Posted inଜାତୀୟ

ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ କସ୍‌ବା ଥାନା ଅଞ୍ଚଳର ଏକ ଗଁ।ରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପଟେ ଭଉଣୀର ସବାରି ଉଠିଥିବା ବେଳେ ଅନ୍ୟପଟେ ଭାଇର କୋକେଇ ଉଠିଛି। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଝିଅର ବୁଧବାର ଦିନ ବାହାଘର ହୋଇଥିଲା। ଉକ୍ତ ବ୍ୟକ୍ତିଙ୍କ ପୁଅ ନୋଏଡାରେ ରହି ଅଟୋ ଚଲାଉଥିବା ବେଳେ ଭଉଣୀ ବାହାଘରେ ସାମିଲ ହେବା ପାଇଁ ସେହି ଦିନ ଘରକୁ ଆସିଥିଲେ। ଯୁବକଙ୍କ ପତ୍ନୀ ଓ ଛୁଆ ଗଁ।ରେ ନିଜ ପରିବାରଙ୍କ ସହ ରହୁଥିଲେ। ସୂଚନାମୁତାବକ, ଦୁଇ ଦିନ ପୂର୍ବରୁ ଯୁବକଙ୍କ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା। ଯୁବକ ତାଙ୍କ ପତ୍ନୀଙ୍କ ସହ ବାରମ୍ବାର କଥା ହେବା ପାଇଁ ଚେଷ୍ଟା କରିଥିଲେ ହେଲେ ସେ ତାଙ୍କ ସହ କିଛି କଥାବାର୍ତ୍ତା କରି ନ ଥିଲେ। ଗୁରୁବାର ସକାଳେ ଭଉଣୀର ବିଦାୟୀ ପରେ ନିଜ ରୁମ୍‌ରେ ଯୁବକ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଘରକୁ ଫେରିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତାଙ୍କୁ ଝୁଲନ୍ତା ଅବସ୍ଥାରୁ ତଳକୁ ଆଣିବା ବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଅହମଦାବାଦ୍‌,୨୯।୧୦:ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୯୨ ବର୍ଷ ହୋଇଥିଲା। ନିଃଶ୍ୱସାପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଗୁରୁବାର ସକାଳେ...

ବିଚାରପତିଙ୍କ ସନ୍ଦେହ ଜନକ ମୃତ୍ୟୁ: ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ ।୭: ଝାଡ଼ଖଣ୍ଡର ଧନବାଦରେ ଜଣେ ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ସୁପ୍ରିମକୋର୍ଟ ନିଜ ଆଡୁ ନେଇ ବିଚାର କରିବାକୁ ସ୍ଥିର କରିଛନ୍ତି । ମୁଖ୍ୟ...

ରାଜ୍ୟପାଳଙ୍କୁ କରୋନା

ଚେନ୍ନାଇ,୨।୮: ଏବେ ସାରା ଦେଶରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏବେ କରୋନାରେ ବଡ ବଡ ନେତା ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଏହିକ୍ରମରେ ତାମିଲନାଡୁ ରାଜ୍ୟପାଳ...

ଏହି ଯୁବକଙ୍କ ଜଣେ ବଡ଼ ପ୍ରଶଂସକ ପ୍ରଧାନମନ୍ତ୍ରୀ ମୋଦି: ଟୁଇଟର୍‌ରେ କରୁଛନ୍ତି ଫଲୋ

ଭୋପାଳ,୨୫।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶ ଖରଗୋନ ଜିଲାର ନିଆରା ଚିତ୍ରକାର ଆୟୁଷ କୁନ୍ଦଲଙ୍କ ଜଣେ ବଡ଼ ପ୍ରଶଂସକ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଚିତ୍ରକାରଙ୍କ ଉପରେ...

୫ ରାଜ୍ୟରେ ରାତି କର୍ଫ୍ୟୁ

ଲକ୍ଷ୍ନୌ/ମୁମ୍ବାଇ/ଚଣ୍ଡିଗଡ଼, ୨୫।୧୨: କୋଭିଡ୍‌-୧୯ ଏବଂ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଓ ହରିୟାଣାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି...

ଅଜିତ ପାଓ୍ବାରଙ୍କୁ ‘ଇଣ୍ଡିଆ’ରେ ସାମିଲ ହେବାକୁ ଦିଆଯାଇଥିବ ନିମନ୍ତ୍ରଣ’, ଅଜିତ-ଶରଦଙ୍କ ସିକ୍ରେଟ ବୈଠକକୁ ନେଇ କହିଲେ ସଞ୍ଜୟ

ମୁମ୍ବାଇ,୧୩।୮: ନାଶନାଲିଷ୍ଟ କଂଗ୍ରେସ ପାର୍ଟିର ଶରଦ ପାଓ୍ବାର ଓ ଅଜିତ ପାଓ୍ବାରଙ୍କ ସାକ୍ଷାତକାରକୁ ନେଇ ଶିବସେନା(ଉଦ୍ଧବ ଠାକରେ)ଗ୍ରୁପର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ବଡ...

ଟ୍ରମ୍ପ୍‌ କ’ଣ ଭଗବାନ; ୭୦ ଲକ୍ଷ ଲୋକ କରିବେ ସ୍ବାଗତ: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଇତିମଧ୍ୟରେ ଟ୍ରମ୍ପ୍‌ଙ୍କର ଏକ ଭିଡ଼ିଓ ଜାରି ହୋଇଛି। ଏଥିରେ ଟ୍ରମ୍ପ୍‌ କହିଛନ୍ତି...

ଚିଦାମ୍ବରମ୍‌ଙ୍କୁ ଝଟକା: ସୁପ୍ରିମ୍‌କୋର୍ଟରେ ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ; ଇଡ଼ି ଗିରଫ କରିବା ଆଶଙ୍କା ବଢ଼ିଲା

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଯୋଗୁ ବଡ଼ ଝଟକା ଲାଗିଛି। ଗୁରୁବାର ସୁପ୍ରିମ୍‌କୋର୍ଟରେ ତାଙ୍କର ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି।...

Advertisement
Archives

Model This Week