Posted inଫୁରସତ

ସୁନାର ମୋମୋ, ଦାମ୍‌ ରହିଛି…

ସୁନାର ବିରିଆନୀ, ସୁନାର ବଡ଼ା ପାଓ, ସୁନାର ପିଜା ପରେ ଏବେ ସୁନାର ମୋମୋ ଚର୍ଚ୍ଚାକୁ ଆସିଛି। ଭାରତରେ ଷ୍ଟ୍ରିଟ୍‌ ଫୁଡ୍‌ ଭାବେ ମୋମୋର ବେଶ୍‌ ଚାହିଦା ରହିଛି। ସେହି ଚାହିଦାକୁ ଦୃଷ୍ଟିରେ ରଖି ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରିଛି ୨୪ କ୍ୟାରେଟ ଗୋଲ୍ଡ ପ୍ଲେଟେଡ୍‌ ବାହୁବଳୀ ମୋମୋ । ଏହାକୁ ଦେଖିବା ପାଇଁ ବି ଲୋକଙ୍କ ଭିଡ଼ ଲାଗୁଛି।

ବାହୁବଳୀ ଗୋଲ୍ଡ ମୋମୋର ଓଜନ ୨ କି.ଗ୍ରା. ରହିଥିଲାବେଳେ ଏହାକୁ ୭ରୁ ୮ ଜଣ ଲୋକ ମିଶି ଖାଇପାରିବେ। ଏହି ମୋମୋରେ ପୂର ଭାବେ ପନିର ଏବଂ ବିଭିନ୍ନ ପନିପରିବା ଦିଆଯାଇଛି। ଏହା ଉପରେ ୨୪ କ୍ୟାରେଟ୍‌ ସୁନାର ଫଏଲ ରହିଛି। ଯାହା ଖାଇବା ଯୋଗ୍ୟ।

ଏହି ମୋମୋକୁ ଖାଇବା ପାଇଁ ଏଥିରେ ରହିଛି ମିଣ୍ଟ୍‌ ମୋଜିତୋ, ଚକୋଲେଟ ମୋମୋ ଏବଂ ଭଳିକି ଭଳି ଚଟଣି। ଭାରତରେ ପ୍ରଥମ ଥର ପାଇଁ ଏଭଳି ସ୍ବତନ୍ତ୍ର ମୋମୋକୁ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛି ମୁମ୍ବାଇର ‘ମେସି ଆଡ୍ଡା’ କାଫେ। ତମ୍ବା ପାତ୍ରରେ ଏହି ମୋମୋକୁ ପରଷା ଯାଉଥିବାେଳେ ଏହାର ଦାମ୍‌ ରହିଛି ୧୨୯୯ ଟଙ୍କା । ଆପଣ ଚାହିଁଲେ ମଧ୍ୟ ଏହାକୁ କିଣି ଖାଇପାରିବେ।

ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏହି ମୋମୋକୁ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୬୦୦୦୦ରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର କହିଛନ୍ତି, ଏହି ମୋମୋକୁ ଦେଖି ପାଟିରୁ ଲାଳ ବାହାରୁଛି। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ସ୍ବାଦିଷ୍ଟ ଦେଖାଯାଉଛି। ଖାଇଲେ ଜାଣିହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଜଳପରୀ’ ହେବାକୁ ଏହି ଯୁବତୀ ନିଅନ୍ତି ଏତିକି ଟଙ୍କା, ଜାଣିଲେ …

ପିଲାଦିନେ ନିଶ୍ଚିତ ଭାବରେ ‘ଜଳପରୀ’ଙ୍କ ବିଷୟରେ ଅନେକ କାହାଣୀ ଶୁଣିଥିବେ। କିନ୍ତୁ ବାସ୍ତବ ଜୀବନରେ କେହି ଜଣେ ଜଳପରୀ ଅଛନ୍ତି ତାହା ଜାଣନ୍ତି କି? ଯଦି...

ଗଛରେ ସାଲାଇନ୍‌ ଟାଙ୍ଗି କରୋନା ଆକ୍ରାନ୍ତଙ୍କ ଚିକିତ୍ସା: ଭିଡ଼ିଓ ଭାଇରାଲ…

ଭୋପାଳ,୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଗ୍ରାମୀଣ ଅଞ୍ଚଳରେ କେତେକ ଆକ୍ରାନ୍ତ ଚିକିତ୍ସା ଲାଗି ହସ୍ପିଟାଲକୁ ଯିବାକୁ ଅମଙ୍ଗ ହେଉଛନ୍ତି।...

ଏଠାରେ ରହିଛି ପାରଶ ମଣି: ଯାହାକୁ ଛୁଇଁଲେ ହୋଇଯିବ ସୁନା

ଭୋପାଳ, ୧୦।୮: ଏଭଳି ଦୁର୍ମୂଲ୍ୟ ମଣି ରହିଛି ଏହାକୁ ଯେଉଁଥିଲେ ସ୍ପର୍ଶ କଲେ ତାହା ସୁନାରେ ପରିଣତ ହୋଇଯିବ। ଏନେଇ ବହୁ କାହାଣୀ ରହିଛି। ତେବେ...

ଚକ୍‌ ଖଣ୍ଡକୁ ନୂଆ ଜୀବନ ଦେଉଛନ୍ତି ବଲରାଜ୍‌

ଆଜିକାଲିର ସମୟରେ ଧାନ, କାଠ, କାଗଜକୁ ଭଳିକି ଭଳି ରୂପ ନେଇ ନୂତନ କିଛି ସୃଷ୍ଟି କରୁଥିବା ଅନେକ ଆର୍ଟିଷ୍ଟ(କଳାକାର) ଦେଖିବାକୁ ମିଳେ। ହେଲେ ଚଣ୍ଡିଗଡ଼ର...

ଆକାଶରୁ ମୂଷା ବର୍ଷା: ଭିଡ଼ିଓ ଭାଇରାଲ…

ମେଲବୋର୍ନ,୧୩।୫: ଏବେ ସୋସିଆଲ୍‌ ମିଡ଼ିଆରେ ଆକାଶରୁ ମୂଷା ବର୍ଷା ହେଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଅଷ୍ଟ୍ରେଲିଆର। ଏକ ଖାଦ୍ୟଶସ୍ୟ ଗୋଦାମ ସଫା...

ଚିତ୍ରରେ ଚିତ୍ରରେ ନାରୀ

ଚିତ୍ରକର କେବଳ ଚିତ୍ର କରେ ନାହିଁ। ଚିତ୍ର ମାଧ୍ୟମରେ ସମାଜକୁ ସଚେତନ କରିଥାଏ। ସେମିତି ଜଣେ ଚିତ୍ରଶିଳ୍ପୀ ଯେ କି ତାଙ୍କ ଚିତ୍ରରେ ନାରୀଙ୍କୁ ପ୍ରାଧାନ୍ୟ...

ପର୍ଯ୍ୟଟନସ୍ଥଳୀ: ନଟରାଜ୍‌ ମନ୍ଦିର

ନଟରାଜ୍‌ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଅଟେ; ଯାହା ତାମିଲନାଡୁର ମନ୍ଦିର ନଗରୀ ଭାବେ ଖ୍ୟାତ ଚିଦଂବରମ୍‌ଠାରେ ଅବସ୍ଥିତ। ଏହି ମନ୍ଦିରର...

ଓଃ କି ଶାନ୍ତି…

ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କୁହେ। ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବ୍ୟଞ୍ଜନ ପଖାଳ କେବଳ ଏକ ଖାଦ୍ୟ ନୁହେଁ,...

Advertisement
Archives

Model This Week