ଖରାରେ ଯାଆନ୍ତୁ ବେଳାଭୂମି

ଖରାଦିନେ, ଯାହା ସବୁଠାରୁ ଆନନ୍ଦ ଓ ଶାନ୍ତି ଦେଇଥାଏ ତାହା ହେଉଛି ପାଣି। ତେଣୁ ଖରାଛୁଟିରେ ଅଧିକାଂଶ ଲୋକ ଏମିତି କୌଣସି ସ୍ଥାନକୁ ବୁଲିଯିବାକୁ ପସନ୍ଦ
କରିଥାନ୍ତି, ଯେଉଁଠାରେ ସ୍ବଚ୍ଛ ପରିବେଶ ସାଙ୍ଗକୁ ଶୀତଳ ପବନର ସ୍ପର୍ଶ ମିଳୁଥିବ। ତା’ସାଙ୍ଗକୁ ସି-ବିଚ୍‌ ବା ସମୁଦ୍ରତଟରେ ବୁଲିବାର ସୂଯୋଗ ବି ଥିବ। କାରଣ ସି-ବିଚ୍‌ର ଆକର୍ଷଣ ସବୁବେଳେ ନିଆରା ଲାଗିଥାଏ…

ସି-ବିଚ୍‌ ବା ସମୁଦ୍ରତଟରେ କିଛି ସମୟ ବୁଲିଆସିଲେ କାହିଁକି କେଜାଣି ମନ ପ୍ରଫୁଲ୍ଲିତ ହୋଇଯାଏ ଆଉ ଶରୀରକୁ ବେଶ୍‌ ତାଜା ଅନୁଭବ ହୁଏ। ସ୍ବଳ୍ପ ସମୟ ପାଇଁ ହେଉନା କାହିଁକି ଲାଗେ ସତେ ଯେମିତି ମନରେ କିଛି ବି ଚିନ୍ତା କି ଅବସୋସ ନାହିଁ।
ଖାସ୍‌ କରି ଏହାର ସୁନେଲି ବାଲିର ତଟରେ ବସି ସମୁଦ୍ରର ଲହଡ଼ି ସାଙ୍ଗକୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା ବେଶ୍‌ ଆକର୍ଷକ ଲାଗିଥାଏ॥ ତା’ସାଙ୍ଗକୁ ଆହୁରି ଆନନ୍ଦ ଦିଏ ସମୁଦ୍ରର ନୀଳ ଜଳରାଶିରେ ଟିକେ ଗାଧୋଇ ପଡ଼ିଲେ। ଖାସ୍‌ ସେଥିପାଇଁ ଏଥରର ଏହି ଆଲେଖ୍ୟରେ କେତୋଟି ଆକର୍ଷଣୀୟ ସି-ବିଚ୍‌ ସମ୍ପର୍କରେ ଉଲ୍ଲେଖ କରାଯାଉଛି …
ଅଗୋଣ୍ଡା ବିଚ୍‌: ଦକ୍ଷିଣ ଗୋଆରେ ଅବସ୍ଥିତ ଏକ ଛୋଟ ଗାଁ ହେଉଛି ଅଗୋଣ୍ଡା। ଏହି ଗାଁ ନିକଟରେ ରହିଛି ଅଗୋଣ୍ଡା ବିଚ୍‌, ଯାହା ନିଜର ସଫାସୁତୁରା ବେଳାଭୂମି ତଥା ଶାନ୍ତ, ସୁରକ୍ଷିତ ପରିବେଶ ପାଇଁ ବେଶ୍‌ ଲୋକପ୍ରିୟ। ଏଠାକାର ସମୁଦ୍ର ଜଳ ମଧ୍ୟ ବହୁତ ପରିଷ୍କାର। ଜନଗହଳିଠାରୁ ଦୂରରେ ଥିବା ଏହି ବେଳାଭୂମିରେ ପର୍ଯ୍ୟଟକ ନିରୋଳାରେ କିଛି ସମୟ ବିତାଇବା ସହ ସୁଇମିଂର ମଧ୍ୟ ମଜା ନେଇପାରିବେ। ତା’ସହିତ ଏଠାରେ ସି-ଫୁଡ୍‌ ବି ଖାଇପାରିବେ।
ପାଲୋଲେମ୍‌ ବିଚ୍‌: ଗୋଆର ଅନ୍ୟତମ ଆକର୍ଷଣୀୟ ବିଚ୍‌ ଭାବେ ଏହା ପରିଚିତ। ଏଠାକାର ପ୍ରଶସ୍ତ ଧଳାବାଲିର ବେଳାଭୂମି ତଥା ଶାନ୍ତ ଜଳରାଶି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଖାସ୍‌କରି ଏହି ବେଳାଭୂମିରେ ରାତ୍ରି ସମୟରେ ଅନେକ ପାର୍ଟି ଫଙ୍କ୍‌ସନ୍‌ର ଆୟୋଜନ କରାଯାଇଥାଏ; କିନ୍ତୁ ସେଥିରେ ଆଦୌ କୋଳାହଳ ନ ଥାଏ। କାରଣ ଏଠାକାର ଶାନ୍ତ ବାତାବରଣକୁ ବ୍ୟାଘାତ କରିବାକୁ କେହି ଚାହାନ୍ତି ନାହିଁ। ସେଥିପାଇଁ ସେମାନେ କାନରେ ହେଡ୍‌ଫୋନ୍‌ ଲଗାଇ ପାର୍ଟିକୁ ଉପଭୋଗ କରିଥାନ୍ତି। ତେଣୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବି ଏହି ନିୟମ ମାନିବାକୁ ହୋଇଥାଏ। ସେହିପରି ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ବେଳାଭୂମି ନିକଟରେ ଛୋଟବଡ଼ ଅନେକ ରିସୋର୍ଟର ସୁବିଧା ମଧ୍ୟ ରହିଛି।
