Posted inଜାତୀୟ

ଦୁର୍ଘଟଣା ପାଇଁ ଭଗବାନ ଦାୟୀ, କୋର୍ଟରେ ଓରେଭା କମ୍ପାନୀର ଲଜ୍ଜା ଜନକ ବୟାନ…

ମୋରବି,୨।୧୧ : ଗୁଜରାଟରେ ମୋରବି ସ୍ଥିତ ଝୁଲାପୋଲ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏଥିରେ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତଦେହ ଖୋଜିବା ପାଇଁ ଅପରେଶନ ଜାରି ରହିଛି। ଏହି ଦୁର୍ଘଟଣା ପରେ ଅନେକ ଅଧିକାରୀଙ୍କ ଅବହେଳାକୁ ନେଇ ବହୁ ପ୍ରଶ୍ନ ଉଠିଛି, କିନ୍ତୁ ପୋଲ ମରାମତି ତଥା ରକ୍ଷଣାବେକ୍ଷଣ କରୁଥିବା ଓରେଭା କମ୍ପାନୀ ଏହି ଦୁର୍ଘଟଣାର ସମ୍ପୂର୍ଣ୍ଣ ଦୋଷ ଭଗବାନଙ୍କୁ ଦେଇଛି। କମ୍ପାନୀର ଲଜ୍ଜା ଜନକ ବୟାନ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଓରେଭା କମ୍ପାନୀର ମିଡିଆ ମ୍ୟାନେଜର ଦୀପକ ପାରେଖ ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି। ତାଙ୍କ ତରଫରୁ କୋର୍ଟରେ ଏକ ବିବୃତ୍ତି ଦିଆଯାଇଛି ଯେ ଭଗବାନଙ୍କ କୃପା ନଥିବାରୁ ଏଭଳି ଦୁର୍ଘଟଣା ଘଟିଛି।

ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ ୧୦ ଦିନିଆ ରିମାଣ୍ଡରେ ନେଇଛି। ଯେଉଁ ଚାରିଜଣ ଅଭିଯୁକ୍ତଙ୍କ ରିମାଣ୍ଡରେ ନିଆଯାଇଛି ସେମାନଙ୍କ ମଧ୍ୟରେ ମ୍ୟାନେଜର ଦୀପକ ପାରେଖ ଏବଂ ଦୀନେଶଭାଇ ମହାସୁଖରାଇ ଦାବେ, କଣ୍ଟ୍ରାକ୍ଟର ପ୍ରକାଶ ଲାଲଜୀଭାଇ ପରମାର ଏବଂ ଦେବଙ୍ଗଭାଇ ପ୍ରକାଶ ପରମାର ଅଛନ୍ତି। ଏହି ଚାରି ଅଭିଯୁକ୍ତଙ୍କ ଦୁର୍ଘଟଣା ପାଇଁ ଟିକେଟ କଲେକ୍ଟର ଏବଂ ସୁରକ୍ଷାକର୍ମୀଙ୍କୁ ଦାୟୀ କରିଛନ୍ତି। ସେ କହିଥିଲେ ଯେ ସେମାନେ ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସଫଳ ହୋଇଥିଲେ।

ଦୀପକ ଓରେଭା କମ୍ପାନୀକୁ ସୁରକ୍ଷା ଦେବାକୁ ଯାଇ କହିଛନ୍ତି ଯେ, ଏମଡି ଜୟସୁଖ ପଟେଲଙ୍କୁ ଜଣେ ଭଲ ଲୋକ। ୨୦୦୭ରେ, ପ୍ରକାଶଭାଇଙ୍କୁ ଏକ ସେତୁ କାମ ଦାୟିତ୍ୱ ଦିଆଯାଇଥିଲା। ସେ ବହୁତ ଭଲ କାମ କରିଥିଲେ। ତେଣୁ ତାଙ୍କୁ ପୁନର୍ବାର ଝୁଲାପୋଲ କାମ ଦିଆଯାଇଥିଲା। ପୂର୍ବରୁ ମଧ୍ୟ ଆମେ ମରାମତି କାର୍ଯ୍ୟ କରିଥିଲୁ, କିନ୍ତୁ ଏଥର ଭଗବାନଙ୍କ କୃପା ନଥିଲା।

ଦୁର୍ଘଟଣାର ଯାଞ୍ଚ ପାଇଁ ସରକାର ଏସଆଇଟି ଗଠନ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାର ନ୍ୟାୟିକ ତଦନ୍ତ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ନଭେମ୍ବର ୧୪ ରେ ଏହାର ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri