ଜିଲାରେ ୩ ବର୍ଷ ପୂରଣ କରିଥିବା ଅଧିକାରୀଙ୍କ ତଥ୍ୟ ଦିଅ

ଭୁବନେଶ୍ବର, ୨୯ା୫(ବ୍ୟୁରୋ): ଗୋଟିଏ ଜିଲାରେ ୩ ବର୍ଷ ଚାକିରିରେ ଥିବା ଅଧିକାରୀମାନଙ୍କୁ ଏବେ ବଦଳି କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏନେଇ ଗତ ୨୫ ତାରିଖରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଟି. ମାଝୀ ସବୁ ଜିଲାପାଳଙ୍କୁ ଏକ ଚିଠି କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗତ ୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଥିଲେ। ୨୦୨୪ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଲାଗି ବଦଳି ଏବଂ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବା ଆବଶ୍ୟକ। ୨୯ ତାରିଖ ପୂର୍ବରୁ ଜିଲାରେ ଗତ ୪ ବର୍ଷ ଭିତରେ ଯେଉଁ ଓଏଏସ୍‌, ଓଆର୍‌ଏସ ଏବଂ ଗ୍ରୁପ୍‌-ବି’ର ଅଧିକାରୀମାନଙ୍କ କାର୍ଯ୍ୟକାଳ ୩ ବର୍ଷ ପୂରଣ ହୋଇସାରିଛି ସେମାନଙ୍କ ତାଲିକା କରି ପ୍ରଦାନ କର। ଏହାସହ ଯେଉଁମାନେ ସେମାନଙ୍କ ନିଜ ଜିଲାରେ ୩ ବର୍ଷ କାମ କଲେଣି ସେମାନଙ୍କ ତାଲିକା ମଧ୍ୟ ଦେବାକୁ କହିଛନ୍ତି। ଏପରିକି ଆସନ୍ତା ନିର୍ବାଚନର ୫ ମାସ ପୂର୍ବରୁ ମଧ୍ୟ ଯେଉଁମାନେ ଗୋଟିଏ ସ୍ଥାନରେ ୩ ବର୍ଷ କାମ କରିଥିବେ ସେମାନଙ୍କ ତାଲିକା ମଧ୍ୟ ଦେବାକୁ କୁହାଯାଇଛି। ଏହାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭଲ ଭାବେ ନିୟମାନୁଯାୟୀ କାର୍ଯ୍ୟକାରୀ କରିବେ। ଆସନ୍ତା ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଲାଗି ଅଫିସରଙ୍କ ବଦଳି, ନିଯୁକ୍ତି ସହ ଜିଲାରେ ଜିଲା ନିର୍ବାଚନ ଅଧିକାରୀ(ଡିଇଓ) ଏବଂ ରିଟର୍ନିଂ ଅଫିସରଙ୍କ ଉପସ୍ଥିତି ସୁଦୃଢ଼ କରିବାକୁ ଉକ୍ତ ଚିଠିରେ ନିର୍ଦ୍ଦେଶ ରହିଥିଲା।
୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୨୪ ମେ ମାସ ପୂର୍ବରୁ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଙ୍ଗ ସହ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଧିକ ସଶକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମସ୍ତ ତଥ୍ୟ ମାଗିଛନ୍ତି। ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ଅଧିକାରୀଙ୍କ ପୋଷ୍ଟିଙ୍ଗ ଓ ବଦଳି ନେଇ ନିର୍ବାଚନ କମିଶନ କିଛି କଟକଣା ରଖିଛନ୍ତି। ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ କୌଣସି ଅଧିକାରୀ ନିଜ ଜିଲାରେ ରହିପାରିବେ ନାହିଁ। ଜିଲା ନିର୍ବାଚନ ଅଧିକାରୀ, ରିଟର୍ନିଂ ଅଫିସର, ପୋଲିସ ଇନ୍‌ସପେକ୍ଟର, ସବ-ଇନ୍‌ସପେକ୍ଟର ଯେଉଁମାନେ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁଠି ଥିଲେ, ସେମାନେ ୨୦୨୪ରେ ସେହି ଜାଗାରେ ରହିପାରିବେ ନାହିଁ। ଯଦି କେଣସି ଛୋଟ ଜିଲାରେ ଅଧିକାରୀଙ୍କ ସମସ୍ୟା ଥାଏ, ତେବେ ସେ ବାବଦରେ ଯଥେଷ୍ଟ କାରଣ ନିର୍ବାଚନ କମିଶନଙ୍କୁ ରାଜ୍ୟ ସରକାର ଜଣାଇବେ। ଏହି ନିୟମ ପୋଲିସ ଆଇଜି, ଡିଆଇଜି, ଏସପି, ଏସ୍‌ଡିପିଓଙ୍କ କ୍ଷେତ୍ରରେ ଲାଗୁ ହେବ। ନିର୍ବାଚନର ୬ ମାସ ମଧ୍ୟରେ ଅବସର ନେବାକୁ ଥିବା କମର୍ଚାରୀ ଓ ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଯେଉଁ କମର୍ଚାରୀ ଓ ଅଧିକାରୀମାନେ କମ୍ପ୍ୟୁଟର ସେଲ୍‌, ଟ୍ରେନିଙ୍ଗ, ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଥିବେ, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି ନିର୍ବାଚନ କମିଶନ ମଡ଼େଲ କୋଡ଼ରେ ସ୍ପଷ୍ଟ କରିଛନ୍ତି। ଏହାସହ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କମର୍ଚାରୀଙ୍କ ପାଇଁ ଏହି ନିୟମ ମଧ୍ୟ ପ୍ରଯୁଜ୍ୟ ନୁହେଁ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରି ବଦଳି ଓ ନିଯୁକ୍ତି କାମ ସାରିବାକୁ ମଡ଼େଲ କୋଡ଼ରେ ଉଲ୍ଲେଖ ରହିଛି। ସେହିପରି ନିର୍ବାଚନ ପାଇଁ ମଡ଼େଲ କୋଡ଼ ଲାଗୁ ହେବା ପରେ କୌଣସି ମନ୍ତ୍ରୀ, ରାଜନେତା ସରକାରୀ ଅଧିକାରୀଙ୍କ ସହ ଭିଡ଼ିଓ କନଫରେନ୍ସ କରିବାକୁ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ। ଉକ୍ତ ବୈଠକର ବିବରଣୀ ଗଣମାଧ୍ୟମକୁ ଦେବେ ନାହିଁ। ସେହିପରି କୌଣସି ଅଧିକାରୀଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ରାଜନୈତିକ ଦଳ ସହ ଜଡ଼ିତ ଥିଲେ, ସେହି ଅଧିକାରୀଙ୍କ ଟୁର୍‌ ଓ ଛୁଟି ଉପରେ ମଧ୍ୟ କଟକଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା ହେଲାଣି ବିଜେଡିର...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri