ଘୁମୁରା ଉତ୍ସବ ଉଦ୍‌ଘାଟିତ: ନୃତ୍ୟ, ବାଦ୍ୟରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା,୧୦ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସହରସ୍ଥିତ ବୁଢାଡ଼ଙ୍ଗର ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ମଶାଲ ଯାତ୍ରା ଆନନ୍ଦ ଉଲ୍ଲାସର ସହିତ ମହାଆଡମ୍ବରରେ ଘୁମୁରା, ଆଦିବାସୀ ନୃତ୍ୟ ସହ ସହର ପରିକ୍ରମା ବେଳେ ଦୁଲୁକି ଉଠିଥିଲା ସହର ଜାତୀୟ ରାଜପଥ। ଏହି ମଶାଲ ଯାତ୍ରାରେ ଅଧ୍ୟକ୍ଷ ନୃପରାଜ ଯାଦବ ମଶାଲ ଧରି ସହର ପରିକ୍ରମା କରି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ବୁଢ଼ାରାଜା ମଞ୍ଚ ରେ ମଶାଲ ସ୍ଥାପନ କରାଯାଇ ଥିଲା।

ଏହି ମାଶାଲ ଯାତ୍ରାରେ ସମସ୍ତ ପାରିଷଦ ବୃନ୍ଦ,ଉପାଧ୍ୟକ୍ଷା , ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ,ସମସ୍ତ କର୍ମଚାରୀଙ୍କ ସମେତ ବିଭିନ୍ନ ମହିଳା ଗ୍ରୁପ ଯୋଗଦାନ କରିଥିଲେ। ଏହି ମଞ୍ଚରେ ଲୋକନୃତ୍ୟ, ଲୋକଗୀତ, ଝୋଟି, ହୁଳହୁଳି, ମୁରୁଜ, ଶଙ୍ଖ ଫୁଙ୍କା, କବିତା ପାଠୋତ୍ସବ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବ ପାଳନ ଅବସରରେ କେସିଙ୍ଗା ସହରର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା, ଲୋକଗୀତ ଓ ଲୋକନୃତ୍ୟ ଭଳି ଆକର୍ଷଣୀୟ ପ୍ରତିଯୋଗିତା ସହ କବି ଓ କବୟିତ୍ରୀମାନଙ୍କ ପାଇଁ ମଧ୍ୟ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା। ଅପରାହ୍ନରେ ସାରସ୍ବତ ସମାରୋହର ପରିସମାପ୍ତି ପରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ସାଂସ୍କୃତିକ ଦଳ ଏବଂ କେସିଙ୍ଗା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସାଂସ୍କୃତିକ ଦଳଗୁଡିକ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଡନୀ ରୋଗ ନେଲା ସ୍ବାମୀଙ୍କ ଜୀବନ: ମା’ଙ୍କ କାନ୍ଧରେ ଦୁଇ ସନ୍ତାନଙ୍କ ବୋଝ

କର୍ଲାମୁଣ୍ଡା:୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁରେ କିଡନୀ ରୋଗରେ ଆକ୍ରନ୍ତ ହୋଇ ୨୦ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା…

କମର୍ସିଆଲ ଏଲ୍‌ପିଜି ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ,୧।୫: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ…

ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ।…

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା…

ଭୁବନେଶ୍ୱର,୧।୫: ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ…

ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ: ୧୫ ବୁଥ୍‌ରେ ପୁନଃ ମତଦାନ ନିର୍ଦ୍ଦେଶ, ଗଣତି ପୂର୍ବରୁ କୋଲକାତାରେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ରାଜ୍ୟରେ ଭାଜପା ଏବଂ ଟିଏମ୍‌ସି ମଧ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହେବାରେ ଲାଗିଛି। ମେ ୪ ତାରିଖରେ…

କାଳ ସାଜିଲା କାଳବୈଶାଖୀ, ଗଛ ଉପୁଡ଼ି ପଡ଼ିଲା ଦୋକାନ ଉପରେ, ଚାଲିଗଲା…

ଗଜପତି,୧।୫(ଗିରିଧାରୀ ପରିଛା): ଗଜପତି ଜିଲାରେ ଶୁକ୍ରବାର କାଳବୈଶାଖୀ ପ୍ରକୋପ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋସାଣି ବ୍ଲକ…

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri