Posted inଜାତୀୟ

‘ଅନୁମତି ଦିଅ ନ ହେଲେ ଚାଷୀଙ୍କୁ ଜେଲ୍‌ ପଠାଅ’

ନୂଆଦିଲ୍ଲୀ,୨୬।୬: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଶନିବାର ୭ ମାସ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଚାଷୀ ବିଭିନ୍ନ ରାଜ୍ୟର ରାଜଭବନ ଘେରାଉ କରିବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ଉଦ୍ୟମ କରିଥିଲେ। ଦିଲ୍ଲୀରେ ୟୁଧବୀର ସିଂଙ୍କ ନେତୃତ୍ୱରେ ଚାଷୀମାନେ ଉପରାଜ୍ୟପାଳ(ଏଲ୍‌ଜି) ଅନିଲ ବୈଜଲଙ୍କୁ ସାକ୍ଷାତ୍‌ କରିବାକୁ ଚାହିଁଥିଲେ ହେଁ ଅନୁମତି ଦିଆଯାଇ ନ ଥିଲା। ଚାଷୀମାନଙ୍କୁ ଉପରାଜ୍ୟପାଳଙ୍କୁ ଭେଟିବା ପାଇଁ ଅନୁମତି ଦିଅ, ନଚେତ୍‌ ତିହାର ଜେଲ୍‌ ପଠାଅ ବୋଲି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ୍‌ ଆହ୍ବାନ ଦେଇଛନ୍ତି। ଏହାପରେ ଟିକାଏତ୍‌ ଗାଜିପୁର ସୀମାରେ ଏକ ସଭା କରିଥିଲେ।

ପଞ୍ଜାବ, ହରିୟାଣା ଚାଷୀ ରାଜଭବନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା ବାହାର କରିଥିଲେ। ସେମାନେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଥାନ୍ତେ। ଚଣ୍ଡିଗଡ଼-ମୋହାଲି ସୀମାରେ ଚାଷୀମାନେ ବାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିବାକୁ ଉଦ୍ୟମ କଲା ବେଳେ ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ପାଣି ମାଡ଼ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୭୦ ଉଚ୍ଛେଦକୁ ହୁଡାଙ୍କ ସମର୍ଥନ

ରୋହତକ୍‌,୧୯ା୮(ଆଇଏଏନ୍‌ଏସ୍‌): ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ଏହାକୁ ନେଇ କଂଗ୍ରେସରେ ଭିନ୍ନମତ ପ୍ରକାଶ ପାଇବାରେ ଲାଗିଛି। ଦଳର ବରିଷ୍ଠ ନେତା ତଥା ହରିୟାଣାର ପୂର୍ବତନ...

ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିବୁ: ଭାରତୀୟ ରାଷ୍ଟ୍ରଦୂତ

ଗାନ୍ଧିନଗର,୧୭।୮: ତାଲିବାନ ସଙ୍କଟ ମଧ୍ୟରେ କାବୁଲରୁ ଭାରତରେ ପହଞ୍ଚିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ। ମଙ୍ଗଳବାର ଗୁଜୁରାଟର ଜାମନଗରରେ କାବୁଲରୁ ବାୟୁସେନା ସି-୧୭ ଗ୍ଲୋବାମାଷ୍ଟର ବିମାନରେ...

ବୋଲେରୋ ଉପରେ ଚଢିଗଲା ଟ୍ରକ

ବାଲିଆ,୨୫।୧୨-ଉତ୍ତରପ୍ରଦେଶର ବାଲିଆ ଜିଲା ସାହାଟୱାର ପୋଲିସ ଷ୍ଟେସନ ନିକଟ ବାଶଂଡିହ-ରେବତୀ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ...

ମହାରାଷ୍ଟ୍ରରେ ଗଡ଼ିବ ବୁଲେଟ୍‌ ଟ୍ରେନ୍‌

ମୁମ୍ବାଇ,୧୪ା୭: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ମହାରାଷ୍ଟ୍ର ସରକାର ସମସ୍ତ ଅନୁମୋଦନ ଦେଇଛନ୍ତି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ଏହି ସୂଚନା...

ମେ ୩୧ ପରେ ବଢ଼ିପାରେ ଲକ୍‌ଡାଉନ ଅବଧି: ୧୧ଟି ସହର ଉପରେ ରହିବ ଫୋକସ୍‌

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। କରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍‌ଡାଉନ ୪.୦ ଜାରି ରହିଛି।...

୨୦୨୨ରେ ଦୁଇଟି ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ ଭାରତ…

ନୂଆଦିଲ୍ଲୀ,୨୦।୧୧: ଭାରତ ୨୦୨୨ରେ ଦୁଇଟି ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ। ରୁଷିଆର ଏହି ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଭାରତୀୟ ସେନାଙ୍କ ଶକ୍ତି ବୃଦ୍ଧି...

ଯେଉଁଠି ବିବାହ ପୂର୍ବରୁ ବରକୁ ମାରିବାକୁ ପଡ଼େ ଘୁଷୁରି…

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା।...

ସେଣ୍ଟ୍‌ ଷ୍ଟିଫେନ୍ସ୍‌ କଲେଜର ୧୩ ଶିକ୍ଷାର୍ଥୀ, ୨ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୩।୪: ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ୍‌ ଷ୍ଟିଫେନ୍ସ୍‌ କଲେଜରେ କରୋନା ସଂକ୍ରମଣ ପହଞ୍ଚିଛି। କଲେଜର ୧୩ ଶିକ୍ଷାର୍ଥୀ ଏବଂ ୨ ଜଣ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା...

Advertisement
Archives

Model This Week