ଖରାରେ ଯାଆନ୍ତୁ ବେଳାଭୂମି

ଖରାଦିନେ, ଯାହା ସବୁଠାରୁ ଆନନ୍ଦ ଓ ଶାନ୍ତି ଦେଇଥାଏ ତାହା ହେଉଛି ପାଣି। ତେଣୁ ଖରାଛୁଟିରେ ଅଧିକାଂଶ ଲୋକ ଏମିତି କୌଣସି ସ୍ଥାନକୁ ବୁଲିଯିବାକୁ ପସନ୍ଦ
କରିଥାନ୍ତି, ଯେଉଁଠାରେ ସ୍ବଚ୍ଛ ପରିବେଶ ସାଙ୍ଗକୁ ଶୀତଳ ପବନର ସ୍ପର୍ଶ ମିଳୁଥିବ। ତା’ସାଙ୍ଗକୁ ସି-ବିଚ୍‌ ବା ସମୁଦ୍ରତଟରେ ବୁଲିବାର ସୂଯୋଗ ବି ଥିବ। କାରଣ ସି-ବିଚ୍‌ର ଆକର୍ଷଣ ସବୁବେଳେ ନିଆରା ଲାଗିଥାଏ…

ସି-ବିଚ୍‌ ବା ସମୁଦ୍ରତଟରେ କିଛି ସମୟ ବୁଲିଆସିଲେ କାହିଁକି କେଜାଣି ମନ ପ୍ରଫୁଲ୍ଲିତ ହୋଇଯାଏ ଆଉ ଶରୀରକୁ ବେଶ୍‌ ତାଜା ଅନୁଭବ ହୁଏ। ସ୍ବଳ୍ପ ସମୟ ପାଇଁ ହେଉନା କାହିଁକି ଲାଗେ ସତେ ଯେମିତି ମନରେ କିଛି ବି ଚିନ୍ତା କି ଅବସୋସ ନାହିଁ।
ଖାସ୍‌ କରି ଏହାର ସୁନେଲି ବାଲିର ତଟରେ ବସି ସମୁଦ୍ରର ଲହଡ଼ି ସାଙ୍ଗକୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା ବେଶ୍‌ ଆକର୍ଷକ ଲାଗିଥାଏ॥ ତା’ସାଙ୍ଗକୁ ଆହୁରି ଆନନ୍ଦ ଦିଏ ସମୁଦ୍ରର ନୀଳ ଜଳରାଶିରେ ଟିକେ ଗାଧୋଇ ପଡ଼ିଲେ। ଖାସ୍‌ ସେଥିପାଇଁ ଏଥରର ଏହି ଆଲେଖ୍ୟରେ କେତୋଟି ଆକର୍ଷଣୀୟ ସି-ବିଚ୍‌ ସମ୍ପର୍କରେ ଉଲ୍ଲେଖ କରାଯାଉଛି …
ଅଗୋଣ୍ଡା ବିଚ୍‌: ଦକ୍ଷିଣ ଗୋଆରେ ଅବସ୍ଥିତ ଏକ ଛୋଟ ଗାଁ ହେଉଛି ଅଗୋଣ୍ଡା। ଏହି ଗାଁ ନିକଟରେ ରହିଛି ଅଗୋଣ୍ଡା ବିଚ୍‌, ଯାହା ନିଜର ସଫାସୁତୁରା ବେଳାଭୂମି ତଥା ଶାନ୍ତ, ସୁରକ୍ଷିତ ପରିବେଶ ପାଇଁ ବେଶ୍‌ ଲୋକପ୍ରିୟ। ଏଠାକାର ସମୁଦ୍ର ଜଳ ମଧ୍ୟ ବହୁତ ପରିଷ୍କାର। ଜନଗହଳିଠାରୁ ଦୂରରେ ଥିବା ଏହି ବେଳାଭୂମିରେ ପର୍ଯ୍ୟଟକ ନିରୋଳାରେ କିଛି ସମୟ ବିତାଇବା ସହ ସୁଇମିଂର ମଧ୍ୟ ମଜା ନେଇପାରିବେ। ତା’ସହିତ ଏଠାରେ ସି-ଫୁଡ୍‌ ବି ଖାଇପାରିବେ।
ପାଲୋଲେମ୍‌ ବିଚ୍‌: ଗୋଆର ଅନ୍ୟତମ ଆକର୍ଷଣୀୟ ବିଚ୍‌ ଭାବେ ଏହା ପରିଚିତ। ଏଠାକାର ପ୍ରଶସ୍ତ ଧଳାବାଲିର ବେଳାଭୂମି ତଥା ଶାନ୍ତ ଜଳରାଶି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଖାସ୍‌କରି ଏହି ବେଳାଭୂମିରେ ରାତ୍ରି ସମୟରେ ଅନେକ ପାର୍ଟି ଫଙ୍କ୍‌ସନ୍‌ର ଆୟୋଜନ କରାଯାଇଥାଏ; କିନ୍ତୁ ସେଥିରେ ଆଦୌ କୋଳାହଳ ନ ଥାଏ। କାରଣ ଏଠାକାର ଶାନ୍ତ ବାତାବରଣକୁ ବ୍ୟାଘାତ କରିବାକୁ କେହି ଚାହାନ୍ତି ନାହିଁ। ସେଥିପାଇଁ ସେମାନେ କାନରେ ହେଡ୍‌ଫୋନ୍‌ ଲଗାଇ ପାର୍ଟିକୁ ଉପଭୋଗ କରିଥାନ୍ତି। ତେଣୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବି ଏହି ନିୟମ ମାନିବାକୁ ହୋଇଥାଏ। ସେହିପରି ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ବେଳାଭୂମି ନିକଟରେ ଛୋଟବଡ଼ ଅନେକ ରିସୋର୍ଟର ସୁବିଧା ମଧ୍ୟ ରହିଛି।
ଅଲାପ୍ପୁଝା ବିଚ୍‌: ଅଲାପ୍ପୁଝା ହେଉଛି କେରଳର ଏକ ସୁନ୍ଦର ସହର। ଏହା ଅଲ୍ଲେପ୍ପୀ ନାମରେ ବି ପରିଚିତ। ଏଠାରେ ରହିଛି ଅଲାପ୍ପୁଝା ନାମକ ଏକ ଲୋକପ୍ରିୟ ସମୁଦ୍ରତଟ। ଶାନ୍ତ, ସ୍ବଚ୍ଛ ତଥା ଅପୂର୍ବ ଆକର୍ଷଣରେ ଭରା ଏହି ସମୁଦ୍ରତଟରେ ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା ବେଶ୍‌ ମନୋମୁଗ୍ଧକର ହୋଇଥାଏ। ତା’ଛଡ଼ା ଏହି ସମୁଦ୍ରକୂଳର ଧାରେ ଧାରେ ଲଗାଯାଇଥିବା ଖଜୁରି ଗଛ ଏଠାକାର ପରିବେଶକୁ ଆହୁରି ଆକର୍ଷଣୀୟ କରି ଦେଇଥାଏ। ତେବେ ଅଲାପ୍ପୁଝାର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାକାର ବ୍ୟାକ୍‌ଓ୍ବାଟର୍‌ରେ ହାଉସ୍‌ବୋଟ୍‌ ଚଳାଇ ଅପୂର୍ବ ଆନନ୍ଦ ଉପଭୋଗ କରିବା।
ପଦୁବିଦ୍ରି ବିଚ୍‌: କର୍ନାଟକର ଉଡୁପିସ୍ଥିତ ଏକ ଛୋଟ ସହର ହେଉଛି ପଦୁବିଦ୍ରି। ଏଠାରେ ରହିଛି ଏକାଧିକ ବିଚ୍‌ କିନ୍ତୁ ତନ୍ମଧ୍ୟରୁ ପଦୁବିଦ୍ରି ବିଚ୍‌ର ଆକର୍ଷଣ ସବୁଠୁ ନିଆରା। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହି ବିଚ୍‌ରେ ସମସ୍ତ ସୁବିଧା ଉପଲବ୍ଧ। ଏଠାକାର ଶାନ୍ତ ବାତାବରଣ ତଥା ସ୍ବଚ୍ଛ ପରିବେଶରେ କିଛି ସମୟ ବିତାଇବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକଙ୍କର ଭିଡ଼ ଲାଗିଥାଏ।
ରାଧାନଗର ବିଚ୍‌: ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ହାଭ୍‌ଲକ୍‌ ଦ୍ୱୀପ ନିକଟରେ ଥିବା ରାଧାନଗର ବିଚ୍‌କୁ ଦୁନିଆର ଅନ୍ୟତମ ଆକର୍ଷଣୀୟ ବିଚ୍‌ ଭାବେ ବିବେଚନା କରାଯାଇଥାଏ। ଏହି ଆଶ୍ଚର୍ଯ୍ୟକର ସମୁଦ୍ରତଟ ନିଜର ଶାନ୍ତ ବାତାବରଣ ତଥା ରୋମାଞ୍ଚକ ଗତିବିଧି ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ଏଠାକାର ଧଳାରଙ୍ଗର ବେଳାଭୂମିର ଗୋଟିଏ ପାର୍ଶ୍ୱରେ ନୀଳ ଜଳରାଶି ଓ ଅନ୍ୟପାର୍ଶ୍ୱରେ ଜଙ୍ଗଲର ଅପୂର୍ବ ଦୃଶ୍ୟ କାହାକୁ ବି ଆକର୍ଷିତ କରିବା ପାଇଁ ଯଥେଷ୍ଟ। ତା’ଛଡ଼ା ଏହି ବିଚ୍‌ର ଲହଡ଼ି ବହୁତ ଉଚ୍ଚକୁ ଉଠେନାହିଁ; ଫଳରେ ଆଗନ୍ତୁକ ଏଠାରେ ବେଶ୍‌ ମଉଜରେ ଗାଧୋଇବାର ମଜା ନେଇଥାନ୍ତି।
କେବଳ ଏତିକି ନୁହେଁ, ଭାରତରେ ଆହୁରି ଅନେକ ଏମିତି ବିଚ୍‌ ରହିଛି, ଯାହାର ସ୍ବଚ୍ଛ, ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ କିଛିଟା ନିଆରା ଅନୁଭୂତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri