ଶସ୍ୟ ସଂରକ୍ଷଣ ପାଇଁ ଏବେ ବି ବଞ୍ଚିଛି ଗୋଲାଘର

କେନ୍ଦ୍ରାପଡ଼ା,୧୬ା୧୨ (ଜଗନ୍ନାଥ ଧଳ): ଓଳିଆ, ଘୁମ, ଖଣି, ଅମାର ଆଦି ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ସ୍ବାଭାବିକ ଜୀବନଯାତ୍ରାରୁ ଉଭେଇ ଗଲାଣି। ମାତ୍ର କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ଏବେବି ଗୋଲାଘର ଉପରେ ଚାଷୀ ଭରସା ରଖିଛନ୍ତି। ସାଧାରଣରେ ଏହି ଶସ୍ୟାଗାର ବହୁ ପରିମାଣରେ କମିଯାଇଛି। ପୂର୍ବଭଳି ଶସ୍ୟ ସଂରକ୍ଷଣ ପାଇଁ ଗୋଲାଘର ଆବଶ୍ୟକ ପଡୁନାହିଁ। ସେହିପରି ଏହି ଘର ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଏହାସତ୍ତ୍ୱେ କ୍ଷୁଦ୍ର ଚାଷୀ ବା ନାମମାତ୍ର ଚାଷୀଙ୍କ ପାଇଁ ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ଏକ ଆବଶ୍ୟକତା ହୋଇଛି। ହାତପାହାନ୍ତା ଓ ଶସ୍ତା ସାମଗ୍ରୀରେ ନିର୍ମିତ ଏହି ଘର ପରିବେଶ ଉପଯୋଗୀ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି। ଏ ସମ୍ପର୍କରେ ରାଜନଗର ବ୍ଲକ ଓକିଲପାଳ ଗ୍ରାମର ସୁନାମଣି ବେହେରା କହିଛନ୍ତି, ଧାନ, ବିରି, ମୁଗ ଅମଳ ପରେ ଏହାର ସଂରକ୍ଷଣ ବିଭିନ୍ନ ଉପାୟରେ କରାଯାଏ। ବାଉଁଶ, ମାଟି, ପାଳ ଦଉଡି ଆଦି ହାତପାଖରେ ଥିବା ସାମଗ୍ରୀରେ ଗୋଲ ଆକାରର ଘର ନିର୍ମାଣ ପରେ ଛଣ, ବରଡାରେ ଛାଉଣି ଦିଆଯାଏ। ପରେ ଗୋବର ପାଣିରେ ଲିପା ଯାଇ ଘର ସମ୍ପୂର୍ଣ୍ଣ ହୁଏ। ଗରିବ ଘରର ଲୋକ ଏହି ଗୋଲା ଘରେ ଶସ୍ୟ ସଂରକ୍ଷଣ କରି ବର୍ଷକ ଯାକ ଖର୍ଚ୍ଚ କରାଥାନ୍ତି। ଏହି ଘର ଆଗ ପରି ନିର୍ମାଣ ହେଉନାହିଁ। ବଳକା ଧାନ, ବିର, ମୁଗ, ବାଦାମ ଆଦିକୁ ବିକ୍ରି କରି ଦିଆଯାଉଛି। ଉପାନ୍ତ ଅଞ୍ଚଳର ଏହି ଗୋଲାଘର ନିର୍ମାଣ ସଂସ୍କୃତି ମରିବାକୁ ବସିଥିବା ସେ ସୂଚନା ଦେଇଛନ୍ତି। ଗୁପ୍ତିର ଭାଗୀରଥି ମଣ୍ଡଳ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଏହି ଗୋଲାଘର ନିର୍ମାଣ ବଞ୍ଚତ୍ ରହିବାର କାରଣ ଏହା ଶସ୍ତା, ସୁନ୍ଦର ଓ ମଜଭୁତ। ମାତ୍ର ୨ରୁ ୧୦ ହଜାର ଟଙ୍କା ମଧ୍ୟରେ ଛୋଟରୁ ବଡ ଗୋଲାଘର ନିର୍ମାଣ ହେଉଛି। ଶସ୍ୟ ବ୍ୟବହାର ପରେ ଏହି ଘରେ ଆବଶ୍ୟକ ସାମଗ୍ରୀ ରଖାଯାଉଛି। ଏହା ଗ୍ରାମାଞ୍ଚଳ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଘର ସଂସାର ପାଇଁ ଉପଯୋଗୀ ହେଉଛି। ୩ ଦଶନ୍ଧି ପୂର୍ବେ ଏହା ଗ୍ରାମର ପ୍ରତ୍ୟେକଙ୍କ ପାଇଁ ଉପଯୋଗୀ ହୋଇଥିବା ବେଳେ ଏବେ ଏହାର ନିର୍ମାଣ ପ୍ରାୟ ୪୦ ପ୍ରତିଶତକୁ କମି ଆସିଛି। ଏପରି ଘର ନିର୍ମାଣ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପ୍ରୋତ୍ସାହନ ରାଶି ସହଯୋଗ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଗ୍ରାମର ବଳରାମ ଦାସ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ଟଙ୍କାକିଆ ଚାଉଳ ଯୋଗାଣ ହେଉଛି। ଏଥିପାଇଁ ଚାଷୀ ଅମଳ ପରେ ଶସ୍ୟ ସାଇତି ରଖିବା ଆବଶ୍ୟକ ନାହିଁ। ଅମଳ ପରେ ସିଧା ସରକାରୀ ମଣ୍ଡିରେ ଚାଷୀ ଉପତ୍ାଦିତ ଶସ୍ୟ ବିକ୍ରି କରୁଛନ୍ତି। ଏଥିସହ ଉପାନ୍ତ ଅଞ୍ଚଳରେ ଚିଙ୍ଗୁଡି ଘେରି ପାଇଁ ପାରମ୍ପାରିକ ଧାନ, ମୁଗ, ବିରି, ବାଦାମ ଆଦି ଚାଷ ହେଉନାହିଁ। ଘେରିକୁ ଯାଉଥିବା ଲୁଣି ପାଣି ଓ ବାହାରୁଥିବା ରାସାୟନିକ ପାଣି ଚାଷ ଜମିକୁ ନଷ୍ଟ କରୁଛି। ଶସ୍ୟ ସଂରକ୍ଷଣ ପାଇଁ ଆବଶ୍ୟକତା ଥିଲେ ଏହି ଗୋଲା ଘର ନିର୍ମାଣ ହେଉଥାନ୍ତା। ରାଜନଗରର ସୁଶାନ୍ତ ପରିଡା କହିଛନ୍ତି, ଗୋଲା ଘର ଶସ୍ୟ ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନ। ମାଟି ଗୋବରରେ ନିର୍ମିତ ଏହି ଘରେ ରହିଥିବା ଶସ୍ୟର ଜୈବିକ ବିଘଟନ ଆଶଙ୍କା କମ୍‌ ରହେ। ଫଳରେ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହିତକର ସାବ୍ୟସ୍ତ ହୋଇଥାଏ। ସମ୍ପ୍ରତି ରକ୍ଷଣାବେକ୍ଷଣ ପାଇଁ ମାଟି ଗୋବର ଲିପିବା, ନଡ଼ାରେ ପାଳ ଦଉଡି ବଳିବା ଆଦି ଯୁବବର୍ଗ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ସମ୍ପର୍କରେ କୃଷି ବିଜ୍ଞାନ ବରିଷ୍ଠ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ରଙ୍କୁ ପଚାରିବାରେ ଗୋଲାଘରେ ଶସ୍ୟ ସଂରକ୍ଷଣରେ ବିଶେଷ ଅସୁବିଧା ଅଛି। ଶସ୍ୟରେ ପୋକ ଲାଗିବା ସହିତ ମୂଷା ସାପଙ୍କ ବାସସ୍ଥଳୀ ହୋଇଥିବା କେତେକ ସ୍ଥାନରେ ଦେଖା ଯାଇଥାଏ। ବ୍ୟକ୍ତିଗତ ଶସ୍ୟ ସଂରକ୍ଷଣାଗାର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ରାଶି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?