Posted inଫୁରସତ

ଭୂତ କଣ୍ଢେଇ

ଛୋଟ ପିଲାଙ୍କୁ ବେଶ୍‌ ଭଲ ଲାଗେ କଣ୍ଢେଇ। ହେଲେ ଯଦି ଖେଳୁ ଖେଳୁ ସେଇ କଣ୍ଢେଇ ଆଖି ମିଟ୍‌ ମିଟ୍‌ କରେ, ଅଧା ରାତିରେ କାନ୍ଦେ ଓ ଘର ସାରା ଆପେ ଘୁରି ବୁଲେ ତେବେ…। ଅବାସ୍ତବ ଲାଗିଲେ ବି ଏମିତି କଣ୍ଢେଇ ଅଛି। ଆଉ ସେଗୁଡିକୁ ଦେଖିଲେ ଭୟରେ ଦେହ ଶୀତେଇ ଯାଏ।
ଏନାବେଲା: ୧୯୭୦ ମସିହାର କଥା। ୨୮ତମ ଜନ୍ମଦିନ ଅବସରରେ ଆମେରିକାର ଡୋନା(ଯେକି ନର୍ସ ଥିଲେ)ଙ୍କୁ ତାଙ୍କ ମା’ ଏକ ସୁନ୍ଦର କଣ୍ଢେଇ ଉପହାର ଦେଇଥିଲେ। ଯାହାର ଥିଲା ଦୁଇଟି ଗୋଲ ଗୋଲ ବଡ଼ ବଡ଼ ଆଖି, ତ୍ରିଭୂଜାକାର ଲାଲ ନାକ ଓ ଏକ ବଡ଼ ହସ ଥିବା ଓଠ। ଏହି ସୁନ୍ଦର କଣ୍ଢେଇଟିକୁ ପାଇ ଡୋନା ବହୁତ ଖୁସି ହୋଇଯାଇଥିଲେ। ପରେ ସେ ନିଜ ଆପାର୍ଟମେଣ୍ଟକୁ କଣ୍ଢେଇଟିକୁ ନେଇଯାଇଥିଲେ। ଆଉ ବାନ୍ଧବୀ ତଥା ନର୍ସ ଆଙ୍ଗିଙ୍କ ସହ କଣ୍ଢେଇକୁ ଶେୟାର କରିଥିଲେ। କଣ୍ଢେଇଟିକୁ ଲିଭିଂ ରୁମ୍‌ରେ ବସାଉଥିଲେ। କିନ୍ତୁ କିଛିଦିନ ପରେ ଦୁଇ ବାନ୍ଧବୀ ଲକ୍ଷ୍ୟ କଲେ କଣ୍ଢେଇଟି ନିଜ ଇଛା ମୁତାବକ ସ୍ଥାନ ପରିବର୍ତ୍ତନ କରୁଛି। ଅର୍ଥାତ୍‌ କାମକୁ ଯିବା ପୂର୍ବରୁ ଲିଭିଂ ରୁମ୍‌ରେ ବସାଯାଇଥିବା କଣ୍ଢେଇଟିକୁ ସେମାନେ ରୁମ୍‌କୁ ଆସିବା ପରେ ବେଡରୁମ୍‌ରେ ପାଉଥିଲେ। କେବଳ ସେତିକି ନୁହେଁ ଘରର ବିଭିନ୍ନ ସ୍ଥାନରେ ପାର୍ଚମେଣ୍ଟ ପେପର୍‌ରେ ‘ହେଲ୍ପ ମି’ ଲେଖାଯାଇଥିବା ନୋଟ୍‌ ପାଉଥିଲେ। ଯେତେବେଳେ କି ପାର୍ଚମେଣ୍ଟ ପେପର୍‌ ଘରେ ନ ଥିଲା। କେବେ କେବେ ତ କଣ୍ଢେଇରେ ରକ୍ତ ଦାଗ ମିଳୁଥିଲା। ଏଭଳି ଅନେକ ଘଟଣା ପରେ ଡୋନା ଜଣେ ଗୁଣିଆଙ୍କୁ ଡାକିଥିଲେ। ସେ କହିଲେ କଣ୍ଢେଇ ଭିତରେ ୭ ବର୍ଷର ମୃତ ଝିଅ ଏନାବେଲା ହିଗିନ୍ସର ଆତ୍ମା ପ୍ରବେଶ କରିଛି, ଯାହାର ଶରୀର ସେ ରହୁଥିବା ଆପାର୍ଟମେଣ୍ଟ ନିର୍ମାଣ ପୂର୍ବରୁ ଖନନ ସମୟରେ ମିଳିଥିଲା। ଏହାପରେ ଏହି ଆତ୍ମାକୁ ତଡ଼ିବା ଲାଗି ଫାଦର ହେଗାନଙ୍କ ସହାୟତା ଲୋଡାଯାଇଥିଲା। ଫାଦର ହେଗାନ ଫାଦର କୁକ୍‌ଙ୍କ ସାହାଯ୍ୟ ନେଇଥିଲେ। ଫାଦର କୁକ୍‌ ପାରାନର୍ମାଲ୍‌ ଏକ୍ସପର୍ଟ ଏଡ ଏବଂ ଲରେନ୍‌ ଓ୍ବାରେନ୍‌ଙ୍କୁ ଏହି କାମର ଦାୟିତ୍ୱ ଦେଇଥିଲେ। ସେମାନେ ବହୁ କଷ୍ଟରେ ଆତ୍ମା ଉପରେ କାବୁ କରିଥିଲେ। ଆଉ କଣ୍ଢେଇଟିକୁ ନିଜ ଓକଲେଟ୍‌ ମ୍ୟୁଜିୟମରେ କାଚ ଶୋ’କେସ୍‌ ଭିତରେ ରଖିଲେ। ଶୋ’ କେସ୍‌ ବାହାରେ ହାତ ନ ଲଗେଇବାର ଚେତାବନୀ ଭରା ଲେଖା ବି ଲେଖିଲେ।
ରବର୍ଟ: ଫ୍ଲୋରିଡ଼ା, କିଓ୍ବେଷ୍ଟରେ ରହୁଥିବା ରବର୍ଟ ଇଉଗିନ ଓଟୋଙ୍କର ଥିଲା ଏହି କଣ୍ଢେଇ। ତାଙ୍କ ଜେଜେବାପା ତାଙ୍କୁ ଜନ୍ମଦିନରେ ଏହି କଣ୍ଢେଇଟିକୁ ଦେଇଥିଲେ। କଣ୍ଢେଇଟି ପିନ୍ଧିଥିବା ସେଲର୍‌ ପୋଷାକ ଓଟୋ ପିଲାଦିନେ ପିନ୍ଧୁଥିବା ଏକ ପୋଷାକ ପରି ଥିଲା। ଓଟୋ କଣ୍ଢେଇଟିକୁ ବହୁତ ଭଲ ପାଉଥିଲେ। ଯୁଆଡେ ଗଲେ ସାଙ୍ଗରେ ନେଉଥିଲେ। ତା’ସହ କଥା ହେଉଥିଲେ। ତାକୁ ଉପର ଘରର ଝରକା ପାଖରେ ରଖିଥିଲେ। କୁହାଯାଏ ସ୍କୁଲ ପିଲାମାନେ ସେଇ ବାଟ ଦେଇ ଗଲାବଳେ କେବେ ରବର୍ଟ ଦେଖାଯାଉଥିଲା ତ କେବେ ଉଭାନ ହେଇଯାଉଥିଲା। ତେଣୁ ପିଲାମାନେ ସେ ବାଟ ଦେଇ ଯିବା ବନ୍ଦ କରିଦେଇଥିଲେ। ପରେ ଓଟୋ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁବରଣ କଲେ। କଣ୍ଢେଇ ଓ ଘରକୁ ମିର୍ଟଲ ରୟଟର୍‌ କିଣିଲେ। ସେମାନେ ଅନୁଭବ କଲେ କଣ୍ଢେଇଟି ଘରର ବିଭିନ୍ନ ସ୍ଥାନରେ ମିଳୁଥିଲା। ଘରେ ହସ ଶବ୍ଦ, ପାଦ ଶବ୍ଦ ଶୁଭୁଥିଲା। ସେ ଘରକୁ ଆସୁଥିବା ଲୋକ ବି କହୁଥିଲେ ରବର୍ଟର ମୁହଁର ଭାବ ପରିବର୍ତ୍ତନ ହେଉଥିଲା। ୨୦ ବର୍ଷ ପରେ ରୟଟର୍‌ ବି ଘରକୁ ବିକ୍ରି କରିଦେଇଥିଲେ। ଆଉ ରବର୍ଟକୁ ଇଷ୍ଟ ମାରଟିଲୋ ମ୍ୟୁଜିୟମକୁ ପ୍ରଦାନ କରାଗଲା। ମ୍ୟୁଜିୟମ୍‌କୁ ଆସିବା ପରେ ବହୁ ସଂଖ୍ୟକ ଦର୍ଶକ ଏହାକୁ ଦେଖିବାକୁ ଆସିଲେ। ତା’ର କାହାଣୀ ଫିଲ୍ମ, ଟିଭି ଶୋ’ରେ ସ୍ଥାନ ପାଇଲା।
ମେଣ୍ଡି: କାନାଡାର ଦ କୁଇସନେଲ ଆଣ୍ଡ ଡିଷ୍ଟ୍ରିକ୍ଟ ମ୍ୟୁଜିୟମ୍‌ରେ ଅଛି ଏହି କଣ୍ଢେଇ। ଏହାକୁ ପ୍ରଦାନ କରିଥିବା ବ୍ୟକ୍ତିଙ୍କର ଏହି କଣ୍ଢେଇ ସହ ଥିଲା କିଛି ଭୟଙ୍କର ଅନୁଭୂତି। ତେଣୁ ସେ ଏହାକୁ ନିଜଠାରୁ ଦୂରେଇ ଦେବାକୁ ଚାହିଁଥିଲେ। ଥରେ କଣ୍ଢେଇର ମାଲିକ ରାତିରେ ଶୋଇଥିବାବେଳେ ଖୁବ୍‌ ଜୋର୍‌ରେ ପିଲା କାନ୍ଦୁଥିବାର ଶବ୍ଦ ଶୁଣିବାକୁ ପାଇଲେ। ଶବ୍ଦଟି କଣ୍ଢେଇ ଥିବା ବେସ୍‌ମେଣ୍ଟରୁ ଆସୁଥିଲା। ହେଲେ ଘରେ କୌଣସି ଛୋଟ ପିଲା ନ ଥିଲେ। ସେ ଖୁବ୍‌ ଡରି ଯାଇଥିଲେ। ତଥାପି ସାହସ ବାନ୍ଧି ବେସ୍‌ମେଣ୍ଟକୁ ଯାଇଥିଲେ। ଆଉ ଦେଖିଲେ ସେଠି କୌଣସି ପିଲା ନ ଥିଲେ କି ମେଣ୍ଡି କଣ୍ଢେଇ ବି ନ ଥିଲା। ତେବେ ଝରକା ଖୋଲା ଥିଲା। ସକାଳ ହେବାରେ ସେ ଦେଖିଲେ ମେଣ୍ଡି ପୁଣି ଥରେ ଚାଲି ଆସିଛି॥ ଏଭଳି ଘଟଣା ପରେ ସେ କଣ୍ଢେଇକୁ ମ୍ୟୁଜିୟମକୁ ପ୍ରଦାନ କରିଥିଲେ। ମ୍ୟୁଜିୟମରେ ବି ମେଣ୍ଡି ଆସିବା ପରେ ସଂଗ୍ରହାଳୟ କର୍ମଚାରୀମାନେ ଅଧିକାଂଶ ସମୟ ତାଙ୍କ ମଧ୍ୟାହ୍ନ ଭୋଜନ ନ ଥିବା, ବହି, ଷ୍ଟେସନାରୀ ଜିନିଷ ହଜୁଥିବା ଦେଖିବାକୁ ପାଇଲେ। ତେଣୁ ମେଣ୍ଡିକୁ ଅନ୍ୟ ପ୍ରାଇଭେଟ୍‌ ଡିସ୍‌ପ୍ଲେକୁ ନିଆଗଲା। ପରବର୍ତ୍ତୀ ସମୟରେ ଏହି କଣ୍ଢେଇକୁ ନେଇ ଭୂତ କାହାଣୀ ରଚନା କରାଗଲା। ଲୋକେ ଆଗ୍ରହର ସହ ଏହି କଣ୍ଢେଇକୁ ଦେଖିବା ଲାଗି ସଂଗ୍ରହାଳୟ ଆସିଲେ। କୁହାଯାଏ ପର୍ଯ୍ୟଟକମାନେ କଣ୍ଢେଇର ଫଟୋ ଉତ୍ତୋଳନ କରିବାବେଳେ ବ୍ୟାଟେରୀ ଖରାପ ହେବା, ଫ୍ଲାଶ ବନ୍ଦ ହେଇଯିବା, କ୍ୟାମେରା ଆପେ ବନ୍ଦ ହେବା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଅନେକେ କୁହନ୍ତି କଣ୍ଢେଇରେ ଏକ ଛୋଟ ଝିଅର ଆତ୍ମା ରହିଛି, ଯେକି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହେଁ। ତେଣୁ ସେ ଛୋଟ ଛୋଟ ବଦ୍‌ମାସୀ କରେ। ହେଲେ କାହାର କ୍ଷତି କରେ ନାହିଁ।
