ଲୋକସେବା ଭବନ ଆଗରେ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଥାନାରୁ ନ୍ୟାୟ ନ ପାଇ ଜଣେ ବୃଦ୍ଧ ବୁଧବାର ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଗ୍ରାମର ରବୀନ୍ଦ୍ର ମୋହନ ଦାସ (୭୫)। ଫିନାଇଲ ପିଇଦେବା ପରେ ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଥାନାରେ ପୋଲିସ ଏତଲା ନ ରଖିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ନିରାଶ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ରବୀନ୍ଦ୍ର କହିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସେ ୨୦୨୧ରେ କଳିଙ୍ଗ ବିହାରରେ ୫ ଲକ୍ଷ ୧୨ ହଜାର ୮୦୦ ଟଙ୍କା ଖର୍ଚ୍ଚକରି ଏକ ପାର୍ଲର କରିଥିଲେ। ଅଜୟ ବାରିକ ବାଳକଟା କାରିଗର ଥିଲେ। ଖୋଲିବାର ୧୦ଦିନ ପରେ ଅଜୟ ବାରିକ, ରଞ୍ଜନ ବାରିକ ଓ ଘରର ମାଲିକ ସତ୍ୟବ୍ରତ ବେହେରା ତାଙ୍କ ପାର୍ଲରକୁ ଜବରଦସ୍ତ ନେଇଯିବାକୁ ଯୋଜନା କରିଥିଲେ। ଗତବର୍ଷ ଅକ୍ଟୋବର ୫ରେ ମାରିଦେବାକୁ ଧମକ ଦେବା ସହ ଛୁରି ଦେଖାଇ ୫୦ ହଜାର ଟଙ୍କା ନେଇଯାଇଥିଲେ। ଏହାର ୨ଦିନ ପରେ ଏନେଇ ତମାଣ୍ଡୋ ଥାନାରେ ସଂପୃକ୍ତ ୩ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ ନ କରିବାରୁ ନଭେମ୍ବର ୧୨ରେ ଆଇଆଇସି, ଡିସିପି ଓ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କୌଣସି ପଦକ୍ଷେପ ନିଆ ନ ଯିବାରୁ କଟକସ୍ଥିତ ପୋଲିସ ଡିଜି ଅଫିସ୍‌ରେ ଆତ୍ମାହୁତି ପାଇଁ ଯାଇଥିବାବେଳେ ତାଙ୍କୁ ବୁଝାଇଶୁଝାଇ ସେଠାରୁ ବିଦା କରିଦିଆଯାଇଥିଲା। ଏପରିକି ନ୍ୟାୟ ଦେବା ପରିବର୍ତ୍ତେ ପରବର୍ତ୍ତୀ ସମୟରେ ତମାଣ୍ଡୋ ଥାନାର ତତ୍‌କାଳୀନ ଆଇଆଇସି ଓ ସେକେଣ୍ଡ ଅଫିସର ତାଙ୍କୁ ନିର୍ଯାତନା ଦେଇଥିଲେ। ଏହା ବିରୋଧରେ ରବୀନ୍ଦ୍ର ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କମିଶନ ଏହାର ବିଚାର କରିବା ସହ ପୋଲିସ ଠିକ୍‌ ତଦନ୍ତ କରୁଥିବା ଜାଣିବା ପରେ ରବୀନ୍ଦ୍ରଙ୍କୁ ଉକ୍ତ ପାର୍ଲରରୁ ସମସ୍ତ ଜିନିଷପତ୍ର ନେଇଯିବାକୁ କହିଥିଲେ। ତେବେ ସବୁଠି ନିରାଶ ହେବା ପରେ ରବୀନ୍ଦ୍ର ଶେଷରେ ଏପରି ପଦକ୍ଷେପ ନେବାକୁ ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି।

ହେଲେ କମିଶନରେଟ ପୋଲିସ ପକ୍ଷରୁ ଉକ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି। ରବୀନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତି କରି ତମାଣ୍ଡୋ ଥାନା ପୋଲିସ ଆଇପିସି ଦଫା ୪୧୭, ୪୨୦, ୩୪୧, ୪୫୪, ୩୮୦, ୫୦୬ ଓ ୩୪ରେ ମାମଲା (ନଂ.୧୦/୨୦୨୨) ରୁଜୁ କରି ତଦନ୍ତ କରିଥିଲା। ପରେ ଅଭିଯୁକ୍ତ ଅଜୟ ବାରିକ, ରାମରଞ୍ଜନ ବାରିକ ଓ ସତ୍ୟବ୍ରତ ବେହେରାଙ୍କ ବିରୋଧରେ ଗତ ମାର୍ଚ୍ଚ ୩୧ରେ ଚାର୍ଜଶିଟ୍‌ (ନଂ.୭୧) ଦାଖଲ କରାଯାଇଛି। ଏଥିସହ ସମ୍ପୃକ୍ତ ପାର୍ଲରକୁ ଜବତ କରାଯିବା ସହ ଅଭିଯୋଗକାରୀଙ୍କ ସମସ୍ତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ପୋଲିସ ଗାଡି କରି ସେ ବର୍ତ୍ତନାମ ରହୁଥିବା ଘରେ ପହଞ୍ଚାଇ ତାଙ୍କ ଜିମା ଦେଇଥିଲା। ଏଥିସହ ଉକ୍ତ ପାର୍ଲରକୁ ନିଜ ଜିମାରେ ନେବାକୁ ରବୀନ୍ଦ୍ରଙ୍କୁ କୁହାଯାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ। ଏପରିକି ତାଙ୍କ ପରିବାରବର୍ଗ ମଧ୍ୟ ମନା କରିଥିଲେ। ତେବେ ଅଭିଯୋଗକାରୀ ଚାହିଁଲେ ପାର୍ଲର ହସ୍ତାନ୍ତର କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଲକ୍‌ଡାଉନ ଯୁଗକୁ ଫେରିବାକୁ ଚାହୁଁନାହୁଁ’

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ବିଭିନ୍ନ ଦେଶରେ ଓ ଭାରତର କେତେକ ରାଜ୍ୟରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣିତ ହେଉଥିବାରୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆମେ ଆଉ...

ରାଜ୍ୟରେ ସୁସ୍ଥ ହେଲେ ୨୬୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯ା୧(ବ୍ୟୁରୋ): ଶନିବାର ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୨୬୯ କରୋନା ଆକ୍ରାନ୍ତ। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଗୁପ୍ତ ବିଧି

ପୁରୀ ଅଫିସ,୨୯ା୭:ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି। ସେଠାରେ ଶ୍ରଦ୍ଧାଳୁମାନେ ଠାକୁରମାନଙ୍କୁ ଉପାସନା କରୁଛନ୍ତି। ଏମିତି କି ଅନେକ...

ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’: ୭ ଲକ୍ଷ ଚାଷୀଙ୍କୁ ଦିଆଯିବ ୧୦୪୦ କୋଟି ଋଣ

ଭୁବନେଶ୍ୱର,୩।୭(ବ୍ୟୁରୋ): ଭୂମିହୀନ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ୧୦୪୦ କୋଟି ଟଙ୍କା ଋଣ...

କରୋନା ମାଡ଼ରେ ଫିକା ହୋଲି

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଆଜି ରଙ୍ଗର ପର୍ବ ହୋଲି। ହୋଲିକୁ ଆନନ୍ଦର ପର୍ବ ଭାବି, ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ...

ଚାକିରି ନାଁରେ ନାବାଳିକାଙ୍କୁ ଯୌନ ଶୋଷଣ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଏକ ପେପର କମ୍ପାନୀରେ ଚାକିରି ଦେବାକୁ କହି ଜଣେ ନାବାଳିକାଙ୍କୁ ଭୁବନେଶ୍ୱର ଭରତପୁର ଥାନା ତାରିଣୀ ବସ୍ତିରେ ଏକ ଘରେ ରଖି ଦେହ ବ୍ୟବସାୟରେ...

ରବିବାର ଛାଡ଼ି ସବୁଦିନ ଟିକାକରଣ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଏଥର ରବିବାର ଓ ଛୁଟିଦିନକୁ ଛାଡ଼ି ସବୁଦିନ ଟିକାକରଣ କରାଯିବ ବୋଲି ସୋମବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ...

ସଫଳତା ପଥରେ ଓଡ଼ିଶା ମିଲେଟ୍‌ସ ମିଶନ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଫିଙ୍ଗର୍‌ ମିଲେଟ୍‌ ବା ରାଗି। ଓଡ଼ିଆରେ ମାଣ୍ଡିଆ। ଦିନ ଥିଲା ଓଡ଼ିଶାର ଘରେ ଘରେ ଏହା ପରିଚିତ ଥିଲା। ଗରିବଙ୍କ ଠାରୁ ଧନୀଙ୍କ ପର୍ଯ୍ୟନ୍ତ...

Advertisement
Archives

Model This Week