Posted inଫୁରସତ

ବିକ୍ରି ହେବ ଭୂତ ଗାଁ, ଦାମ୍‌ ଜାଣିଲେ…

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ବୁଝିବା ବହୁତ କଷ୍ଟକର। କିଛି କଥା ଏହି ସ୍ଥାନଗୁଡ଼ିକୁ ଏତେ ଭୟଭୀତ କରିଦିଏ ଯେ, ଯାହା କି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏମିତି ଏକ କାହାଣୀ ଶୁଣିବାକୁ ମିଳିଛି ପ୍ରାଚୀନ ସ୍କଟିସ ଗାଁରେ। ଭୂତର ଗାଁ କୁହାଯାଉଥିବା ଏହି ଗାଁଟିକୁ କୋଟି କୋଟି ଟଙ୍କାରେ ବିକ୍ରି ହେବାକୁ ପ୍ରସ୍ତୁତ ଅଛି। ଏହାର ମୂଲ୍ୟ ସ୍ଥିର କରାଯାଇଛି। ତେବେ ଗାଁ କ୍ରେତାଙ୍କୁ କିଛି ଅତିରିକ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ଏହି ପ୍ରାଚୀନ ସ୍କଟିସ ଗାଁକୁ ୧୭୩୦୦୦ ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨୮ ଲକ୍ଷ ଟଙ୍କାରେ ବିକ୍ରି କରାଯିବ। କୌତୂହଳର ବିଷୟ ସ୍କଟ୍‌ଲ୍ୟାଣ୍ଡର ଅନେକ ସହରରେ ଫ୍ଲାଟ୍‌ ଅଛି। ଫ୍ଲାଟ୍‌ ଦାମ୍‌ରେ ଏହି ପୂରା ଗାଁଟି ବିକ୍ରି ହେବ। ଓଲ୍ଡ୍‌ ଭିଲେଜ ଅଫ୍‌ ଲର୍ସ ପର୍ଥଶାୟାର ତାଇ କୂଳରେ ଅବସ୍ଥିତ ଏହି ଗାଁଟି ୩.୩୧ ଏକର ପରିମିତ ବିଶିଷ୍ଟ ଅଟେ। ଗାଁରେ ମାଛ ସହିତ ପ୍ରାଇଭେଟ ବେଳାଭୂମିର ମଧ୍ୟ ସୁଯୋଗ ପାଇବେ। କିନ୍ତୁ ଏଠାରେ ଟଙ୍କା ବ୍ୟତୀତ ଭୂତମାନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ତେଣୁ ଏହି ଗାଁଟିକୁ ଭୂତର ଗାଁ କୁହାଯାଏ।

୧୭୦୦ ଶତାବ୍ଦୀରୁ ଗାଁର ଧ୍ୱଂସାବଶେଷ ରହିଛି। କୁହାଯାଏ, ହାଉସ୍‌ ଅଫ୍‌ ଲର୍ଡସ ହେଉଛି ଏମିତି ଏକ ସ୍ଥଳ,ଯାହା ଲେଡି ଅଫ୍‌ ଲର୍ସଙ୍କ ଘର। ବିଶ୍ୱାସ କରାଯାଏ, ଲେଡି ଅଫ୍‌ ଲର୍ଡ୍‌ସର ଆତ୍ମା ଏବେ ବି ଗାଁରେ ଘୂରି ବୁଲୁଛି। ଗୋଲ୍ଡକ୍ରେଷ୍ଟ ଲ୍ୟାଣ୍ଡ ଆଣ୍ଡ୍‌ ଫରେଷ୍ଟ୍ରି ଗ୍ରୁପ୍‌ର ଅଂଶୀଦାର ଜନ୍‌ ଲାମ୍ବର୍ଟ କହିଛନ୍ତି ଯେ, ତାଙ୍କ ଭବିଷ୍ୟବାଣୀ ପାଇଁ ଲେଡି ଅଫ୍‌ ଲର୍ଡସ ସ୍ମରଣୀୟ। ଯାହା ସତ ହୋଇଛି। ବେଳେବେଳେ ରେଳ ଟ୍ରାକ୍‌ ଚାଲିବା ଏବଂ ଜାହାଜ ଚାଲିବା ପରି ଏଠାରେ ଦେଖାଯାଏ। ଯାହାକି ବହୁତ ଭୟାନକ।

୧୮୪୧ ଜନଗଣନା ଅନୁଯାୟୀ, ଏହି ଗାଁରେ କେବଳ ୧୭ ଜଣ ଲୋକ ରହୁଥିଲେ। ୧୮୯୧ ପର୍ଯ୍ୟନ୍ତ ଏହି ସଂଖ୍ୟା କମି ୭ରେ ପହଞ୍ଚିଥିଲା। ୧୯୨୬ ପର୍ଯ୍ୟନ୍ତ ଏହି ସ୍ଥାନ ପୂରା ଖାଲି ହୋଇଗଲା। ଶେଷଥର ପାଇଁ ୨୦୧୬ରେ ଏହାକୁ ୧୦୦୦୦୦ ୟୁରୋରେ ବିକ୍ରି କରାଯାଇଥିଲା। ବର୍ତ୍ତମାନ ଏହାକୁ ପୁଣି ଥରେ ବିକ୍ରି ପାଇଁ ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମରେ ଶୈଳନିବାସ ଭ୍ରମଣ

ଖରାଦିନେ ମନ ଚାହେଁ ଏମିତି କୌଣସି ସ୍ଥାନକୁ ବୁଲି ଯିବାକୁ ଯେଉଁଠି ଖରାର ତେଜ ଖୁବ୍‌ କମ୍‌ ଥିବ ଆଉ ତା’ସାଙ୍ଗକୁ ଶୀତଳ ପବନର ସ୍ପର୍ଶ...

