Posted inଫୁରସତ

ସୁନାର କଥା

ସୁନାର ନାଁ ଶୁଣିଲେ ଆଖିରେ ଆପେ ଆସିଯାଏ ଚମକ୍‌। ଗହଣାଠୁ ଆରମ୍ଭ କରି ଔଷଧ, ଖାଦ୍ୟ ଓ ପାନୀୟରେ ବ୍ୟବହାର କରାଯାଉଥିବା ଏହି ସୁନା କାହିଁ କେବେଠୁ ମଣିଷ ଜୀବନର ଏକ ପ୍ରମୁଖ ଅଙ୍ଗ ପାଲଟିଛି। ସେଇ ସୁନା ସମ୍ପର୍କରେ କିଛି…

ପୃଥିବୀ ନିର୍ମାଣ ହେବା ପରେ ପ୍ରାୟ ୨୦୦ ମିଲିୟନ ବର୍ଷ ପୂର୍ବେ ଉଲ୍‌୍‌କାପିଣ୍ଡଗୁଡିକ ପୃଥିବୀରେ ବାଡେଇ ହେବା ଯୋଗୁ ପୃଥିବୀରେ ସୁନା ଆସିଥିବା କୁହାଯାଏ। ସୁନା ହେଉଛି ଏକ କେମିକାଲ ଏଲିମେଣ୍ଟ ଯାହାର ସିମ୍ବଲ Au। ଯାହାକି ସୁନାର ଲାଟିନ ନାମ ‘ଅରମ୍‌୍‌’ରୁ ଆସିଛି। ଏହାର ଅର୍ଥ ‘ଗ୍ଲୋ ଅଫ୍‌ ସନ୍‌ରାଇଜ୍‌’।
ସୁନା ହେଉଛି ଏକମାତ୍ର ଧାତୁ ଯାହାର ବର୍ଣ୍ଣ ହଳଦିଆ ବା ସୁବର୍ଣ୍ଣ। ଅନ୍ୟ ଧାତୁ ହଳଦିଆରଙ୍ଗରେ ପରିବର୍ତ୍ତିତ ହୋଇପାରନ୍ତି, କିନ୍ତୁ କେବଳ ସେତେବେଳେ ଯେବେ ତାହା ଅମ୍ଳିକୃତ ହୁଏ ଅବା ଅନ୍ୟ କୌଣସି ରସାୟନ ସହ ମିଶେ।
ସୁନା ବେଶ୍‌ ନମନୀୟ। ୨୮ ଗ୍ରାମ ସୁନାକୁ ୮ କି.ମି. ଲମ୍ବ ତାରର ରୂପ ଦିଆଯାଇପାରେ। ସେହିଭଳି ୨୮ ଗ୍ରାମ ସୁନାକୁ ପିଟି ପିଟି ୩୦୦ ବର୍ଗ ଫୁଟର ପତଳା ସିଟ୍‌ରେ ରୂପାନ୍ତରିତ କରାଯାଇପାରେ। ଏମିତିକି ସୁନାକୁ ପିଟି ପିଟି ପାରଦର୍ଶୀ ପତଳା ସିଟ୍‌ରେ ରୂପାନ୍ତରିତ କରିହେବ।
ସୁନା କିନ୍ତୁ ଆଦୌ ବିଷାକ୍ତ ହୋଇ ନ ଥାଏ। ତେଣୁ ଗୋଲ୍ଡ ଫ୍ଲେକ୍‌କୁ ଖାଦ୍ୟ ଓ ପାନୀୟରେ ବ୍ୟବହାର କରାଯାଏ।
ସୁନାକୁ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଓ୍ବାୟରିଂ, ଡେଣ୍ଟିଷ୍ଟ୍ରି, ମେଡିସିନ୍‌, ରେଡିଏସନ୍‌ ଶିଲ୍ଡିଂ ଆଦିରେ ବି ବ୍ୟବହାର କରାଯାଇଥାଏ।
ସୁଦ୍ଧ ସୁନା ସୁଗନ୍ଧ ଓ ସ୍ବାଦ ବିହୀନ ହୋଇଥାଏ।
ଏଫ୍‌୧ କାର୍‌ର ଇଞ୍ଜିନ ସୁନାରେ ତିଆରି ହୋଇଥାଏ। ମାକ୍‌ ଲରେନସ୍‌ଙ୍କର ଆଇକୋନିକ୍‌ ଏଫ୍‌୧ର ଇଞ୍ଜିନରେ ୧୬ ଗ୍ରାମର ସୁନା ବ୍ୟବହାର ହୋଇଥାଏ।
୧୯୧୨ ପର୍ଯ୍ୟନ୍ତ ଅଲିମ୍ପିକ ଗୋଲ୍ଡ ମେଡାଲ ଖାଣ୍ଟି ସୁନାରେ ତିଆରି ହେଉଥିଲା। ହେଲେ ଏବେ ଅତିକମ୍‌ରେ ୯୨% ରୁପା ଓ ୬ ଗ୍ରାମ ସୁନା ରହୁଛି।
ଏଯାବତ୍‌ ୧୯୦,୦୦୦ଟନ୍‌ ଭୂତଳ ସୁନା ଖଣିରୁ ଖନନ୍‌ ହୋଇ ସାରିଛି। ଏବେ କେବଳ ୫୦,୦୦୦ ଟନ୍‌ ଭୂତଳ ସୁନା ସାରା ପୃଥିବୀରେ ଅଛି। ତେଣୁ ଏହାର ଦାମ ଦିନକୁ ଦିନ ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?