ଭଗବାନ୍‌ ଦଣ୍ଡ ଦେବେ

ନ୍ୟାୟର ମନ୍ଦିର ସମ୍ମୁଖରେ ଆଜି ଜଣେ ଝିଅ ନୁହେଁ, ଏକ ଜୀବନ୍ତ ଶବ ଛିଡ଼ା ହୋଇଛି, ଯାହାର ନେତ୍ରରେ ଅଶ୍ରୁ ନାହିଁ, ଅଛି କେବଳ ପ୍ରଶ୍ନ, ଯାହାର ହସ୍ତରେ ଆବେଦନ ନାହିଁ, ଅଛି କେବଳ ଫାଇଲ। ଏହା କୌଣସି ଦଣ୍ଡ ପାଇସାରିଥିବା ଅତୀତର ଉପସଂହାର ନୁହେଁ, ଏହା ଆଜି ଯାଏ ଅଦାଲତର ଅନ୍ଧାର କୋଠରିରେ ବନ୍ଦୀ ହୋଇ ପଡିଥିବା ବର୍ତ୍ତମାନର ବିଭୀଷିକା, ଏହା ହିଁ ପେଣ୍ଡିଂ ନାମକ ମହାମାରୀ।
ବର୍ତ୍ତମାନ ଯାହା ଚାଲିଛି, ତା’ର ତଥ୍ୟ ନିଜେ ଚିତ୍କାର କରୁଛି। ଜାତୀୟ ସ୍ତରରେ ଭାରତ ୨୦୨୪ ଶେଷ ସୁଦ୍ଧା ୧,୮୫,୭୮୫ ବଳାତ୍କାର ମାମଲା ବିଚାରାଳୟରେ ଲମ୍ବିତ, ଯାହା ସେ ବର୍ଷ ସମାପ୍ତ ହୋଇଥିବା ବିଚାର ସଂଖ୍ୟାଠୁ ୯ ଗୁଣ ଅଧିକ। ପେଣ୍ଡେନ୍ସି ହାର ୮୯.୮ ପ୍ରତିଶତ, ଅର୍ଥାତ୍‌ ଦଶଟି ମାମଲାରୁ ନଅଟି ଫାଇଲ ତଳେ ଚାପି ହୋଇ ମରୁଛି, ସିଦ୍ଧ ଦୋଷ ହାର ମାତ୍ର ୨୪.୪ ପ୍ରତିଶତ। କେବଳ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ୨୩ ହଜାରରୁ ଅଧିକ ବଳାତ୍କାର ମାମଲା ଅବରୁଦ୍ଧ। କର୍ନାଟକ ଉଚ୍ଚ ନ୍ୟାୟାଳୟ ବିରକ୍ତ ହୋଇ କହିଛନ୍ତି ଡିଏନ୍‌ଏ ନମୁନା ପରୀକ୍ଷା ପାଇଁ ଦେଢ ବର୍ଷ ଲାଗୁଛି, ୩୫ହଜାର ନମୁନା ଫୋରେନ୍‌ସିକ ପ୍ରୟୋଗଶାଳାରେ ଗଦା ହୋଇପଡିଛି, ୭ହଜାର ବଳାତ୍କାର ମାମଲା କେବଳ ଏହି ଗୋଟିଏ ବୈଜ୍ଞାନିକ ପ୍ରମାଣ ଅପେକ୍ଷାରେ ସ୍ଥବିର।
ଏହି ସ୍ଥବିରତାର ପ୍ରତିବିମ୍ବ ଓଡ଼ିଶାରେ ଅଧିକ ପ୍ରଖର। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଶ୍ୱେତପତ୍ର ଅନୁଯାୟୀ ୨୦୨୩ରେ ଓଡ଼ିଶାରେ ୨,୮୨୬ ବଳାତ୍କାର ମାମଲା ଥିଲା, ୨୦୨୪ରେ ତାହା ୮ ପ୍ରତିଶତ ବଢ଼ି ୩,୦୫୪ ହେଲା। ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ କହିଛନ୍ତି ୨୦୨୪ରୁ ୨୦୨୫ ମଧ୍ୟରେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ୫.୬ ପ୍ରତିଶତ ବଢିଛି, ୨୦୨୫ରେ ୨,୯୯୪ ବଳାତ୍କାର, ୭,୩୮୨ ଲଜ୍ଜାଭଙ୍ଗ, ୭,୩୭୮ଅପହରଣ, ୩୩,୦୨୧ ମହିଳା ନିର୍ଯାତନା ମାମଲା ପଞ୍ଜୀକୃତ, ଅର୍ଥାତ୍‌ ଦିନକୁ ହାରାହାରି ୮ଟି ବଳାତ୍କାର ୨ଜୁଲାଇ ୨୦୨୪ରୁ ସେପ୍ଟେମ୍ବର ୨୦୨୫ ଭିତରେ ୧୫ ମାସରେ ୪୦,୯୪୭ ମହିଳା ନିର୍ଯାତନା ମାମଲା, ସେଥିରୁ ୩,୨୦୫ ବଳାତ୍କାର। ଏନ୍‌ସିଆର୍‌ବି ୨୦୨୩ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ନିର୍ଯାତନା ମାମଲା ୨୫,୯୧୪, ଦୋଷସିଦ୍ଧ ହାର ମାତ୍ର ୬.୯ ପ୍ରତିଶତ, ଯାହା ଜାତୀୟ ହାରଠୁ ବହୁ କମ୍‌। ୨୦୨୪ରେ ପଞ୍ଜୀକୃତ ୩,୦୫୪ ବଳାତ୍କାର ମାମଲାରୁ ୨,୯୮୬ ସତ୍ୟ ବୋଲି ପୋଲିସ ମାନିଲା, କିନ୍ତୁ ଚାର୍ଜଶିଟ ଦାଖଲ ହେଲା ମାତ୍ର ୧,୯୪୮ ମାମଲାରେ, ଅବଶିଷ୍ଟ ହଜାରେ ମାମଲା ତଦନ୍ତ ଟେବୁଲରେ ପଡି ରହିଲା।
ଏହି ତଦନ୍ତ ଓ ବିଚାରର ପେଣ୍ଡିଂର ଜୀବନ୍ତ ଚିତ୍ର ଦେଖନ୍ତୁ। ପଶ୍ଚିମବଙ୍ଗ ୨୦୨୧ ନିର୍ବାଚନ ହିଂସା ସହ ଜଡିତ ବଳାତ୍କାର ମାମଲାରେ ପୀଡିତା କାଠଗଡାରେ ଛିଡା ହୋଇଥିଲେ ବି ତାଙ୍କ ପରୀକ୍ଷାକୁ ଅଗଷ୍ଟ ୨୦୨୫ରୁ ଡିସେମ୍ବର ୨୦୨୫ ଯାଏ ଚାରି ମାସ ପଛକୁ ଠେଲି ଦିଆଗଲା, କାରଣ ନିମ୍ନ ଅଦାଲତରେ ୪,୭୩୧ ମାମଲା ଲମ୍ବିତ। ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ହୋଇ କହିଲେ ଏକ ବଳାତ୍କାର ମାମଲାରେ ୩୦ ଜଣ ସାକ୍ଷୀ କାହିଁକି, ଗୁଣ ନୁହେଁ ମାନ ଦରକାର, ଦିନକୁ ଦିନ ଶୁଣାଣି ପୁନରୁଦ୍ଧାର କର। ବାରାଣସୀ ବିଏଚୟୁ ପରିସରରେ ଆଇଆଇଟି ଛାତ୍ରୀ ଗଣବଳାତ୍କାର ମାମଲା ନଭେମ୍ବର ୨୦୨୩ରେ ଚାର୍ଜଶିଟ, କିନ୍ତୁ ଓକିଲ ସଂଘ ବହିଷ୍କାର ଯୋଗୁ ଡିସେମ୍ବର ୨୦୨୫ରେ ଶୁଣାଣି ସ୍ବତଃ ସ୍ଥଗିତ ହୋଇ ଜାନୁଆରୀ ୨୦୨୬କୁ ଗଲା, ଦୁଇ ବର୍ଷରୁ ଅଧିକ ପୀଡ଼ିତା ଅନ୍ଧାରରେ।
ଓଡ଼ିଶାର ପେଣ୍ଡିଂ ଚିତ୍ର ଅଧିକ ରକ୍ତାକ୍ତ। କେନ୍ଦୁଝର ପଣ୍ଡାପଡ଼ାରେ ଜୁନ୍‌ ୧୬, ୨୦୨୫ରେ ୧୭ ବର୍ଷୀୟା ଆଦିବାସୀ କିଶୋରୀ ଶୌଚ ପାଇଁ ଯାଇ ଫେରିଲେ ନାହିଁ, ପରଦିନ ଗଛରେ ଝୁଲନ୍ତା ମୃତଦେହ, ରକ୍ତାକ୍ତ ବସ୍ତ୍ର ମିଳିଲା; ବାପା ଅଭିଯୋଗ କଲେ ଗଣବଳାତ୍କାର ପରେ ହତ୍ୟା କରି ଆତ୍ମହତ୍ୟାର ନାଟକ ରଚାଯାଉଛି। ଚାରି ଜଣ ଧରା ହେଲେ ସତ, କିନ୍ତୁ ଥାନା ଅଧିକାରୀ ନିଜେ କହିଲେ ଶବ ବ୍ୟବଚ୍ଛେଦ ପରେ ହିଁ ଜଣାପଡିବ ଗଣବଳାତ୍କାର ହୋଇଛି କି ନାହିଁ, ଆଜି ଯାଏ ରିପୋର୍ଟ ପେଣ୍ଡିଂ। ମୟୂରଭଞ୍ଜ ରାସଗୋବିନ୍ଦପୁରରେ ଅକ୍ଟୋବର ୨୦୨୫ରେ ଅଷ୍ଟମ ଓ ନବମ ଶ୍ରେଣୀର ତ୍ରୟୋଦଶ ଓ ଚତୁର୍ଦ୍ଦଶ ବର୍ଷୀୟା ଦୁଇ ଆଦିବାସୀ ବାଳିକା ଯାତ୍ରାରୁ ଫେରୁଥିବା ବେଳେ ପାଞ୍ଚ ଜଣ ପିଶାଚ ଗଣବଳାତ୍କାର କଲେ, ତିନି ଧରା, ଦୁଇ ପଳାତକ। ଗଞ୍ଜାମ ଗୋପାଳପୁର ବେଳାଭୂମିରେ ରଜ ସାରେ ଛାତ୍ରୀ ଉପରେ ଦଶ ଜଣଙ୍କ ଗଣବଳାତ୍କାରରେ ୪ ଜଣଙ୍କୁ ଶୈଶବ ଅପରାଧୀ କହି କିଶୋର ନ୍ୟାୟ ପରିଷଦକୁ ପଠାଗଲା, ପ୍ରାପ୍ତବୟସ୍କ ବିଚାର ଅନୁମତି ଫାଇଲ ମାସ ଘୂରୁଛି, ଗୋଳନ୍ଥରାର ଏକାଦଶ ଓ ପଞ୍ଚଦଶ ବର୍ଷୀୟା ଦୁଇ ଭଉଣୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଜି ଯାଏ ପଳାତକ, ପୋଲିସ ଉତ୍ତର କେବଳ ଖୋଜୁଛୁ।
ଏହି ପେଣ୍ଡିଂର ମୂଲ୍ୟ ପୀଡିତା ଦେଉଛି ତ୍ରିବିଧ ମୃତ୍ୟୁରେ। ପ୍ରଥମ ମୃତ୍ୟୁ ପିଶାଚଙ୍କ ହାତରେ ଶରୀରର, ଦ୍ୱିତୀୟ ମୃତ୍ୟୁ ଥାନାରେ ଲଜ୍ଜାଜନକ ପ୍ରଶ୍ନବାଣରେ ଆତ୍ମସମ୍ମାନର, ତୃତୀୟ ମୃତ୍ୟୁ ଅଦାଲତରେ ଶୀଳ ଉପରେ ଅଶ୍ଳୀଳ ଜେରାରେ। ସାକ୍ଷୀ ବିକ୍ରିତ, ପ୍ରମାଣ ବିଲୁପ୍ତ, ତଦନ୍ତ ଶିଥିଳ। ତେଣୁ ଯେତେବେଳେ ମର୍ତ୍ତ୍ୟର ଫାଇଲ ପେଣ୍ଡିଂ ହୁଏ, ପୀଡିତା ଅନନ୍ତକୁ ଡାକେ। ମଣିଷ ଆଦାଲତରେ ଫାଇଲ ଅବରୁଦ୍ଧ ହୋଇପାରେ, କିନ୍ତୁ ବିଧାତାଙ୍କ ଖାତାରେ ପ୍ରତ୍ୟେକ ଅଶ୍ରୁର ଅକ୍ଷୟ ହିସାବ ଅଛି, ସେଠାରେ ଜାମିନ ନାହିଁ, ତାରିଖ ନାହିଁ। ଯିଏ ଅନ୍ୟ କୋଳରୁ ହସ ଛଡାଏ, ତା’ର କୋଳ ଶୂନ୍ୟ ହୁଏ, ଯିଏ ଦୀପ ଲିଭାଏ, ତା’ର ଗୃହ ଅନ୍ଧାର ହୁଏ, ସେ ରୋଗଶଯ୍ୟାରେ ତଡପି ଜଳ ପାଇଁ ଚିତ୍କାର କରେ, କେହି ଦିଏ ନାହିଁ। ତେଣୁ ପେଣ୍ଡିଂ ଫାଇଲର ପ୍ରତ୍ୟେକ ଭଗ୍ନ ଭଗିନୀକୁ କହୁଛି, କୋର୍ଟ ତାରିଖ ଦେଇପାରେ, କିନ୍ତୁ ଉପରବାଲା ସବୁ ଲେଖି ରଖିଛି, ଦୋଷୀଙ୍କୁ ଭଗବାନ୍‌ ଦଣ୍ଡ ଦେବେ, ଅବଶ୍ୟ ଦେବେ, ଅମୋଘ ଭାବେ ଦେବେ।
ଗୌରାଙ୍ଗପାଟଣା, ରମ୍ଭା, ଗଞ୍ଜାମ
ମୋ:୯୩୯୧୫୯୪୭୯୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?