Posted inଜାତୀୟ

ଦୁର୍ଘଟଣା ପାଇଁ ଭଗବାନ ଦାୟୀ, କୋର୍ଟରେ ଓରେଭା କମ୍ପାନୀର ଲଜ୍ଜା ଜନକ ବୟାନ…

ମୋରବି,୨।୧୧ : ଗୁଜରାଟରେ ମୋରବି ସ୍ଥିତ ଝୁଲାପୋଲ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏଥିରେ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତଦେହ ଖୋଜିବା ପାଇଁ ଅପରେଶନ ଜାରି ରହିଛି। ଏହି ଦୁର୍ଘଟଣା ପରେ ଅନେକ ଅଧିକାରୀଙ୍କ ଅବହେଳାକୁ ନେଇ ବହୁ ପ୍ରଶ୍ନ ଉଠିଛି, କିନ୍ତୁ ପୋଲ ମରାମତି ତଥା ରକ୍ଷଣାବେକ୍ଷଣ କରୁଥିବା ଓରେଭା କମ୍ପାନୀ ଏହି ଦୁର୍ଘଟଣାର ସମ୍ପୂର୍ଣ୍ଣ ଦୋଷ ଭଗବାନଙ୍କୁ ଦେଇଛି। କମ୍ପାନୀର ଲଜ୍ଜା ଜନକ ବୟାନ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଓରେଭା କମ୍ପାନୀର ମିଡିଆ ମ୍ୟାନେଜର ଦୀପକ ପାରେଖ ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି। ତାଙ୍କ ତରଫରୁ କୋର୍ଟରେ ଏକ ବିବୃତ୍ତି ଦିଆଯାଇଛି ଯେ ଭଗବାନଙ୍କ କୃପା ନଥିବାରୁ ଏଭଳି ଦୁର୍ଘଟଣା ଘଟିଛି।

ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ ୧୦ ଦିନିଆ ରିମାଣ୍ଡରେ ନେଇଛି। ଯେଉଁ ଚାରିଜଣ ଅଭିଯୁକ୍ତଙ୍କ ରିମାଣ୍ଡରେ ନିଆଯାଇଛି ସେମାନଙ୍କ ମଧ୍ୟରେ ମ୍ୟାନେଜର ଦୀପକ ପାରେଖ ଏବଂ ଦୀନେଶଭାଇ ମହାସୁଖରାଇ ଦାବେ, କଣ୍ଟ୍ରାକ୍ଟର ପ୍ରକାଶ ଲାଲଜୀଭାଇ ପରମାର ଏବଂ ଦେବଙ୍ଗଭାଇ ପ୍ରକାଶ ପରମାର ଅଛନ୍ତି। ଏହି ଚାରି ଅଭିଯୁକ୍ତଙ୍କ ଦୁର୍ଘଟଣା ପାଇଁ ଟିକେଟ କଲେକ୍ଟର ଏବଂ ସୁରକ୍ଷାକର୍ମୀଙ୍କୁ ଦାୟୀ କରିଛନ୍ତି। ସେ କହିଥିଲେ ଯେ ସେମାନେ ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସଫଳ ହୋଇଥିଲେ।

ଦୀପକ ଓରେଭା କମ୍ପାନୀକୁ ସୁରକ୍ଷା ଦେବାକୁ ଯାଇ କହିଛନ୍ତି ଯେ, ଏମଡି ଜୟସୁଖ ପଟେଲଙ୍କୁ ଜଣେ ଭଲ ଲୋକ। ୨୦୦୭ରେ, ପ୍ରକାଶଭାଇଙ୍କୁ ଏକ ସେତୁ କାମ ଦାୟିତ୍ୱ ଦିଆଯାଇଥିଲା। ସେ ବହୁତ ଭଲ କାମ କରିଥିଲେ। ତେଣୁ ତାଙ୍କୁ ପୁନର୍ବାର ଝୁଲାପୋଲ କାମ ଦିଆଯାଇଥିଲା। ପୂର୍ବରୁ ମଧ୍ୟ ଆମେ ମରାମତି କାର୍ଯ୍ୟ କରିଥିଲୁ, କିନ୍ତୁ ଏଥର ଭଗବାନଙ୍କ କୃପା ନଥିଲା।

ଦୁର୍ଘଟଣାର ଯାଞ୍ଚ ପାଇଁ ସରକାର ଏସଆଇଟି ଗଠନ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାର ନ୍ୟାୟିକ ତଦନ୍ତ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ନଭେମ୍ବର ୧୪ ରେ ଏହାର ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?