Advertisement
Posted inଜାତୀୟ

ଗୋଟିଏ ଦିନ ପାଇଁ ସିବିଆଇ-ଇଡିକୁ ମୋତେ ଦିଅ, ଅଧା ଭାଜପା ନେତା ଜେଲ୍‌କୁ ଯିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ଭାଜପା ଏବଂ ଆମ୍‌ ଆଦମୀ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଏହି କ୍ରମରେ ଶୁକ୍ରବାର ଆମ ଆଦ୍‌ମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ସିବିଆଇ-ଇଡି ମୋତେ ଗୋଟିଏ ଦିନ ପାଇଁ ଦିଅ, ଅଧା ଭାଜପା ନେତା ଜେଲକୁ ଯିବେ। ଗତ ୫ ବର୍ଷରେ ଆମେ ଏମସିଡିକୁ ୧ ଲକ୍ଷ କୋଟି ଟଙ୍କା ଦେଇଛୁ, କିନ୍ତୁ ଭାଜପା ଲୋକମାନେ ସମସ୍ତ ଟଙ୍କା ଖାଇଛନ୍ତି। ଏହା ଏକ ଦୁର୍ନୀତିଖୋର ଦଳ।
ସତ୍ୟେନ୍ଦ୍ର ଜୈନାଙ୍କ ସହ ଜଡିତ ପ୍ରଶ୍ନ ଉପରେ କେଜ୍‌ରିୱାଲ କହିଛନ୍ତି, ସିବିଆଇ-ଇଡି ମୋତେ ଗୋଟିଏ ଦିନ ହସ୍ତାନ୍ତର କର, ଭାଜପାର ଅର୍ଦ୍ଧେକ ଜେଲରେ ରହିବେ। ସେମାନଙ୍କ ହାତରେ ଅନୁସନ୍ଧାନକାରୀ ସଂସ୍ଥା ଅଛି। ଆମ ବିରୋଧରେ ଅନେକ ମାମଲା ଦାୟର କରାଯାଇଛି ତଥାପି କିଛି ପ୍ରମାଣ ମିଳିନାହିଁ। ଭାଜପା ସତ୍ୟେନ୍ଦ୍ର ଏବଂ ମନୀଷ ସିସୋଡିଆଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଛି। ମନୀଷ ଅବକାରୀ ଦୁର୍ନୀତି କରି ୧୦ କୋଟି ଟଙ୍କା ଖାଇଗଲେ। ଏତେ ସନ୍ଧାନ ପରେ ବି ପରେ କିଛି ମିଳିଲା ନାହିଁ, ୧୦ କୋଟି ଟଙ୍କା କୁଆଡେ ଗଲା ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଏମସିଡି ନିର୍ବାଚନ ଜିତିବା ପାଇଁ ପ୍ରତ୍ୟେକ ଦଳ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଗତ ୧୫ ବର୍ଷ ଧରି ଏମସିଡିରେ ଭାଜପା କ୍ଷମତାରେ ଅଛି ଏବଂ ଏଥର ଫେରିବା ପାଇଁ ସଂଘର୍ଷ କରୁଛି। ଆମ ଆଦମୀ ପାର୍ଟି ଭାଜପାକୁ କଡ଼ା ଟକ୍କର ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଲିଣ୍ଡର ଫାଟି ୪ ମୃତ, ୫ ଆହତ

ଗାଜିଆବାଦ,୫।୧୦: ଉତ୍ତରପ୍ରଦେଶ ଗାଜିଆବାଦରେ ବୁଧବାର ଏକ ବଡ଼ ଅଘଟଣ ଘଟିଛି। ଏଠାରେ ସିଲିଣ୍ଡର ଫାଟିବାରୁ ଏକ ଘର ଭୁଷୁଡିପଡ଼ିଛି। ଏହି ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା...

ଭାରତର ଆତ୍ମାକୁ ବିଜୟୀ କରାଇଛନ୍ତି ଦିଲ୍ଲୀବାସୀ: କେଜରିଓ୍ବାଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ଏକ୍‌ଜିଟ୍‌ ପୋଲ୍‌ ଅନୁମାନ ସତ୍ୟରେ ପରିଣତ ହୋଇଛି। ଦିଲ୍ଲୀବାସୀ ପୁଣିଥରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପ୍ରତି ନିଜର ସମର୍ଥନ...

ମେ’ ୩ ପର୍ଯ୍ୟନ୍ତ ଗଡିବନି ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୪।୪: କରୋନା ଭାଇରସର ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ମଙ୍ଗଳବାର ଶେଷ ହୋଇଛି। ହେଲେ ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣ...

ସମାଜକୁ ପ୍ରଭାବିତ କରିପାରେ ଫେସ୍‌ବୁକ୍‌

ନୂଆଦିଲ୍ଲୀ, ୯ା୭:ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଦେଶ ଓ ବାହାର ଲୋକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି। ୟୁଜର୍ସଙ୍କ ପୋଷ୍ଟ ସମାଜରେ ଧ୍ରୁବୀକରଣ ଆଣିପାରେ...

ରାଷ୍ଟ୍ରପତି ଭବନର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୧୨୫ ପରିବାର

ନୂଆଦିଲ୍ଲୀ,୨୧।୪: ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ମଧ୍ୟରୁ ଗୋଟିଏ ରାଷ୍ଟ୍ରପତି ଭବନ। ସାରା ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ରୁ ରାଷ୍ଟ୍ରପତି ଭବନ ମଧ୍ୟ ବର୍ତ୍ତିପାରିନାହିଁ।...

ବରଙ୍କୁ ବେଦୀରେ ଛାଡ଼ି କାଉନସେଲିଂକୁ ଗଲେ କନ୍ୟା, ଆଉ ତା’ ପରେ…

ଲକ୍ଷ୍ନୌ,୪ା୧୨: ବିବାହ ପାଇଁ ବେଦୀରେ ବସିଥିଲେ ବରକନ୍ୟା। ସକାଳ ୫ଟାରେ ବର କନ୍ୟାଙ୍କ ମୁଣ୍ଡରେ ସିନ୍ଦୁର ଦେବା ପରେ ବେଦୀ ଉପରୁ ଚାକିରି ପାଇଁ କାଉନସେଲିଂକୁ...

ପୁଣେରେ ସଂକ୍ରମିତ ଦମ୍ପତି ହେଲେ ସୁସ୍ଥ

ମୁମ୍ବାଇ,୨୬ା୩: ବିଶ୍ୱବ୍ୟାପୀ କରୋନା ପ୍ରଭାବରେ ଲୋକେ ଆତଙ୍କିତ ଥିବାବେଳେ ଗୁଡ଼ି ପଡ଼ଓ୍ବାରେ ମହାରାଷ୍ଟ୍ରକୁ ଏକ ଖୁସି ଖବର ମିଳିଛି। ମହାରାଷ୍ଟ୍ରର ପୁଣେରେ ପ୍ରଥମ କରୋନା ସଂକ୍ରମିତ...

ନିରାଶ କରିଛି ଭାରତ:ୟୁକ୍ରେନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨୫ା୨:ୟୁକ୍ରେନ ସଙ୍କଟରେ ହସ୍ତକ୍ଷେପ କରି ଶାନ୍ତି ସ୍ଥାପନ ନିମନ୍ତେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଆଇଗୋର...

Advertisement
Archives

Model This Week