ଅଲାପ୍ପୁଝା ବିଚ୍‌: ଅଲାପ୍ପୁଝା ହେଉଛି କେରଳର ଏକ ସୁନ୍ଦର ସହର। ଏହା ଅଲ୍ଲେପ୍ପୀ ନାମରେ ବି ପରିଚିତ। ଏଠାରେ ରହିଛି ଅଲାପ୍ପୁଝା ନାମକ ଏକ ଲୋକପ୍ରିୟ ସମୁଦ୍ରତଟ। ଶାନ୍ତ, ସ୍ବଚ୍ଛ ତଥା ଅପୂର୍ବ ଆକର୍ଷଣରେ ଭରା ଏହି ସମୁଦ୍ରତଟରେ ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା ବେଶ୍‌ ମନୋମୁଗ୍ଧକର ହୋଇଥାଏ। ତା’ଛଡ଼ା ଏହି ସମୁଦ୍ରକୂଳର ଧାରେ ଧାରେ ଲଗାଯାଇଥିବା ଖଜୁରି ଗଛ ଏଠାକାର ପରିବେଶକୁ ଆହୁରି ଆକର୍ଷଣୀୟ କରି ଦେଇଥାଏ। ତେବେ ଅଲାପ୍ପୁଝାର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାକାର ବ୍ୟାକ୍‌ଓ୍ବାଟର୍‌ରେ ହାଉସ୍‌ବୋଟ୍‌ ଚଳାଇ ଅପୂର୍ବ ଆନନ୍ଦ ଉପଭୋଗ କରିବା।
ପଦୁବିଦ୍ରି ବିଚ୍‌: କର୍ନାଟକର ଉଡୁପିସ୍ଥିତ ଏକ ଛୋଟ ସହର ହେଉଛି ପଦୁବିଦ୍ରି। ଏଠାରେ ରହିଛି ଏକାଧିକ ବିଚ୍‌ କିନ୍ତୁ ତନ୍ମଧ୍ୟରୁ ପଦୁବିଦ୍ରି ବିଚ୍‌ର ଆକର୍ଷଣ ସବୁଠୁ ନିଆରା। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହି ବିଚ୍‌ରେ ସମସ୍ତ ସୁବିଧା ଉପଲବ୍ଧ। ଏଠାକାର ଶାନ୍ତ ବାତାବରଣ ତଥା ସ୍ବଚ୍ଛ ପରିବେଶରେ କିଛି ସମୟ ବିତାଇବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକଙ୍କର ଭିଡ଼ ଲାଗିଥାଏ।
ରାଧାନଗର ବିଚ୍‌: ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ହାଭ୍‌ଲକ୍‌ ଦ୍ୱୀପ ନିକଟରେ ଥିବା ରାଧାନଗର ବିଚ୍‌କୁ ଦୁନିଆର ଅନ୍ୟତମ ଆକର୍ଷଣୀୟ ବିଚ୍‌ ଭାବେ ବିବେଚନା କରାଯାଇଥାଏ। ଏହି ଆଶ୍ଚର୍ଯ୍ୟକର ସମୁଦ୍ରତଟ ନିଜର ଶାନ୍ତ ବାତାବରଣ ତଥା ରୋମାଞ୍ଚକ ଗତିବିଧି ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ଏଠାକାର ଧଳାରଙ୍ଗର ବେଳାଭୂମିର ଗୋଟିଏ ପାର୍ଶ୍ୱରେ ନୀଳ ଜଳରାଶି ଓ ଅନ୍ୟପାର୍ଶ୍ୱରେ ଜଙ୍ଗଲର ଅପୂର୍ବ ଦୃଶ୍ୟ କାହାକୁ ବି ଆକର୍ଷିତ କରିବା ପାଇଁ ଯଥେଷ୍ଟ। ତା’ଛଡ଼ା ଏହି ବିଚ୍‌ର ଲହଡ଼ି ବହୁତ ଉଚ୍ଚକୁ ଉଠେନାହିଁ; ଫଳରେ ଆଗନ୍ତୁକ ଏଠାରେ ବେଶ୍‌ ମଉଜରେ ଗାଧୋଇବାର ମଜା ନେଇଥାନ୍ତି।
କେବଳ ଏତିକି ନୁହେଁ, ଭାରତରେ ଆହୁରି ଅନେକ ଏମିତି ବିଚ୍‌ ରହିଛି, ଯାହାର ସ୍ବଚ୍ଛ, ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ କିଛିଟା ନିଆରା ଅନୁଭୂତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri