ସବୁ ରେକର୍ଡ ଭାଙ୍ଗିଲା ସୁନା! ୧୦ ଗ୍ରାମ ପିଛା ଦର ପହଞ୍ଚିଲା… 

ନୂଆଦିଲ୍ଲୀ,୧୦।୮: ରେକର୍ଡସ୍ତରରେ ସୁନା। ଭାରତରେ ୮ ଅଗଷ୍ଟ ୨୦୨୫ ତାରିଖରେ ସୁନାର ମୂଲ୍ୟ ଇତିହାସ ରଚିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଅକ୍ଟୋବର ଫ୍ୟୁଚର୍ସ ସୁନା ୧୦ ଗ୍ରାମ ପ୍ରତି ୧,୦୨,୨୫୦ ଟଙ୍କାରେ ପହଞ୍ଚିଛି, ଯାହା ଏଯାବତର ସର୍ବୋଚ୍ଚ ସ୍ତର। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଚମକ ଦେଖାଇଛି। COMEX ରେ ଡିସେମ୍ବର ଫ୍ୟୁଚର୍ସ ସୁନା ପ୍ରତି ଔନ୍ସ ୩,୫୩୪ ଡଲାରରେ ପହଞ୍ଚିଛି, ଯାହା ଏପ୍ରିଲରେ ସ୍ଥାପିତ $୩,୫୪୪ ରେକର୍ଡର ନିକଟବର୍ତ୍ତୀ।
ବିଶ୍ଳେଷକମାନଙ୍କ ମତରେ, ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଆଲୋଚନାରେ ବିବାଦ ଏବଂ ଅକ୍ଟୋବରରେ ଆମେରିକୀୟ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାରରେ ୨୫ ବେସିସ ପଏଣ୍ଟର ସମ୍ଭାବ୍ୟ ହ୍ରାସ ହେଉଛି ସୁନାର ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ। ଏହା ଆଗକୁ ମଧ୍ୟ ସମାନ ରହିବାର ଆଶଙ୍କା ରହିଛି। ଯଦି ମୂଲ୍ୟ ୯୯,୫୦୦ ଟଙ୍କା ତଳକୁ ଖସେ, ତେବେ ବଡ଼ ବିକ୍ରୟର ସମ୍ଭାବନା ରହିଛି। ତେବେ ସେବେ ପର୍ଯ୍ୟନ୍ତ ପ୍ରତ୍ୟେକ ହ୍ରାସ ନିବେଶକମାନଙ୍କ ପାଇଁ କ୍ରୟର ସୁଯୋଗ। ଆଗାମୀ ସମୟରେ ସୁନା ୯୯,୫୦୦ ରୁ ୧,୦୩,୦୦୦ ଟଙ୍କା ମଧ୍ୟରେ ଉତ୍‌ଥାନ-ପତନ କରିବ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି।
ସୁନାର ମୂଲ୍ୟ ବୃଦ୍ଧିର ଆଉ ଏକ ପ୍ରମୁଖ କାରଣ ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତି। ଆମେରିକା ଏକ କିଲୋଗ୍ରାମ ଏବଂ ୧୦୦ ଔନ୍ସର ସୁନା ବାର ଆମଦାନୀ ଉପରେ ଶୁଳ୍କ ଲଗାଇଛି, ଯାହା ମୂଲ୍ୟକୁ ଦୃଢ଼ କରିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ସ୍ବିଜରଲ୍ୟାଣ୍ଡ ଉପରେ ପଡ଼ିଛି, ଯାହା ବିଶ୍ୱର ସବୁଠାରୁ ବଡ଼ ସୁନା ଶୋଧନ କେନ୍ଦ୍ର।  ଟ୍ରମ୍ପ ପ୍ରଶାସନ ସୱିଟଜରଲ୍ୟାଣ୍ଡରୁ ଆସୁଥିବା ସୁନା ଉପରେ ୩୯% ଟାରିଫ ଲଗାଇଛି। ଯେହେତୁ COMEX ରେ ଏକ କିଲୋଗ୍ରାମ ବାରରେ ସବୁଠାରୁ ଅଧିକ କାରବାର ହୁଏ, ଏହି ନିଷ୍ପତ୍ତି ସିଧାସଳଖ ମୂଲ୍ୟକୁ ପ୍ରଭାବିତ କରୁଛି। ଏହା ବ୍ୟତୀତ, ବଜାରରେ ଏହା ମଧ୍ୟ ଆଶା କରାଯାଉଛି ଯେ ସେପ୍ଟେମ୍ବରରେ ଆମେରିକୀୟ ସୁଧ ହାର ୦.୨୫% ହ୍ରାସ ପାଇପାରେ। ଚାଇନାର ନିରନ୍ତର ସୁନା କ୍ରୟ ମଧ୍ୟ ଏହି ବୃଦ୍ଧିିକୁ ସମର୍ଥନ କରୁଛି। ଜୁଲାଇ ମାସରେ ଚାଇନା ଲଗାତାର ନବମ ଥର ପାଇଁ ସୁନା କିଣିଛି।
ତେବେ ସୁନା ବଜାର ଉପରେ ପ୍ରତିଦିନ ନୂଆ ଖବରର ପ୍ରଭାବ ପଡ଼ୁଛି। ଟ୍ରମ୍ପଙ୍କ ଟାରିଫ ଯୋଗୁ ଆମେରିକୀୟ ବଜାରରେ ସୁନା ଲଣ୍ଡନର ସୁନା ତୁଳନାରେ $୧୦୦ ପ୍ରିମିୟମରେ ବିକ୍ରି ହେଉଛି।  ଆମେରିକା ପ୍ରତିବର୍ଷ ୨୨୦-୨୫୦ ଟନ ସୁନା ଆମଦାନୀ କରେ, ଯାହାର ୬୦-୭୦% ସ୍ବଟଜରଲ୍ୟାଣ୍ଡରୁ ଆସେ। ପୂର୍ବରୁ ଏହି ସୁନା ଲଣ୍ଡନରୁ ସ୍ବିଜରଲ୍ୟାଣ୍ଡକୁ ଯାଇ ବାରରେ ପରିଣତ ହେଉଥିଲା ଏବଂ ପରେ ଆମେରିକାକୁ ପଠାଯାଉଥିଲା। ଏବେ ଟାରିଫ ଯୋଗୁ ଏଲ୍‌ଏମ୍‌ଇର ସୁନା ସିଧାସଳଖ ଆମେରିକାକୁ ପଠାଯିବାର ସମ୍ଭାବନା ରହିଛି। ଆମେରିକାରେ ଏଲ୍‌ବିଏମ୍‌ଏର ଦୁଇଟି ଶୋଧନାଗାର ମଧ୍ୟ ରହିଛି। ଶେଠଙ୍କ ଆକଳନ ଅନୁଯାୟୀ, ଯଦି ବର୍ତ୍ତମାନର ପରିସ୍ଥିତି ଜାରି ରହେ, ତେବେ ବର୍ଷ ଶେଷ ସୁଦ୍ଧା ସୁନାର ମୂଲ୍ୟ ପ୍ରତି ଔନ୍ସ ୩,୬୦୦ ରୁ ୩,୮୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ ବିଶେଷଜ୍ଞ ମତ ରଖୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?