Posted inଫୁରସତ

ପୁଣି ଜନ୍ମ ନେବେ ବିଶାଳକାୟ ମାମୋଥ୍‌…

ଲଣ୍ଡନ,୧୪।୯: ହିମଯୁଗରେ ଉତ୍ତର ଆମେରିକା ଏବଂ ୟୁରେସିଆ ଅଞ୍ଚଳରେ ବାସ କରୁଥିବା ବିଶାଳକାୟ ମାମୋଥ୍‌ ପୁଣି ଜନ୍ମ ନେବେ। ମାମୋଥ୍‌ ପଲ ମାତ୍ର ୬ ବର୍ଷ ମଧ୍ୟରେ ଆଉଥରେ ଆକର୍ଟିକ ଜଙ୍ଗଲକୁ ଫେରିବେ। ଏନେଇ ଏକ ପ୍ରକଳ୍ପ ଆରମ୍ଭ ହୋଇଛି। ମାଟି ତଳେ ପୋତି ହୋଇ ରହିଥିବା ମାମୋଥ ଜୀବାଶ୍ମରୁ ସମ୍ପୂର୍ଣ୍ଣ ଶରୀରକୁ ସୃଷ୍ଟି କରାଯିବ।

ଏନେଇ ଫଣ୍ଡି ଯୋଗାଡ଼ ଜାରି ରହିଛି। ଅତ୍ୟାଧୁନିକ ବିଜ୍ଞାନ ଦ୍ୱାରା ଅସମ୍ଭବ ସମ୍ଭବ ହେବାକୁ ଯାଉଛି ବୋଲି ଗଣମାଧ୍ୟମ ସଂସ୍ଥା ଦ ଗାର୍ଜିୟନ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ଏନେଇ ବେନ୍‌ ଲେମ୍‌ ଏବଂ ଜର୍ଜ ଚର୍ଚ୍ଚଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବେନ୍‌ ଜଣେ ମେଗା ନିବେଶକ ଥିବାବେଳେ ଜର୍ଜ ଜଣେ ଧନୀ ବ୍ୟବସାୟୀ। ଏହି ପ୍ରୋଜେକ୍ଟ ପାଇଁ ସେମାନେ ୧୧ ନିୟୁତ ପାଉଣ୍ଡ ଯୋଗାଡ଼ କରିଛନ୍ତି।

ସୋମବାର ଏହି ପ୍ରୋଜେକ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ୧୦.୦୦୦ ବର୍ଷ ତଳେ ମାମୋଥ ପୃଥିବୀ ପୃଷ୍ଠରୁ ଲୋପ ପାଇଥିଲେ। ଏବେ ସେମାନଙ୍କୁ କବରରୁ ଫେରାଇ ଅଣାଯିବାର ପ୍ରୟାସ କରାଯାଉଛି।

ମାମୋଥ ମାଇନସ୍‌ ୪୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ମଧ୍ୟ ଜୀବିତ ରହିବାକୁ ସକ୍ଷମ ହୋଇପାରୁଥିଲା। ଏବେ ସେସବୁ ସମ୍ଭବ ହେବ ବୋଲି କୋଲୋସାଲ ଜିନ୍‌ ଏଡିଟିଙ୍ଗ୍‌ରେ ଦକ୍ଷ ଥିବା ପ୍ରୋଜେକ୍ଟର ଦୁଇ ଅଂଶୀଦାର ବେନ୍‌ ଏବଂ ଜର୍ଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri