Posted inଜାତୀୟ

୧୨ ଶହ ଟଙ୍କା ଖର୍ଚ୍ଚ କରି ବାପାଙ୍କୁ ମାତ୍ର ୨ ମିନିଟ୍‌ ଦେଖିପାରୁଛନ୍ତି ଝିଅ: କହିଲେ, ଭଗବାନ କାହାକୁ ଏପରି ନ କରନ୍ତୁ

ଗୋରଖପୁର,୧୮।୪: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି କାରଣରୁ, ଏଠାରେ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସଂକ୍ରମିତ ଲୋକଙ୍କ ପରିବାରଙ୍କର ନିଜର ଅସହାୟତା ବଖାଣିଛନ୍ତି। ଡାକ୍ତରଖାନାରେ ରୋଗୀଙ୍କ ପରିବାର ଲୋକଙ୍କଠାରୁ ହଜାର ହଜାର ଟଙ୍କା ନେବା ସତ୍ତ୍ୱେ ସେମାନଙ୍କ କଥା ଶୁଣିବାକୁ କେହି ନାହାଁନ୍ତି। ସେମାନେ ଡାକ୍ତରଙ୍କ ପ୍ରତ୍ୟେକ ଚାହିଦା ପୂରଣ କରୁଛନ୍ତି କିନ୍ତୁ ତଥାପି ସେମାନେ ପ୍ରତିବଦଳରେ ହତାଶ ହେଉଛନ୍ତି। ସହରର କ୍ୟାଣ୍ଟ୍ଟ ଅଞ୍ଚଳରେ ଏକ ହସ୍ପିଟାଲ ବାହାରେ ଜଣେ ଯୁବତୀ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ବାପା କରୋନା ଆକ୍ରାନ୍ତ ହୋଇ ଏପ୍ରିଲ ୯ରୁ ହସ୍ପିଟାଲରେ ଚିକିତ୍ସିତ ହେଉଛି। ତାଙ୍କ ମା’ କରୋନା ସଂକ୍ରମିତ ହୋଇ ଘରେ ଆଇସୋଲେସନରେ ଅଛନ୍ତି। ୧୨୦୦ ଟଙ୍କା ମୂଲ୍ୟର ଏକ ପିପିଇ କିଟ କିଣି ଯୁବତୀ ଜଣଙ୍କ ହସ୍ପିଟାଲ ଝଟକା ବାଟରେ ୨ ମିନିଟ ପାଇଁ ନିଜ ବାପାଙ୍କୁ ଦେଖିପାରୁଛି। ଭଗବାନ କାହାକୁ କରୋନା ପରି ମାରାତ୍ମକ ରୋଗ ଦିଅନ୍ତୁ ନାହିଁ, ଏତିକି ପ୍ରାର୍ଥନା କରୁଛି ବୋଲି ସମ୍ପୃକ୍ତ ଯୁବତୀ କହିଛନ୍ତି। ସୂଚନାଯୋଗ୍ୟ, ଗୋରଖପୁର ଜିଲାରେ ମୋଟ ସଂକ୍ରମିତ ସଂଖ୍ୟା ଅଛି ୨୭୯୬୩। ଏଥିମଧ୍ୟରୁ ୨୨,୨୬୪ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଯାଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୩୮୦ ଜଣଙ୍କର ମୃତ୍ୟୁ ହୋଇଛି। ଜିଲାର ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୨୧କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri