ସପରିବାର ଆତ୍ମାହୁତି ଦେବାକୁ ଧମକ ଦେଇଥିଲେ ଗୀତାଞ୍ଜଳି, ବନପାଳ ଭାବେ ନିଯୁକ୍ତି ଦେଲା ବନବିଭାଗ

ଅମରପାଲି,୨୫ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଗ୍ରାମର ଗୀତାଞ୍ଜଳି ସାହୁଙ୍କୁ କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ନିଯୁକ୍ତି ଦିଆ ଯାଉ ନ ଥିବାରୁ ସେ ସପରିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶନ ପରେ ଘଟଣାଙ୍କୁ ଗୁରୁତ୍ୱ ଦେଇ ଉକ୍ତ ମହିଳାଙ୍କୁ ବୁଧବାର ବନପାଳ ଭାବେ ନିଯୁକ୍ତି ଦେଇଛି ବନବିଭାଗ। ରେଢ଼ାଖୋଲ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ବନପାଳ ଭାବେ ଯୋଗଦେବା ପାଇଁ ବନଖଣ୍ଡ ଅଧିକାରୀ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଗୀତାଞ୍ଜଳି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିବା ମଧ୍ୟ ଜଣାପଡ଼ିଛି।
ସୂଚନାନୁସାରେ ଜିଲା ମୁର୍ଷୁଣ୍ଢି ଗ୍ରାମର ଗୀତାଞ୍ଜଳି ୨୦୧୧ରେ ରେଢ଼ାଖୋଲ କେନ୍ଦୁପତ୍ର ବନଖଣ୍ଡ ପକ୍ଷରୁ ବନପାଳ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ସେ ଏହି ପଦବୀ ପାଇଁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ସତ୍ବେ ମେରିଟ୍‌ ଲିଷ୍ଟ୍‌ରେ ତାଙ୍କ ନାମ ନ ଥିବାରୁ ସେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ସୂଚନା ଅଧିକାର ତଥ୍ୟ ଅନୁଯାୟୀ ଗୀତାଞ୍ଜଳିଙ୍କ ଖାତାରୁ ଠିକ୍‌ ଉତ୍ତରରେ ଭୁଲ ମାର୍କ ଦିଆଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଭୁଲ୍‌ ଉତ୍ତରରେ ଠିକ ମାର୍କ ଦିଆଯାଇଥିଲା। ଏନେଇ ଗୀତାଞ୍ଜଳି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଫଳରେ ବାଧ୍ୟ ହୋଇ ସେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଏବାଦରେ ସେ ଲକ୍ଷଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ମଧ୍ୟ କରିଥିଲେ। ତେବେ ସେହି କେସ୍‌ରେ ଏକ ମିଥ୍ୟା ସତ୍ୟପାଠ ଦେଇ ବନ ବିଭାଗ ଗୀତାଞ୍ଜଳିଙ୍କୁ ଦୋଷୀ କରିବାକୁ ଚେଷ୍ଠା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କୋର୍ଟ ତାଙ୍କର ଆବେଦନ ଏବଂ ତଥ୍ୟକୁ ଦେଖି ତାଙ୍କୁ ଡିଗ୍ରୀ ଦେବା ସହିତ ଗୀତାଞ୍ଜଳି ଚାକିରି ସହିତ ସେହି ଦିନଠାରୁ ଦରମା ଦିଆଯାଉ ବୋଲି ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବନ ବିଭାଗ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି
୬ ମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ଚାକିରି ଦେଇ ନ ଥିଲେ। ଏନେଇ ଗୀତାଞ୍ଜଳି ତାଙ୍କ ସାମୀ ଓ ଦୁଇ ପୁଅଙ୍କ ସହିତ ଜୁଲାଇ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସାମୁହିକ ଆତ୍ମାହୁତି ଦେବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ଏନେଇ ଗତ ସୋମବାର ଦୈନିକ ଧରିତ୍ରୀରେ ‘ନିର୍ଦ୍ଦେଶ ସତ୍ତ୍ବେ ଗୀତାଞ୍ଜଳିଙ୍କୁ ଦିଆ ଯାଉ ନି ନିଯୁକ୍ତି,ପରିବାର ସହିତ ଆତ୍ମାହୁତି ନେବାକୁ ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶନ ପରେ ବିଭାଗ ତତ୍ପରତା ପ୍ରକାଶ କରି ତାଙ୍କୁ ନିଯୁକ୍ତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?