ନନ୍ଦପୁର/ପାଡୁଆ,୨୮ା୪ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଭାଜପା କର୍ମୀଙ୍କ ପକ୍ଷରୁ ଜୋଲାପୁଟ ଜଳଭଣ୍ଡାରର ଜଳଘେରି ପରିବେଷ୍ଟିତ ପରଜାବଡ଼ପଡ଼ା ପଞ୍ଚାୟତ ସଦର ମହକୁମାରେ ଗାଁ ଚାଲ ଅଭିଯାନ ସୋମବାର ଅନୁଷ୍ଠିତ ହୋଇଛି। ପଞ୍ଚାୟତ ଭାଜପା ସଭାପତି ନନ୍ଦ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜିଲା ଏସ୍ଡିସି ଅଧ୍ୟକ୍ଷ ଭଗବାନ ମୁଦୁଲି, ଜାତୀୟ କାଉନସିଲ ସଦସ୍ୟ ଜୟରାମ ଭୋଇ, ପାଡୁଆ ମଣ୍ଡଳ ସମ୍ପାଦକ ଲାଛାନା ଖିଲ, ପୂର୍ବତନ ମଣ୍ଡଳ ସଭାପତି ସୁଦର୍ଶନ ପାଙ୍ଗୀ, ଆଦିବାସୀ ମୋର୍ଚ୍ଚା ସଦସ୍ୟ ନାଗେଶ ପୂଜାରୀ, ଦଶରଥ ପୂଜାରୀ, ଯୁବମୋର୍ଚ୍ଚା ସଦସ୍ୟ ବାସୁଦେବ ବାଙ୍ଗୁରୁ, ପ୍ରମୁଖ ଯୋଗଦେଇଥିଲେ। ଗ୍ରାମ ପରିକ୍ରମା କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ନେଇ ଲୋକଙ୍କୁ ଅବଗତ କରିଥିଲେ। ଗ୍ରାମବାସୀ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଏସ୍ଡିସି ଅଧ୍ୟକ୍ଷ ଓ ଭାଜପା କର୍ମୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହାର ସମାଧାନ ପାଇଁ ଜିଲା ଓ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ।

