Posted inଖେଳ

ଆଜିଠୁ ଝୁଲଣଙ୍କ ବିଦାୟୀ ଦିନିକିଆ ସିରିଜ

ହୋଭ୍‌,୧୮ା୯: ରବିବାର ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ଭାରତ ତଥା ବିଶ୍ୱର ସର୍ବାଧିକ ଉଇକେଟ ହାସଲକାରୀ ଝୁଲଣ ଗୋସ୍ବାମୀଙ୍କ ଏହା ଅନ୍ତିମ ସିରିଜ ହୋଇଥିବା ବେଳେ ଭାରତୀୟ ଦଳ ସିରିଜ୍‌ ଜିତିବାକୁ ଆପ୍ରାଣ ଉଦ୍ୟମ କରିବ। ଟି୨୦ ସିରିଜରେ ଉଭୟ ବ୍ୟାଟିଂ ଓ ଫିଲ୍ଡିଂରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଥିଲା। ଭାରତ ଏହି ସବୁ ଦୁର୍ବଳତା ଦୂରେଇବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଇଂଲଣ୍ଡ ଅଧିନାୟିକା ହିଥର ନାଇଟଙ୍କ ସମେତ ୩ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବାକୁ ପ୍ରୟାସ କରିବ ହରମନପ୍ରୀତ କୌରଙ୍କ ଭାରତୀୟ ଦଳ। ତେବେ ଭାରତୀୟ ଦଳ ପାଇଁ ସବୁଠାରୁ ବଡ ସମସ୍ୟା ଭାବରେ ଉଭା ହୋଇଛି ଏହାର ମିଡିଲ ଅର୍ଡର ବ୍ୟାଟିଂ। ଟି୨୦ ସିରିଜରେ ସୁଯୋଗ ପାଇଥିବା ଦୟଲାନ ହେମଲତା ନିଜ ବ୍ୟାଟ ଜରିଆରେ ପ୍ରଭାବୀ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ। ଦ ହଣ୍ଡ୍ରେଡ୍‌ ଖେଳୁଥିବା ସମୟରେ ଆହତ ହୋଇଥିବା ଜେମିମା ରୋଡ୍ରିଗ୍ବେଜ ଖେଳିବେ କି ନାହିଁ ସ୍ପଷ୍ଟ ହୋଇନଥିବା ବେଳେ ଭାରତୀୟ ବ୍ୟାଟିଂ ମୁଖ୍ୟତଃ ସ୍ମୃତି ମନ୍ଧାନା ଓ ହରମନ୍‌ପ୍ରୀତ କୌରଙ୍କ ଉପରେ ନିର୍ଭର କରିବ। ସେହିପରି ୟସ୍ତିକା ଭାଟିଆ ଓ ଶେଫାଳି ବର୍ମାଙ୍କ ଠାରୁ ମଧ୍ୟ ଦଳ ଭଲ ପ୍ରଦର୍ଶନ ଆଶା କରିବ। ୩ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଶେଫାଳି ବର୍ମାଙ୍କ ନିକଟରୁ ସ୍ଥିର ପ୍ରଦର୍ଶନ ଆଶା ରଖିବ ଭାରତୀୟ ମ୍ୟାନେଜମେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri