Posted inଫୁରସତ

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ପାଲଟନ୍ତି ପୁଅ

ପୁଅ କିମ୍ବା ଝିଅ ହେବା ପ୍ରକୃତିର ଏକ ଉପହାର ଅଟେ। ଏମିତିକି ଜନ୍ମ ପୂର୍ବରୁ ଅର୍ଥାତ୍‌ ମାତୃଗର୍ଭରୁ ଲିଙ୍ଗ ନିର୍ଣ୍ଣୟ ହୋଇଥାଏ। କିନ୍ତୁ ମଣିଷ ଏତେ ଅଗ୍ରଗତି କରିଛି ଯେ, ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରିଥାନ୍ତି। ଯଦିଓ ଏହା କେବଳ ଅସ୍ତ୍ରୋପଚାର ମାଧ୍ୟମରେ ସମ୍ଭବ, କିନ୍ତୁ ଆପଣ ଜାଣନ୍ତି କି ପୃଥିବୀରେ ଏପରି ଏକ ଗାଁ ଅଛି ଯେଉଁଠାରେ ଝିଅମାନେ ବଡ଼ ହେବା ପରେ ମନକୁ ମନ ପୁଅ ହୋଇଯାଆନ୍ତି। ଯାହା ମଧ୍ୟ କୌଣସି ଅସ୍ତ୍ରୋପଚାର କରିବାକୁ ପଡ଼ି ନ ଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ବଡ଼ ହେବା ପରେ ଏହି ଗାଁର ଝିଅମାନଙ୍କର ଲିଙ୍ଗ ସ୍ବୟଂଚାଳିତ ଭାବରେ ବଦଳିଯାଏ। ଏହା ପରେ ଏଠାକାର ଝିଅମାନେ ପୁଅ ପାଲଟିଯାଆନ୍ତି। ତେବେ ଜାଣନ୍ତୁ ଏପରି ଅଜବ ଗାଁ ସମ୍ପର୍କରେ…


ଏହି ଗାଁର ନାମ ହେଉଛି ଲା ସେଲିନାସ। ଯାହା ଡୋମିନିକାନ ରିପବ୍ଲିକ ଦେଶରେ ଅଛି। ଏହି ଗାଁର ଅନେକ ଝିଅ ୧୨ ବର୍ଷ ପରେ ପୁଅ ହୋଇଯାଇଛନ୍ତି। ଝିଅମାନଙ୍କ ସହିତ କାହିଁକି ଏପରି ଘଟେ, ତାହା ଆଜି ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ଜାଣିବାରେ ସକ୍ଷମ ହୋଇନାହାନ୍ତି। ଝିଅମାନଙ୍କ ସହିତ ଘଟୁଥିବା ଏହି ପରିବର୍ତ୍ତନ ଯୋଗୁ ଲୋକମାନେ ଏହି ଗାଁକୁ ଏକ ଅଭିଶପ୍ତ ଗ୍ରାମ ବୋଲି କୁହନ୍ତି।

ଏହି ଗାଁର ଅନେକ ଲୋକ ବିଶ୍ୱାସ କରନ୍ତି, ଏହି ଗାଁରେ କିଛି ଅଦୃଶ୍ୟ ଶକ୍ତି ଅଛି। ଏହି ଗାଁରେ ଏହିପରି ପିଲାମାନଙ୍କୁ ‘ଗ୍ବେଦେଚ୍‌’କୁହାଯାଏ।

କେବଳ ଏତିକି ନୁହେଁ, ଯେତେବେଳେ ଗାଁର କାହା ଘରେ ଗୋଟିଏ ଝିଅ ଜନ୍ମ ହୁଏ, ସେତେବେଳେ ସେହି ପରିବାର ଲୋକ ଭୟଭୀତ ହୋଇପଡ଼ନ୍ତି। କାରଣ ବଡ଼ ହେବା ପରେ ତାଙ୍କ ଝିଅ ପୁଅ ହୋଇଯିବ। ଏହି ରୋଗ ହେତୁ ଗାଁରେ ଝିଅମାନଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଉଛି।

ଏହି ଗାଁ ସମୁଦ୍ର କୂଳରେ ଅବସ୍ଥିତ। ଏହାର ଜନସଂଖ୍ୟା ପ୍ରାୟ ୬ ହଜାର। ଅଜବ ରହସ୍ୟ ହେତୁ ଏହି ଗ୍ରାମ ସମଗ୍ର ବିଶ୍ୱରେ ଅନୁସନ୍ଧାନକାରୀଙ୍କ ପାଇଁ ଅନୁସନ୍ଧାନର ବିଷୟ ହୋଇ ରହିଆସିଛି। ଅନ୍ୟପକ୍ଷରେ ଡାକ୍ତରମାନେ କହିଛନ୍ତି, ଏହି ରୋଗ ହେଉଛି ଜେନେଟିକ ଡିଜିଜ୍‌ ବା ବଂଶଗତ ରୋଗ। ଏହି ଗାଁରେ ୯୦ରୁ ଜଣେ ପିଲା ଏହି ରୋଗରେ ପୀଡ଼ିତ। ଏହି ରୋଗରେ ଆକ୍ରାନ୍ତ ସମସ୍ତ ଝିଅ ୧୨ ବର୍ଷ ପରେ ସେମାନଙ୍କର ଶରୀର ପୁରୁଷଙ୍କ ପରି ଅଙ୍ଗ ଗଠନ କରିବା ଆରମ୍ଭ କରେ। ସେହି ସମୟରେ, ତାଙ୍କ ସ୍ବର କର୍କଶ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri