ଫେସ୍‌ବୁକ୍‌ରୁ ପ୍ରେମ, ବିବାହ ପାଇଁ ପ୍ରେମିକ ମନା କରିବାରୁ ଘଟିଲା ଏମିତି

ଡେରାଡୁନ୍‌,୫ା୧୦: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ର ଜଣେ ଯୁବତୀ ଏବଂ ଝାଡ଼ଖଣ୍ଡର ଗରଓ୍ବା ଜିଲାର ଜଣେ ଯୁବକଙ୍କ ମଧ୍ୟରେ ଫେସ୍‌ବୁକ୍‌ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ତାଙ୍କ ପୁଅ ବିବାହ କରିବ ନାହିଁ ବୋଲି କହିବାରୁ ମାମଲା ଥାନାରେ ପହଞ୍ଚିଛି। ଥାନା ପରିସରରେ ଉଭୟ ପରିବାର ମଧ୍ୟରେ ଏକ ହାଇଭୋଲଟେଜ୍‌ ଡ୍ରାମା ହୋଇଥିଲା। ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ନ ପାରିବାରୁ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।
୨୨ ବର୍ଷୀୟା ଯୁବତୀ ଜଣକ କୁହନ୍ତି, ଚାରି ବର୍ଷ ତଳେ ୨୫ ବର୍ଷର ଆଦିତ୍ୟ ପ୍ରକାଶଙ୍କ ସହ ତାଙ୍କର ଫେସବୁକରେ ଦୁହିଁଙ୍କ ବନ୍ଧୁତା ବଢ଼ିଥିଲା। ସମୟ ସହିତ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଆଦିତ୍ୟ ବିଡିଏସ୍‌ର ଛାତ୍ର ଥିଲେ। ବେଳେବେଳେ ଦୁହେଁ ବାହାରକୁ ଯାଇ ଏକାଠି ରହୁଥିଲେ। ସେ କହିଛନ୍ତି ଯେ, ଉଭୟେ ୨୦୧୯ରେ ବିବାହ କରିଛନ୍ତି। ଏହା ପରଠାରୁ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ପରି ଜୀବନଯାପନ କରୁଥିଲେ।

ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ଆଦିତ୍ୟ ଗତ କିଛି ଦିନ ହେବ ତାଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ। ତାଙ୍କ ନମ୍ବର ମଧ୍ୟ ବ୍ଲକ ତାଲିକାରେ ପକାଇ ଦେଇଥିଲେ। ଏହା ପରେ ସେ ଶନିବାର ଡେରାଡୁନ୍‌ର ଗରଓ୍ବା ଯାଇଥିଲେ। ସେ କହିଛନ୍ତି, ଷଷ୍ଠ ଥର ପାଇଁ ଏଠାକୁ ଆସିଛନ୍ତି। ଏଠାକୁ ଆସିବା ପରେ ସେ ସ୍ଥାନୀୟ ବିଶ୍ରାମ ଗୃହରେ ରହିଥିଲେ। ରବିବାର ସକାଳେ ଆଦିତ୍ୟଙ୍କୁ ଭେଟିବାକୁ ବାହାରକୁ ଯାଇଥିଲେ। ସେ ଫରେଷ୍ଟ କଲୋନୀ ନିକଟରେ ଆଦିତ୍ୟଙ୍କୁ ଭେଟିଥିଲେ।

ସୂଚନାଯୋଗ୍ୟ, ଯୁବତୀ ଜଣକ ଆଦିତ୍ୟଙ୍କୁ କୋର୍ଟରେ ବିବାହ କରିବାକୁ ଚାପ ପକାଉଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ବିବାଦ ଏତେ ବଢ଼ିଯାଇଥିଲା ଯେ ଉଭୟଙ୍କ ମଧ୍ୟରେ ମାର୍‌ପିଟ୍‌ ଆରମ୍ଭ ହୋଇଯାଇଥିଲା। ଆକ୍ରମଣ ଘଟଣା ପରେ ସେ ସଦର ଥାନାରେ ପହଞ୍ଚି ଆଦିତ୍ୟଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ରାଜୀବ କୁମାର କହିଛନ୍ତି, ପୀଡ଼ିତାଙ୍କଠାରୁ ଏତଲା ଗ୍ରହଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି। ପୀଡିତା ଜଣକ କହିଛନ୍ତି, ସେ ୬ ଭାଇଭଉଣୀ। ନିଜେ ଏକ ଘରୋଇ କମ୍ପାନୀରେ କାମ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭୧୦(ସଂକେତ ପାତ୍ର): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?