ପ୍ରବନ୍ଧ ଲେଖିବାକୁ କହିଲେ ପ୍ରଫେସର: ଖାଲି କାଗଜ ଧରାଇଲେ ଛାତ୍ରୀ ମିଳିଲା ଫୁଲ୍‌ ମାର୍କ

ଜାପାନ ଯୁନୁଭର୍ସିଟିର ଜଣେ ଛାତ୍ରୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛନ୍ତି। ଗବେଷଣାରତ ଏହି ଛାତ୍ରୀ ଜଣଙ୍କୁ ପ୍ରଫେସର ପ୍ରବନ୍ଧ ଲେଖିବାକୁ କହିଥିଲେ। ହେଲେ...

ମ୍ୟାଲେରିଆରୁ ମୁକ୍ତି ପାଇଁ ଆହ୍ବାନ

ଦିନ ଥିଲା ସମଗ୍ର ବିଶ୍ୱରେ ମ୍ୟାଲେରିଆ ଜ୍ୱର ତାହାର କାୟା ବିସ୍ତାର କରିଥିଲା। କିନ୍ତୁ ବର୍ତ୍ତମାନ ଏହି ସ୍ବାସ୍ଥ୍ୟ ସମସ୍ୟା କେତେ ନିୟନ୍ତ୍ରଣାଧୀନ ତାହା କହିବା...

ରାଜନୀତିରେ ମୁଁ କାହିଁକି…

କଥାରେ ଅଛି ଚିହ୍ନା ବ୍ରାହ୍ମଣଙ୍କର ପଇତା ଲୋଡ଼ା ନାହିଁ। ଠିକ୍‌ ସେମିତି ପୁରୁଖା ରାଜନେତାଙ୍କ ପୁନର୍ବାର ପରିଚୟ ଦେବାର ଆବଶ୍ୟକତା ନାହିଁ। କାରଣ, ଆମେ ଭାବୁ...

୫୦ ବର୍ଷ ମଧ୍ୟରେ ପୁଣି ଦେଖିବାକୁ ମିଳିଲା ଇନ୍ଦ୍ରଧନୁ ସାପ, ଫଟୋ ଭାଇରାଲ

ଓ୍ବାଶିଂଟନ୍‌: ବେଳେବେଳେ କିଛି ଖରାପ ଜିନିଷ ମଧ୍ୟରେ ଖୁବ୍‌ ସୁନ୍ଦର ଝଲକ ଦେଖିବାକୁ ମିଳେ। ସେ ବୃକ୍ଷଲତା ହୁଅନ୍ତୁ କିମ୍ବା ଜୀବଜନ୍ତୁ। ଏମିତି ଏକ ସୁନ୍ଦର...

ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ: ଭେଦଭାବ ପ୍ରଗତିରେ ବାଧକ

ଭେଦଭାବ ସାମାଜିକ ବିଧି ବ୍ୟବସ୍ଥାରେ ମହାମାରୀ ଭଳି। ସଭ୍ୟତାର ବିକାଶ ସହିତ ସମାନ୍ତରାଳ ଭାବେ ଏହା ରହି ଆସିଛି। ଗୋଟିଏ ଗୋଷ୍ଠୀ ସର୍ବଦା ସୁବିଧାବାଦୀ ନୀତି...

ପେଟ୍ରୋଲର ମୂଲ୍ୟ ବୃଦ୍ଧି ଯୋଗୁ ମିଠା ବାଣ୍ଟିଲେ ବୃଦ୍ଧ: ଲୋକେ କହିଲେ ଏମିତି…

ପେଟ୍ରୋଲ ଏବଂ ଡିଜେଲର ଆକାଶଛୁଆଁ ମୂଲ୍ୟ ବୃଦ୍ଧିକୁ ନେଇ ସମଗ୍ର ଦେଶ ଏବେ ଅସୁବିଧାରେ ପଡ଼ିଛି। ଏହି ବର୍ଦ୍ଧିତ ମୂଲ୍ୟର ପ୍ରଭାବ ପ୍ରତ୍ୟେକ୍ଷ ଭାବରେ ଖାଦ୍ୟ...

ଅମ୍ବାନୀ ପରିବାରର ଚର୍ଚ୍ଚିତ ଲଭ୍‌ଷ୍ଟୋରୀ: ଅନିଲଙ୍କୁ ବିବାହ କରିବା ଲାଗି ଏଭଳି ତ୍ୟାଗ କରିଥିଲେ ଟିନା

ଅମ୍ବାନୀ ପରିବାରର ବୋହୂ ହୋଇଥିବା ସତ୍ତ୍ୱେ ସେତେଟା ଚର୍ଚ୍ଚାରେ ନ ଥାନ୍ତି ଟିନା ଅମ୍ବାନୀ। ହେଲେ ଏକ ସମୟରେ ଟିନା ଫିଲ୍ମଜଗତର ଚର୍ଚ୍ଚିତ ନାମ ମଧ୍ୟରୁ...

Advertisement
Archives

Model This Week