନିଆ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ୧୦ ଆଥଲେଟ (୩ ବାଳିକା ଓ ୭ ବାଳକ) ଭାଗ ନେଇଛନ୍ତି। ପ୍ରଥମ ଦିବସରେ ଓଡ଼ିଶାର ସବିତା ଟପ୍ପୋ ୧୪.୧୫ ସେକେଣ୍ଡ ଟାଇମିଂରେ ୧୦୦ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ସେ ୪ର୍ଥ ଏସିଆନ ୟୁଥ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଧାର୍ଯ୍ୟ ଯୋଗ୍ୟତା ଅଙ୍କ (୧୪.୪୪ସେକେଣ୍ଡ) ହାସଲ କରିପାରିଛନ୍ତି। ଏହି ଇଭେଣ୍ଟରେ ତାମିଲନାଡୁର ସାଇନି ଗ୍ଲାଡସିଆ ଓ ତେଲେଙ୍ଗାନାର ଏରୋଲା ପ୍ରଣତି ଯଥାକ୍ରମେ ୧୪.୬୭ ଓ ୧୪.୭୨ ସେକେଣ୍ଡ ଟାଇମିଂରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ୧୧୦ ମିଟର ହର୍ଡଲ୍ସରେ ରାଜେନ୍ଦ୍ର ସିଦ୍ଧୁ ୫ମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ମହାରାଷ୍ଟ୍ରର ସନ୍ଦୀପ ବିନୋଦ ଗୋଣ୍ଡ ଓ ନୟନ ପ୍ରଦୀପ ସା ସାର୍ଦ୍ଦେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିବା ବେଳେ ହରିୟାଣାର ଅନୁଜ କୁମାର ବ୍ରୋଞ୍ଜ ପାଇଛନ୍ତି। ବାଳକ ଟ୍ରିପଲ ଜମ୍ପରେ ଓଡ଼ିଶାର ସ୍ବାଗତ ବେହେରା ୭ମ ସ୍ଥାନ ଅଧିକାର କରିଛନ୍ତି। ସବିତା ଟପ୍ପୋ ଓ ଜାନୁନା ଟୁଡୁ ଲଙ୍ଗଜମ୍ପ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେହିପରି ବାଳିକା ୧୦୦ ମିଟରରେ ଡି.ଏମ୍‌. ଜୟରାମ ପ୍ରଥମ ସେମିଫାଇନାଲରେ ପ୍ରଥମ ସ୍ଥାନ ସହ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରବିବାର ଲକ୍ଷ୍ମୀପ୍ରିୟା କିଷାନ, ବାପି ହଁାସଦା ଓ ପଙ୍କଜ ମଣ୍ଡଳ ୮୦୦ ମିଟର ଦୌଡ଼ରେ ଭାଗ ନେବେ। ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୧୩ରୁ ୧୬ ପର୍ଯ୍ୟନ୍ତ କାଠମାଣ୍ଡୁଠାରେ ହେବାକୁଥିବା ୪ର୍ଥ ଏସିଆନ ୟୁଥ୍‌ ଆଥଲେଟିକ୍ସ ପାଇଁ ଏହି ଚାମ୍ପିୟନଶିପ୍‌କୁ ଏକ ସିଲେକ୍ସନ ଟ୍ରାଏଲ୍‌ ଭାବେ ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri