Posted inଫୁରସତ

ବିକ୍ରି ହେବ ଭୂତ ଗାଁ, ଦାମ୍‌ ଜାଣିଲେ…

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ବୁଝିବା ବହୁତ କଷ୍ଟକର। କିଛି କଥା ଏହି ସ୍ଥାନଗୁଡ଼ିକୁ ଏତେ ଭୟଭୀତ କରିଦିଏ ଯେ, ଯାହା କି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏମିତି ଏକ କାହାଣୀ ଶୁଣିବାକୁ ମିଳିଛି ପ୍ରାଚୀନ ସ୍କଟିସ ଗାଁରେ। ଭୂତର ଗାଁ କୁହାଯାଉଥିବା ଏହି ଗାଁଟିକୁ କୋଟି କୋଟି ଟଙ୍କାରେ ବିକ୍ରି ହେବାକୁ ପ୍ରସ୍ତୁତ ଅଛି। ଏହାର ମୂଲ୍ୟ ସ୍ଥିର କରାଯାଇଛି। ତେବେ ଗାଁ କ୍ରେତାଙ୍କୁ କିଛି ଅତିରିକ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ଏହି ପ୍ରାଚୀନ ସ୍କଟିସ ଗାଁକୁ ୧୭୩୦୦୦ ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨୮ ଲକ୍ଷ ଟଙ୍କାରେ ବିକ୍ରି କରାଯିବ। କୌତୂହଳର ବିଷୟ ସ୍କଟ୍‌ଲ୍ୟାଣ୍ଡର ଅନେକ ସହରରେ ଫ୍ଲାଟ୍‌ ଅଛି। ଫ୍ଲାଟ୍‌ ଦାମ୍‌ରେ ଏହି ପୂରା ଗାଁଟି ବିକ୍ରି ହେବ। ଓଲ୍ଡ୍‌ ଭିଲେଜ ଅଫ୍‌ ଲର୍ସ ପର୍ଥଶାୟାର ତାଇ କୂଳରେ ଅବସ୍ଥିତ ଏହି ଗାଁଟି ୩.୩୧ ଏକର ପରିମିତ ବିଶିଷ୍ଟ ଅଟେ। ଗାଁରେ ମାଛ ସହିତ ପ୍ରାଇଭେଟ ବେଳାଭୂମିର ମଧ୍ୟ ସୁଯୋଗ ପାଇବେ। କିନ୍ତୁ ଏଠାରେ ଟଙ୍କା ବ୍ୟତୀତ ଭୂତମାନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ତେଣୁ ଏହି ଗାଁଟିକୁ ଭୂତର ଗାଁ କୁହାଯାଏ।

୧୭୦୦ ଶତାବ୍ଦୀରୁ ଗାଁର ଧ୍ୱଂସାବଶେଷ ରହିଛି। କୁହାଯାଏ, ହାଉସ୍‌ ଅଫ୍‌ ଲର୍ଡସ ହେଉଛି ଏମିତି ଏକ ସ୍ଥଳ,ଯାହା ଲେଡି ଅଫ୍‌ ଲର୍ସଙ୍କ ଘର। ବିଶ୍ୱାସ କରାଯାଏ, ଲେଡି ଅଫ୍‌ ଲର୍ଡ୍‌ସର ଆତ୍ମା ଏବେ ବି ଗାଁରେ ଘୂରି ବୁଲୁଛି। ଗୋଲ୍ଡକ୍ରେଷ୍ଟ ଲ୍ୟାଣ୍ଡ ଆଣ୍ଡ୍‌ ଫରେଷ୍ଟ୍ରି ଗ୍ରୁପ୍‌ର ଅଂଶୀଦାର ଜନ୍‌ ଲାମ୍ବର୍ଟ କହିଛନ୍ତି ଯେ, ତାଙ୍କ ଭବିଷ୍ୟବାଣୀ ପାଇଁ ଲେଡି ଅଫ୍‌ ଲର୍ଡସ ସ୍ମରଣୀୟ। ଯାହା ସତ ହୋଇଛି। ବେଳେବେଳେ ରେଳ ଟ୍ରାକ୍‌ ଚାଲିବା ଏବଂ ଜାହାଜ ଚାଲିବା ପରି ଏଠାରେ ଦେଖାଯାଏ। ଯାହାକି ବହୁତ ଭୟାନକ।

୧୮୪୧ ଜନଗଣନା ଅନୁଯାୟୀ, ଏହି ଗାଁରେ କେବଳ ୧୭ ଜଣ ଲୋକ ରହୁଥିଲେ। ୧୮୯୧ ପର୍ଯ୍ୟନ୍ତ ଏହି ସଂଖ୍ୟା କମି ୭ରେ ପହଞ୍ଚିଥିଲା। ୧୯୨୬ ପର୍ଯ୍ୟନ୍ତ ଏହି ସ୍ଥାନ ପୂରା ଖାଲି ହୋଇଗଲା। ଶେଷଥର ପାଇଁ ୨୦୧୬ରେ ଏହାକୁ ୧୦୦୦୦୦ ୟୁରୋରେ ବିକ୍ରି କରାଯାଇଥିଲା। ବର୍ତ୍ତମାନ ଏହାକୁ ପୁଣି ଥରେ ବିକ୍ରି ପାଇଁ ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?