ଘୁମୁରା ଉତ୍ସବ ଉଦ୍‌ଘାଟିତ: ନୃତ୍ୟ, ବାଦ୍ୟରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା,୧୦ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସହରସ୍ଥିତ ବୁଢାଡ଼ଙ୍ଗର ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ମଶାଲ ଯାତ୍ରା ଆନନ୍ଦ ଉଲ୍ଲାସର ସହିତ ମହାଆଡମ୍ବରରେ ଘୁମୁରା, ଆଦିବାସୀ ନୃତ୍ୟ ସହ ସହର ପରିକ୍ରମା ବେଳେ ଦୁଲୁକି ଉଠିଥିଲା ସହର ଜାତୀୟ ରାଜପଥ। ଏହି ମଶାଲ ଯାତ୍ରାରେ ଅଧ୍ୟକ୍ଷ ନୃପରାଜ ଯାଦବ ମଶାଲ ଧରି ସହର ପରିକ୍ରମା କରି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ବୁଢ଼ାରାଜା ମଞ୍ଚ ରେ ମଶାଲ ସ୍ଥାପନ କରାଯାଇ ଥିଲା।

ଏହି ମାଶାଲ ଯାତ୍ରାରେ ସମସ୍ତ ପାରିଷଦ ବୃନ୍ଦ,ଉପାଧ୍ୟକ୍ଷା , ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ,ସମସ୍ତ କର୍ମଚାରୀଙ୍କ ସମେତ ବିଭିନ୍ନ ମହିଳା ଗ୍ରୁପ ଯୋଗଦାନ କରିଥିଲେ। ଏହି ମଞ୍ଚରେ ଲୋକନୃତ୍ୟ, ଲୋକଗୀତ, ଝୋଟି, ହୁଳହୁଳି, ମୁରୁଜ, ଶଙ୍ଖ ଫୁଙ୍କା, କବିତା ପାଠୋତ୍ସବ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବ ପାଳନ ଅବସରରେ କେସିଙ୍ଗା ସହରର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା, ଲୋକଗୀତ ଓ ଲୋକନୃତ୍ୟ ଭଳି ଆକର୍ଷଣୀୟ ପ୍ରତିଯୋଗିତା ସହ କବି ଓ କବୟିତ୍ରୀମାନଙ୍କ ପାଇଁ ମଧ୍ୟ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା। ଅପରାହ୍ନରେ ସାରସ୍ବତ ସମାରୋହର ପରିସମାପ୍ତି ପରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ସାଂସ୍କୃତିକ ଦଳ ଏବଂ କେସିଙ୍ଗା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସାଂସ୍କୃତିକ ଦଳଗୁଡିକ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲେବୁଲ୍‌ କ୍ରସିଂରୁ ବୋଲେରୋକୁ କାବୁକଲା ଅବକାରୀ ବିଭାଗ: ମିଳିଲା ପୁଳାପୁଳା ଘଞ୍ଜେଇ

ନିରାକାରପୁର,୧୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନିରାକାରପୁର ଥାନା ନାକତଳୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ...

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

ଭବାନୀପାଟଣା,୧୩ା୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ରବିବାରଠାରୁ ଆରମ୍ଭ ହୋଇଛି ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା...

ଚାଷୀଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ଦେଲେ ବିଧାୟକ

ଛତ୍ରପୁର,୧୩।୧(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସୋମବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କତୁରୁ ଗ୍ରାମର ମୃତ୍ୟୁବରଣ କରିଥିବା ଚାଷୀ ପି.ଈଶ୍ୱର ରେଡ୍ଡିଙ୍କ ପରିବାର...

ଗଞ୍ଜାମ ସହରରେ ନିର୍ମାଣ  ହେବ ରାମ ମନ୍ଦିର: ସମସ୍ତ ପଅସ୍ତୁତି ନେଇ…

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରାଞ୍ଚଳରେ ଖୁବଶୀଘ୍ର ରାମମନ୍ଦିର ନିର୍ମାଣ ହେବାକୁ ଯାଉଛି। ସ୍ଥାନୀୟ ଅଞ୍ଚଳର ସୀତାରାମ ଫାଉଣ୍ଡେଶନ ଏହାର ସମସ୍ତ ଦାୟିତ୍ୱ ବହନ କରିବ।...

ପେଟି ଭିତରୁ ଶିଶୁକନ୍ୟାର ମୃତଦେହ ଜବତ କଲା ପୋଲିସ, କିଏ ସେହି …

ବାଲେଶ୍ୱର,୧୩ା୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କସିମିଳା ପୋଲ ନିକଟରୁ ସୋମବାର ଜଣେ ନବଜାତ ଶିଶୁକନ୍ୟାର ମୃତଦେହକୁ ପୋଲିସ ଜବତ କରିଛି।ଏହି ପୋଲ ନିକଟରେ...

ଜଗନ୍ନଥଙ୍କ ପ୍ରଶ୍ନବାଣ ପରେ ଉତ୍ତର ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ, କହିଲେ ଯାହାର ଖାଇବାକୁ ଇଚ୍ଛା ହେବ ସେ…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବିଜେଡିକୁ ଟାର୍ଗେଟ କରି...

ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି। ସେ...

ଚୋରି ରୋକିବାକୁ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଲାଗିଲା ସିସିଟିଭି

ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କଲେଜ ରୋଡ୍‌ରେ ଅବସ୍ଥିତ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଶନିବାର ସିସିଟିଭି କ୍ୟାମେରା ଲାଗିଥିବା ଜଣାପଡ଼ିଛି। ଗଞ୍ଜାମ ସହର ଦ ଇକୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri