ବିଶ୍ୱସ୍ତରୀୟ ହେଉଛି ଏସ୍‌ସିବି: ମୁଖ୍ୟମନ୍ତ୍ରୀ

କଟକ ଅଫିସ,୨୭।୧୧: ରାଜ୍ୟର ସ୍ବାସ୍ଥ୍ୟସେବାକୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସୁଦୃଢ଼ କରାଯାଇଛି। ଏଥିପାଇଁ ରାଜ୍ୟରେ ଆରମ୍ଭ କରାଯାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ସାମିଲ କରାଯାଉଛି। ଏଥିସହ ମୋର ସ୍ବପ୍ନ ଯେ, କୌଣସି ବ୍ୟକ୍ତି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେପରି ଅନ୍ୟ ରାଜ୍ୟକୁ ଯିବାକୁ ନ ପଡ଼େ, ସେଥିଲାଗି କଟକରେ ଥିବା ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ(ଏସ୍‌ସିବି) ମହାବିଦ୍ୟାଳୟରେ ଆୟୋଜିତ ଏକ କନକ୍ଲେଭରେ ଯୋଗଦେଇ କହିଛନ୍ତି।
ବର୍ଷର ଗୌରବମୟ ଗାଥାକୁ ସ୍ମରଣ କରି କଟକ ବଡ଼ ମେଡିକାଲ କଲେଜ ତାହାର ପ୍ଲାଟିନମ ଜୁବିଲି ପାଳନ କରୁଛି। ଏହି ଅବସରରେ ଶୁକ୍ରବାର କଲେଜ ପକ୍ଷରୁ ଏକ ଗ୍ଲୋବାଲ କନକ୍ଲେଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଡ଼ିତ ହୋଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଏସ୍‌ସିବି ମେଡିକାଲ କଲେଜର ପ୍ରତିଷ୍ଠାତା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କଲେଜର ଗୌରବ ଗାଥା ଦୋହରାଇଥିଲେ। ସେ କହିଥିଲେ, ଏସ୍‌ସିବିର ଛାତ୍ରୀଛାତ୍ର ଏବେ ସାରା ବିଶ୍ୱର ବିଭିନ୍ନ ମେଡିକାଲରେ ସେବା ଯୋଗାଇ ଏସ୍‌ସିବିକୁ ଗୌରବାନ୍ବିତ କରିଛନ୍ତି। ଏସ୍‌ସିବି ଆଲୁମନି ସାରା ବିଶ୍ୱରେ ନିଜର ନିଃସ୍ବାର୍ଥପର ସେବା ଯୋଗାଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏସ୍‌ସିବି ଡାକ୍ତରଗଣ ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଆସୁଛନ୍ତି। ସେଥିପାଇଁ ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଆମର ପ୍ରଚେଷ୍ଟା ଜାରି ରହିଛି। ମେଡିକାଲ କେୟାରରେ ଏସ୍‌ସିବି ଯେପରି ଦେଶରେ ଏକ ନମ୍ବର ହୋଇପାରିବ ସେଥିପ୍ରତି ଆମେ ପ୍ରୟାସ ଜାରି ରଖିବା।
ଆହୁରି କହିଥିଲେ, ରାଜ୍ୟରେ ୫୦ ବର୍ଷ ପୂର୍ବରୁ ମାତ୍ର ୩ଟି ମେଡିକାଲ କଲେଜ ଥିବାବେଳେ ଏବେ ୮ଟି ରହିଛି। ଯାହା ସରକାରଙ୍କ ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବାରେ କେତେ ପ୍ରୟାସ ରହିଛି ତାହା ସୂଚାଉଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏସ୍‌ସିବିର ଏକ ମେମେଣ୍ଟୋକୁ ଉଦ୍‌ଘାଟନ କରିବା ସହ ଏସ୍‌ସିବିର ସୋଭେନିରକୁ ଉନ୍ମୋଚନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ.ପାଣ୍ଡିଆନ ମଧ୍ୟ ଭର୍ଚୁଆଲରେ ଉପସ୍ଥିତ ଥିଲେ। ଉତ୍ସବରେ ଅନ୍ୟ ଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ କହିଥିଲେ, ରାଜ୍ୟରେ ଜଣେ ବି ଯେପରି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନ ହେବେ, ଏହା ଆମର ପ୍ରୟାସ। ତେବେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ଡା. ପ୍ରଫେସର ନିର୍ମଳ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଚୈଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ମନ୍ତ୍ରୀ ପ୍ରତାପ ଜେନା ଓ ପ୍ରିନ୍‌ସିପାଲ ସେକ୍ରେଟାରି ଅଶୋକ ମିଶ୍ରା ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?