ଓକିକୋ: ପାରମ୍ପରିକ ପୋଷାକ ପରିଧାନ କରିଥିବା ଏଇ ସୁନ୍ଦର କଣ୍ଢେଇକୁ ଜାପାନର ୧୭ ବର୍ଷୀୟା ଈକିଚି ସୁଜୁକି କିଣିଥିଲେ। ଏଇ କଣ୍ଢେଇକୁ ସେ ନିଜ ଦୁଇ ବର୍ଷର କୁନି ଭଉଣୀ ପାଇଁ ଆଣିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଏକ ବର୍ଷ ପରେ ଅତ୍ୟଧିକ ଥଣ୍ଡା କାରଣରୁ ଓକିକୋ ମୃତ୍ୟୁବରଣ କଲେ। ତେବେ ପରିବାର ସଦସ୍ୟଙ୍କ କହିବାନୁସାରେ ଓକିକୋ ତାଙ୍କର କଣ୍ଢେଇକୁ ବହୁତ ଭଲ ପାଉଥିଲେ। ସେଥିପାଇଁ ମୃତ୍ୟୁପରେ ଓକିକୋର ଆତ୍ମା କଣ୍ଢେଇ ଭିତରେ ପ୍ରବେଶ କରିଲା। ପରେ ପରିବାର ଲୋକେ ଘର ଛାଡି ଅନ୍ୟତ୍ର ଚାଲିଗଲେ। ଆଉ ଓକିକୋକୁ ଏକ ମନ୍ଦିରରେ ରଖି ଦିଆଗଲା। କୁହାଯାଏ ଏଇ କଣ୍ଢେଇର କେଶ ଆପେ ବଢିଥାଏ। ତେଣୁ ଏହାର କେଶ ନିୟମିତଭାବେ କଟାଯାଏ।
କଟଜା: କଟଜା ଏକ ଶ୍ରାପିତ କଣ୍ଢେଇ। ଏହି କଣ୍ଢେଇର ନାମ ୧୭୩୦ରେ ରୁଷରେ ରଖାଯାଇଥିଲା। କୁହାଯାଏ ଜଣେ ମହିଳା ଗର୍ଭବତୀ ଥିଲେ ଓ ତାଙ୍କ ପରିବାର ସଦସ୍ୟ ଚାହୁଁଥିଲେ ତାଙ୍କର ପୁତ୍ର ସନ୍ତାନ ହେଉ। କିନ୍ତୁ ସେ କନ୍ୟା ସନ୍ତାନକୁ ଜନ୍ମ ଦେଲେ। ତେଣୁ ପରିବାରବର୍ଗ କୁନି ଝିଅଟିକୁ ଜୀବନ୍ତ ଜଳାଇ ଦେଇଥିଲେ। ଏହି ଘଟଣା ପରେ ଝିଅଟିର ମା’ ତା’ ପାଉଁଶରେ ସେରାମିକ ଓ ପୋଲସିଲେନ ମିଶାଇ ଏକ କଣ୍ଢେଇ ତିଆରି କରିଥିଲେ, ଯାହାର ନାଁ କାଟ୍‌ଜା ଦେଲେ। ପରେ ଏହି କଣ୍ଢେଇର ରକ୍ଷା ପର ପିଢିମାନେ କଲେ। ସେମାନଙ୍କ ମତରେ କଣ୍ଢେଇଟିର ଯତ୍ନ ନ ନେଲେ ତାହା କ୍ଷତି ପହଞ୍ଚାଇପାରେ। କୁହାଯାଏ ଏହି କଣ୍ଢେଇକୁ ୨୦ ସେକେଣ୍ଡ ଚାହିଁ ରହିଲେ କଣ୍ଢେଇ ଆଖିପତା ମିଟ୍‌ ମିଟ୍‌ କରିବ। ଆଉ ଯାହା କ୍ଷେତ୍ରରେ ଏମିତି ଘଟେ ତାଙ୍କର ନିଶ୍ଚିତ ଭାବେ କିଛି କ୍ଷତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?