ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ବିବାହ କରିବାକୁ ୩୦୦ କିମି ଯାତ୍ରା କରି ପହଞ୍ଚିଲେ ଏହି ଯୁବତୀ: ଏବେ ବଡ଼ଭାଇଙ୍କୁ ବିବାହ କରିବେ ବୋଲି ଦେଇଛନ୍ତି ଧାରଣା

କାନପୁର,୨୯।୮: ଉତ୍ତରପ୍ରଦେଶର କାନପୁରରେ ଏକ ନିଆରା ପ୍ରେମକାହାଣୀ ଦେଖିବାକୁ ମିଳିଛି। ଜଣେ ଯୁବତୀ ନିଜର ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ଭେଟିବା ପାଇଁ ୩୦୦ କିମି ଯାତ୍ରା କରି ତାଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଯୁବତୀଙ୍କଠାରୁ ପ୍ରେମିକ ୫ବର୍ଷ ସାନ ବୋଲି ଜଣାପଡ଼ିଥିଲା। ଅନ୍ୟପକ୍ଷେ ଯୁବତୀଙ୍କ ବୟସ ୨୪ ବର୍ଷ ଥିଲା। ପ୍ରେମିକ ନାବାଳକ ବୋଲି ଜଣାପଡ଼ିବା ପରେ ଏବେ ଯୁବତୀଜଣଙ୍କ ତାଙ୍କ ବଡ଼ ଭାଇଙ୍କୁ ବିବାହ କରିବାକୁ ଜିଦ ଧରିଛନ୍ତି। ଯେପର୍ଯ୍ୟନ୍ତ ପରିବାରଲୋକେ ରାଜି ନ ହୋଇଛନ୍ତି ସେ ସେହିଭଳି ଘର ଆଗରେ ବସି ରହିବେ ବୋଲି ମଧ୍ୟ ଶୁଣାଇଦେଇଛନ୍ତି।

ଯୁବତୀଜଣଙ୍କ ଶାହାଜହାଁପୁରର ବାସିନ୍ଦା। ହ୍ବାଟ୍ସଆପ୍‌ରେ କାନପୁରର ପରୌଲି ଗ୍ରାମର ଅମିତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଯୋଡ଼ି ହୋଇଯାଇଥିଲା। ଏହାପରେ ସେ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ। ଖାସ୍‌ ଏଥିପାଇଁ ଘରଠାରୁ ୩୦୦ କିମି ଦୂରରେ ଥିବା ଅମିତଙ୍କ ଘରେ ସେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚି ଯାହା ଜାଣିବାକୁ ପାଇଥିଲେ ତାହା ତାଙ୍କ ହୋସ୍‌ ଉଡାଇଦେଇଥିଲା। ପ୍ରେମିକଜଣଙ୍କ ନାବାଳକ ଥିଲେ। ହେଲେ ଅମିତଙ୍କ ବଡ଼ଭାଇ ଅବିବାହିତ ଥିବା ଜାଣି ସେ ତାଙ୍କୁ ବିବାହ କରିବାକୁ କହୁଛନ୍ତି। ସେ ଭିନ୍ନ ସମ୍ପ୍ରଦାୟର ଥିବାରୁ ଅମିତଙ୍କ ପରିବାରଲୋକେ ଏହାକୁ ଗ୍ରହଣ କରୁନାହାନ୍ତି। ହେଲେ ତାଙ୍କ ସାବତ ମା’ ବହୁତ ଅତ୍ୟାଚାର କରୁଥିବାରୁ ସେ ଆଉ ଫେରିବେ ନାହିଁ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଯୁବତୀଜଣଙ୍କ କହିଛନ୍ତି।

ତେବେ ଯୁବତୀଙ୍କ ବାପା ଇଞ୍ଜିନିୟର ଥିବା ବେଳେ ସେ ମଧ୍ୟ ଓକିଲାତି କରୁଛନ୍ତି। ଅପରପକ୍ଷେ ଅମିତ ଯୁବତୀଙ୍କ କେବଳ ବନ୍ଧୁ ବୋଲି କହିଛନ୍ତି। ବିବାହକୁ ନେଇ ତାଙ୍କ ଭିତରେ କୌଣସି କଥା ହୋଇ ନ ଥିବା ସେ କହିଛନ୍ତି। ଏପରିକି ଯୁବତୀ ତାଙ୍କ ନାମ ରିୟା ବୋଲି କହିଥିବା ସେ କହିଛନ୍ତି। ସେ ବୟସରେ ଛୋଟ ହୋଇଥିବା ହେତୁ ବିବାହ କରିବାକୁ ରାଜି ନୁହନ୍ତି। ଯୁବତୀ ଏଭଳି ଭାବେ ବସିରହିବା ତାଙ୍କୁ ଚିନ୍ତାରେ ପକାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ମୃତ୍ୟୁ: କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୪।୩ : ଦେଶରେ ବାଘଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡିଛନ୍ତି। ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ବେଞ୍ଚ...

ନାସା ଯିବେ ୩ ଭାରତୀୟ ଛାତ୍ରୀଛାତ୍ର

ଚେନ୍ନାଇ ୩ ଜଣ ଭାରତୀୟ ଛାତ୍ରୀଛାତ୍ର ଆମେରିକାର ମହାକାଶ ଗବେଷଣା କେନ୍ଦ୍ର (ନାସା) ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି। ସେମାନେ ହେଲେ ତାମିଲନାଡୁର ମଦୁରାଇସ୍ଥିତ ମହାତ୍ମା...

ଦିନେ ବଢିଲେ, ଦିନେ କମୁଛି

ନୂଆଦିଲ୍ଲୀ,୧।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ରାହୁଲ ନାର୍ବେକର ବାଚସ୍ପତି ନିର୍ବାଚିତ…

ମୁମ୍ବାଇ, ୩।୭ : ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ରବିବାରଠାରୁ ଆରମ୍ଭ ହୋଇଛି। ବାଚସ୍ପତି ଭାବେ ରାହୁଲ ନାର୍ବେକରଙ୍କୁ ନିର୍ବାଚିତ କରାଯାଇଛି। ବିଜୟ ପାଇଁ ୧୪୫...

ଭିଡ଼ହିଂସାରେ ମୃତ୍ୟୁ ଘଟିବାର ୫ ମାସ ପରେ ଫେରିଲେ ଯୁବକ: କରଜ ନେଇ ଶ୍ରାଦ୍ଧ କରିଥିଲେ ସ୍ତ୍ରୀ

ପାଟନା,୧୭।୧୧: ବିହାରରେ ଜଣେ ଯୁବକ ମୃତ୍ୟୁର ୫ ମାସ ପରେ ଘରକୁ ଫେରିଛନ୍ତି। ତାଙ୍କର ମୃତ୍ୟୁ ଘଟିଥିବାରୁ ସ୍ତ୍ରୀ କରଜ କରି ଶ୍ରାଦ୍ଧ କରିଥିଲେ। ଯୁବକ...

ହରିୟାଣାରେ ଭୂକମ୍ପ ଝଟ୍‌କା

ଚଣ୍ଡିଗଡ,୨।୧୦: ହରିୟାଣାରେ ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୬ ରହିଛି। ଏହି ଭୂକମ୍ପ ଯୋଗୁ ରୋହତକ ଏବଂ ଏହାର ଆଖପାଖ ଅଞ୍ଚଳରେ...

ଲାଲୁଙ୍କ ପରିବାରରେ କ୍ଷମତା ସଂଘର୍ଷ: ଦଳୀୟ କାର୍ଯ୍ୟାଳୟରୁ ହଟାଗଲା ତେଜପ୍ରତାପଙ୍କ ପୋଷ୍ଟର

ପାଟନା,୯।୮: ବିହାରର ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ପାର୍ଟି(ଆରଜେଡି)ରେ ଏବେ ଘରୋଇ କନ୍ଦଳ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଶେଷ ଆଡ଼କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ...

ନବଜାତକ ପେଟରେ ଜାଆଁଳା ଶିଶୁର ଭ୍ରୁଣ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ; କହିଲେ…

ଇସ୍ରାଏଲର ଏକ ଶିଶୁକନ୍ୟା ପେଟରେ ଭ୍ରୁଣ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଶିଶୁକନ୍ୟା ପେଟରେ ଜାଆଁଳା ଶିଶୁ ଭ୍ରୁଣ ମିଳିବା ପରେ ଡାକ୍ତରମାନେ...

Advertisement
Archives

Model This Week