Posted inଫୁରସତ

ନିଦ ବାଉଳାରେ ମୁହଁରୁ ବାହାରିଗଲା ଏମିତି କଥା, ପ୍ରେମିକାଙ୍କ ସାମ୍ନାରେ ଖୋଲିଗଲା ଧୋକାବାଜ ପ୍ରେମିକଙ୍କ ଗୁମର…

କିଛିଲୋକ ଶୋଇଥିବା ଅବସ୍ଥାରେ ବିଳିବିଳଉଥିବା ଶୁଣିଥିବେ। ମାତ୍ର ଏହି ଅଭ୍ୟାସ ବେଳେବେଳେ ବିରାଟ ସମସ୍ୟା ଠିଆ କରିଦିଏ। ଠିକ୍‌ ସେମିତି ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ। ନିଦ ବାଉଳାରେ ଏହି ଯୁବକଙ୍କ ପାଟିରୁ ଏମିତି କିଛି ଶବ୍ଦ ବାହାରିଗଲା, ଯେଉଁଥିରେ ପ୍ରେମିକାଙ୍କ ସାମ୍ନାରେ ତାଙ୍କ ସମସ୍ତ ଗୁମର ଖୋଲିଗଲା।

ଆମେରିକାର ଆରିଜୋନାରେ ରହୁଥିବା ଟିକ୍‌ଟକ୍‌ ୟୁଜର ବେଲି ହଣ୍ଟର ଏକ ଭିଡିଓ ଶେୟାର କରି କହିଛନ୍ତି, କେବେ ଆପଣଙ୍କ ପ୍ରେମିକ ଚିଟିଂ କରୁଥିବାର ଧରିଛନ୍ତି, ମୁଁ ଧରିଛି। ଯେତେବେଳେ ସେ ନିଦରେ କିଛି କହୁଥିଲେ। କିନ୍ତୁ ଆଜିପର୍ଯ୍ୟନ୍ତ ମୁଁ ସେ କଥା ବୁଝିପାରୁନି।

ସେ କହିଛନ୍ତି, ତାଙ୍କ ପ୍ରେମିକ ନିଦରେ କିଛି କହୁଥିବା ଶୁଣିବାକୁ ପାଇଥିଲେ। ପାଖକୁ ଯାଇ ଶୁଣନ୍ତି ତ ତାଙ୍କ ପ୍ରେମିକ ଆଉ ଜଣେ ଯୁବତୀଙ୍କ ନାଁ ନେଉଛନ୍ତି। ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ସେହି ରାତିରେ ଉଠି ନିଜ ଫେସ୍‌ବୁକ୍‌ରେ ପ୍ରେମିକ କହିଥିବା ଯୁବତୀଙ୍କ ନାଁ ସର୍ଚ୍ଚ କରିବାରେ ଲାଗିପଡ଼ିଲେ। ତାଙ୍କ ପ୍ରେମିକ ଯେଉଁ ଯୁବତୀଙ୍କ ନାଁ ନେଇଛନ୍ତି ସେ ବିବାହିତ ଏବଂ ତାଙ୍କର ପିଲା ମଧ୍ୟ ଅଛନ୍ତି ଯାହା ତାଙ୍କ ପ୍ରୋଫାଇଲରୁ ଜଣାପଡ଼ିଥିଲା। ସକାଳୁ ପ୍ରେମିକ ଉଠିବା ପରେ ବେଲି ଉକ୍ତ ଯୁବତୀଙ୍କ କିଏ ବୋଲି ପ୍ରେମିକଙ୍କୁ ପଚାରିଥିଲେ। ଏଥିରେ ତାଙ୍କ ପ୍ରେମିକ କହିଥିଲେ ସେ ମୋ ପିଲାଦିନର ସାଙ୍ଗ। ତାଙ୍କୁ ମୁଁ ଜାଣିଛି। ଏହା ବ୍ୟତୀତ ତାଙ୍କ ସହ ମୋ’ର ଅଧିକ କିଛି ସମ୍ପର୍କ ନାହିଁ। କିନ୍ତୁ ଏହି କଥାରେ ପ୍ରେମିକାଙ୍କ ବିଶ୍ୱାସ ହୋଇ ନ ଥିଲା।

ଯେତେବେଳେ ବେଲି ସେହି ଯୁବତୀଙ୍କୁ ମେସେଜ କରି ପଚାରିଥିଲେ ମୋ’ ପ୍ରେମିକଙ୍କ ସହ କଥା ହୋଇଥିଲ? ସେ ଯେଉଁ ପ୍ରତିକ୍ରିୟା ଦେଲେ ତାହା ପୁଣି ବେଲିଙ୍କୁ ଦ୍ୱନ୍ଦ୍ୱରେ ପକାଦେଲା। ସେହି ଯୁବତୀ ଜଣକ ବେଲିଙ୍କୁ କହିଲେ ଏସବୁରେ ମୁଣ୍ଡ ନ ପୂରାଇ ନିଜ କାମରେ ଧ୍ୟାନ ଦେବା ଜରୁରୀ ବୋଲି କହିଥିଲେ।

ଏହା ପରେ ବେଲି ତାଙ୍କ ପ୍ରେମିକଙ୍କ କଲ୍‌ ଡିଟେଲସ ଦେଖିଥିଲେ। ଏଥିରୁ ସେ ଜାଣିଥିଲେ ତାଙ୍କ ପ୍ରେମିକ ଏକ ନମ୍ବରରେ ୪୫ ମିନିଟ୍‌ ପର୍ଯ୍ୟନ୍ତ କଥା ହୋଇଛନ୍ତି। ଯେଉଁ ନମ୍ବର ବେଲିଙ୍କୁ ଜଣା ବି ନ ଥିଲା। ଏହି ନମ୍ବର ସମ୍ପର୍କରେ ବେଲି ପ୍ରେମିକଙ୍କୁ ପଚାରିବାରୁ ସେ କହିଥିଲେ ଭୁଲରେ ବୋଧେ କମ୍ପାନୀରୁ କଲ୍‌ ଆସିଥିବ। ପ୍ରେମିକ ଯେତେ ଚାଲାକ ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ବେଲିଙ୍କ ଆଗରେ ଧରା ପଡ଼ିଯାଇଥିଲେ। ଏହାପରଠାରୁ ବେଲି ତାଙ୍କ ସହ ବ୍ରେକ୍‌ ଅପ୍‌ କରିଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri